UP Election 2022: BJP ପରେ AIMIM ବଢାଇଛି Samajwadi Party ଚିନ୍ତା
Advertisement
Article Detail0/zeeodisha/odisha1045706

UP Election 2022: BJP ପରେ AIMIM ବଢାଇଛି Samajwadi Party ଚିନ୍ତା

 ବିଧାନସଭା ନିର୍ବାଚନ ଲଢିବାକୁ ନେଇ ଏଆଇଏମଆଇଏମ ପକ୍ଷରୁ ଘୋଷଣା କରାଯିବା ପରେ ମୁସଲମାନ ଭୋଟକୁ ନେଇ ଆଶ୍ୱସ୍ତ ରହିଛି ସମାଜବାଦୀ ପାର୍ଟି। 

UP Election 2022: BJP ପରେ AIMIM ବଢାଇଛି Samajwadi Party ଚିନ୍ତା

ଲକ୍ଷ୍ନୌ: ଆସନ୍ତବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଦଳୀୟ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛି ସମାଜବାଦୀ ପାର୍ଟି। ଏଥରର ନିର୍ବାଚନ ଦଳ ଲାଗି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭାହୋଇଛି ଏଆଇଏମଆଇଏମ ଏବଂ ବିଜେପି। ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ କିପରି ମୁକାବିଲା କରାଯିବ ସେ ନେଇ ଦଳୀୟ ରଣନୀତି ପ୍ରସ୍ତୁତ କରୁଛି ଦଳ।

ଉତ୍ତର ପ୍ରଦେଶ ରାଜନୀତିରେ (Uttar Pradesh Politics) ସମାଜବାଦୀ ପାର୍ଟି (Samajwadi Party ) ଏସପି (SP) ଲାଗି ଯାଦବ (Yadav) ଏବଂ ମୁସଲମାନ (Muslim) ହେଉଛନ୍ତି ପାରମ୍ପରିକ ଭୋଟ ବ୍ୟାଙ୍କ (Traditional  Vote Bank of SP)। ହେଲେ ଗତ ୨୦୧୭ ବିଧାନସଭା (Uttar Pradesh Assembly Election 2017) ନିର୍ବାଚନ ସମୟରୁ ଦଳ ଠାରୁ ମୁସଲମାନ ଭୋଟ (Muslim Vote) ଛଡାଇ ନେବା ଲାଗି ପ୍ରୟାସ ଜାରି ରଖିଛି ଏଆଇଏମଆଇଏମ (AIMIM)। ଗତ ନିର୍ବାଚନରେ ୩୦ ଏବଂ ଏଥର ପ୍ରାୟ ୧୦୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରୁଛି ଏଆଇଏମଆଇଏମ। ଏହି କାରଣରୁ ବିଜେପି (BJP) ସହିତ ଏଆଇଏମଆଇଏମ ସହ ମୁକାବିଲା କରିବା ଲାଗି ନୂଆ ରଣନୀତି ପ୍ରସ୍ତୁତ କରୁଛି ଏସପି। 

Also Read: UP Election 2022: AIMIM ସହ ମେଣ୍ଟ କରିବ କି Samajwadi Party?

ରାଜ୍ୟର କୃଷକ, ଯୁବକ, ବ୍ୟାପାରୀଙ୍କ ସମେତ ସମାଜର ବିଭିନ୍ନ ବର୍ଗ ଏଥର ଦଳ ସମର୍ଥନରେ ରହିଥିବା ଦାବି କରିଛନ୍ତି ସମାଜବାଦୀ ପାର୍ଟି ସୁ୍ପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ (Akhilesh Yadav)। ଜାତି, ଧର୍ମ ଏବଂ ଶ୍ରେଣୀ ବ୍ୟତୀତ ଦଳ ଏଥର ସମାଜର ସମସ୍ତ ବର୍ଗର ସମର୍ଥନ ପାଇବ। ଆଗାମୀ ନିର୍ବାଚନରେ କୃଷକ, ଯୁବକ, ବ୍ୟବସାୟୀ, ମହିଳା, ଦଳିତ, ପଛୁଆବର୍ଗ ସମେତ ସମାଜର ପ୍ରତ୍ୟେକ ବର୍ଗ ଏଥର ଦଳ ସମର୍ଥନରେ ମତଦାନ କରିବେ ବୋଲି ଆଶାବାଦୀ ଅଛନ୍ତି ଏସପି ସୁ୍ପ୍ରିମୋ।    

Also Read: UP Poll 2022: ମୁସଲିମ ଭୋଟ ହାତେଇବାରେ ସଫଳ ହେବକି Samajwadi Party?

ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ଏଆଇଏମଆଇଏମ ପକ୍ଷରୁ ଘୋଷଣା କରାଯିବା ପରେ ମୁସଲମାନ ଭୋଟକୁ ନେଇ ଆଶ୍ୱସ୍ତ ରହିଛି ସମାଜବାଦୀ ପାର୍ଟି। ଏଥରର ନିର୍ବାଚନରେ ଦଳ ଚମତ୍କାର ପ୍ରଦର୍ଶନ କରିବ। ନିର୍ବାଚନ ଲଢିବା ଲାଗି ପ୍ରତ୍ୟେକ ଦଳ ପାଖରେ ଅଧିକାର ରହିଛି ବୋଲି ଏସପି ପକ୍ଷରୁ କୁହାଯାଇଛି। ପାରମ୍ପରିକ ଭୋଟ ବ୍ୟାଙ୍କକୁ ଦଳ ପକ୍ଷରେ ରଖିବା ଲାଗି ପ୍ରୟାସ ଜାରି ରହିଛି। ଏଥରର ନିର୍ବାଚନରେ ଆଞ୍ଚଳିକ ରାଜନୀତିରେ ସକ୍ରିୟ ରହିଥିବା ଜାତିଭିତ୍ତିକ ରାଜନୈତିକ ଦଳ ସହ ମେଣ୍ଟ କରୁଛି ସମାଜବାଦୀ ପାର୍ଟି। ନିକଟରେ ପ୍ରଧାନମନ୍ତ୍ରୀଙ୍କ ଲାଲ ଟୋପି ବୟାନ ଉପରେ ଜବାବ ରଖି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଦଳ ସିଧାସଳଖ ବିଜେପି ସହ ମୁକାବିଲା କରିବାକୁ ସକ୍ଷମ ବୋଲି ଜଣାପଡି଼ଛି।