ଅଗରତାଲା: ନିଜ ମନ୍ତବ୍ୟକୁ ନେଇ ସର୍ବଦା ବିବାଦରେ ପଡୁଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ (Tripura CM Biplab Kumar Deb) ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ବିପ୍ଲବ ଦେବ ଏଥର ଅନ୍ତର୍ଜାତୀୟ ରାଜନୀତି ଉପରେ ମନ୍ତବ୍ୟ ଦେଇଛନ୍ତି । ବାସ୍ତବରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ରାଜଧାନୀ ଅଗରତାଲାରେ ଏକ ବିଜେପି (BJP) କାର୍ଯ୍ୟକ୍ରମରେ କହିଛନ୍ତି ଯେ ଦଳର ନା କେବଳ ସାରା ଦେଶରେ ବରଂ ପଡୋଶୀ ଦେଶରେ ମଧ୍ୟ ବିସ୍ତାର କରିବାର ଯୋଜନା ରହିଛି । ବିପ୍ଲବ ଦେବ କହିଛନ୍ତି ଯେ ନେପାଳ (Nepal) ଓ ଶ୍ରୀଲଙ୍କା (Sri Lanka) ରେ ବିଜେପି ସରକାର ଗଠନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କର ଯୋଜନା ରହିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ କିଏ? ଉତ୍ତର ରଖିଲେ ଧର୍ମେନ୍ଦ୍ର ପ୍ରଧାନ


୨୦୧୮ରେ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମୟରେ ଶାହ ସହ ତାଙ୍କ  ବାର୍ତ୍ତାଳାପକୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ଅମିତ ଶାହ ବିଜେପି ମୁଖ୍ୟ ଥିଲେ, ସେତବେଳେ ଏକ ବୈଠକରେ ସେ ଭାରତର ସମସ୍ତ ରାଜ୍ୟରେ ଦଳର ବିଜୟ ପରେ "ବିଦେଶୀ ବିସ୍ତାର" ବିଷୟରେ କହିଥିଲେ । 


ଅଧିକ ପଢ଼ନ୍ତୁ:-ପିଏମ ମୋଦି କାହିଁକି ବଢାଇଛନ୍ତି ଦାଢ଼ି, କାରଣ କହିଲେ ୟୁପିର ମନ୍ତ୍ରୀ


୨୦୧୮ ବାର୍ତ୍ତାଳାପ ଆଧାରରେ ବିପ୍ଲବ ଦେବ ଦାବି କରିଛନ୍ତି ଯେ, "ଆମେ ଗେଷ୍ଟ ହାଉସରେ କଥାବାର୍ତ୍ତା କରୁଥିବାବେଳେ ଅଜୟ ଜାମୱାଲ (ବିଜେପିର ଉତ୍ତର-ପୂର୍ବ ଜୋନାଲ ସେକ୍ରେଟାରୀ) କହିଥିଲେ ଯେ ବିଜେପି ଅନେକ ରାଜ୍ୟରେ ସରକାର ଗଠନ କରିଛି । ଏହାର ଜବାବରେ ଅମିତ ଶାହ କହିଥିଲେ ଯେ ଶ୍ରୀଲଙ୍କା ଓ ନେପାଳ ଏପର୍ଯ୍ୟନ୍ତ ବାକି ରହିଛି । ଆମକୁ ପାର୍ଟିକୁ ବିସ୍ତାର କରିବାକୁ ପଡିବ । ଶ୍ରୀଲଙ୍କା ଓ ନେପାଳରେ ସରକାର ଗଠନ ପାଇଁ ଆମକୁ ଦଳର ବିସ୍ତାର କରିବାକୁ ପଡିବ।"