ମୁଁ କାହା ଏଜେଣ୍ଟ ତାହା ସ୍ଥିର କରନ୍ତୁ ଅଖିଲେଶ ଯାଦବ-ମୁଖ୍ୟମନ୍ତ୍ରୀ ଯୋଗୀ: ଅସାଦୁଦ୍ଦିନ ଓୱେସୀ
Advertisement
Article Detail0/zeeodisha/odisha1035657

ମୁଁ କାହା ଏଜେଣ୍ଟ ତାହା ସ୍ଥିର କରନ୍ତୁ ଅଖିଲେଶ ଯାଦବ-ମୁଖ୍ୟମନ୍ତ୍ରୀ ଯୋଗୀ: ଅସାଦୁଦ୍ଦିନ ଓୱେସୀ

ଏଜେଣ୍ଟ କହିବାକୁ  ସମାଜବାଦୀ ପାର୍ଟି ସୁପ୍ରିମୋ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଏାଆଇଏମଆଇଏମ ମୁଖ୍ୟ। 

ମୁଁ କାହା ଏଜେଣ୍ଟ ତାହା ସ୍ଥିର କରନ୍ତୁ ଅଖିଲେଶ ଯାଦବ-ମୁଖ୍ୟମନ୍ତ୍ରୀ ଯୋଗୀ: ଅସାଦୁଦ୍ଦିନ ଓୱେସୀ

ଲକ୍ଷ୍ନୌ: ଆଗାମୀ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟରେ କରିବାରେ ଲାଗି ପଡି଼ଛନ୍ତି ବିଭିନ୍ନ ରାଜନୈତିକ ଦଳ।   

ଏହି କ୍ରମରେ ଏାଆଇଏମଆଇଏମ ମୁଖ୍ୟ (AIMIM Chief) ଅସାଦୁଦ୍ଦିନ ଓୱେସୀ (Asaduddin Owaisi) ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ ( Akhilesh Yadav) ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ (UP CM  Yogi) ଟାର୍ଗେଟ କରିଛନ୍ତି। ମୁଁ କାହା ଏଜେଣ୍ଟ ତାହା ଉଭୟେ ସ୍ଥିର କରନ୍ତୁ ବୋଲି କହିଛନ୍ତି ଓୱେସୀ।  

Also Read: ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ ସମାଜବାଦୀ ପାର୍ଟି ଏଜେଣ୍ଟ; ଜବାବ ରଖିଲେ ଅସାଦୁଦ୍ଦିନ ଓୱେସି

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ଲାଗି ରାଜ୍ୟର ଜୌନପୁର ଜିଲ୍ଲାର ସୁମ୍ବୁଲପୁର ଗୁରୈନୀ ଠାରେ ଆୟୋଜିତ ହୋଇଥିବା ଶୋଷିତ ବଞ୍ଚିତ ସମାଜ ସମ୍ମେଳନକୁ ସମ୍ବୋଧନ କରି ଅସାଦୁଦ୍ଦିନ ଓୱେସୀ କହିଛନ୍ତି ମୁଁ ବିଜେପି ଏଜେଣ୍ଟ ବୋଲି ଅଖିଳେଶ ଯାଦବ କହୁଥିଲା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହୁଛନ୍ତି ମୁଁ ସମାଜବାଦୀ ପାର୍ଟି ଏଜେଣ୍ଟ। ହେଲେ ପ୍ରକୃତରେ ମୁଁ କାହା ଏଜେଣ୍ଟ ବୋଲି ତାହା ସ୍ଥିର କରନ୍ତୁ। 

ଏହା ସହିତ ସେ ଦାବି କରି କହିଛନ୍ତି ତାଙ୍କ ଦଳ ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳ ମୁସଲମାନଙ୍କ ଶୁଭ ଚିନ୍ତକ ନୁହେଁ। କେନ୍ଦ୍ରୀୟ କୃଷି ଆଇନ ଭଳି ନାଗରିକତା ସଂଶୋଧନ ଆଇନ ସିଏଏ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି ଓୱେସୀ। ସେ କହିଛନ୍ତି ମୁଁ  ସିଏଏ ବିରୁଦ୍ଧରେ ଅଛି ଏବଂ ଏହାକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ମୁଁ ଏହାକୁ ବିରୋଧ କରିବା ଜାରି ରଖିବା। କୃଷି ଆଇନ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସିଏଏ ଆଇନକୁ ପ୍ରତ୍ୟାହାର କରିବା ଆବଶ୍ୟକ।   

Also Read: RSS ଏଜେଣ୍ଡା ଅନୁସାରେ କାମ କରୁଛନ୍ତି Asaduddin Owaisi: BSP

ରାଜନୈତିକ ଦଳ କେବଳ ଭୋଟ୍ ପାଇବା ପାଇଁ ମୁସଲମାନଙ୍କୁ ବ୍ୟବହାର କରିଥିଲେ। ସେମାନେ ମୁସଲମାନଙ୍କ ପାଇଁ କୌଣସି କାମ କରିନାହାଁନ୍ତି। ଉତ୍ତରପ୍ରଦେଶ ଭଳି ଏକ ରାଜ୍ୟରେ ଏକ ବଡ଼ ଶକ୍ତି ସତ୍ତ୍ୱେ ମୁସଲମାନ ଏଠାରେ ନ୍ୟାୟ ପାଇନାହାଁନ୍ତି।  କାହାକୁ ଭୟ ନକରିବାକୁ ଲୋକଙ୍କୁ ନିବେଦନ କରି ସେ ଆସନ୍ତା ବିଧାନସଭା ନିର୍ବାଚନରେ ​​ତାଙ୍କ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

Also Read: Asaduddin Owaisi ଙ୍କ ଚେତାବନୀ; NPR-NRC ଲାଗୁ କଲେ ହେବ ଶାହୀନବାଗ ଭଳି ଆନ୍ଦୋଳନ

ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ସେ କହିଛନ୍ତି ଉତ୍ତର ପ୍ରଦେଶରେ କୌଣସି ବିକାଶ ହୋଇନାହିଁ। ମହିଳା, ଭଉଣୀ, ଝିଅ ଏଠାରେ ସୁରକ୍ଷିତ ନୁହଁନ୍ତି। ବାରାଣାସୀ ଠାରୁ ଜୌନପୁର ଆସିବା ରାସ୍ତାରେ କେବଳ ଖାଲ ଦେଖିବାକୁ ମିଳିଛି। ବେକାରୀ ଏତେ ବୃଦ୍ଧି ପାଇଛି ଯେ ଶିକ୍ଷିତ ଯୁବକଙ୍କ ଜୀବନ ନଷ୍ଟ ହୋଇଯାଉଛି। ଦରଦାମ ବୃଦ୍ଧି ଶିଖରରେ ପହଞ୍ଚିଛି ହେଲେ ମୁଖ୍ୟମନ୍ତ୍ରୀ ବିକାଶ କଥା କହୁଛନ୍ତି। ମିଥ୍ୟା ମାମଲାରେ ଦାଢି ରଖୁଥିବା ଏବଂ ଟୋପି ପିନ୍ଧୁଥିବା ଲୋକଙ୍କୁ ଫସାଇବା ଏବଂ ସେମାନଙ୍କୁ ହତ୍ୟା କରିବା କାମରେ କେବଳ ଲାଗିଛନ୍ତି।