ଶାହଙ୍କ ବଙ୍ଗଳା ଗସ୍ତ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜୀବ ବାନାର୍ଜୀ
Advertisement
Article Detail0/zeeodisha/odisha833088

ଶାହଙ୍କ ବଙ୍ଗଳା ଗସ୍ତ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜୀବ ବାନାର୍ଜୀ

ପଶ୍ଚିମବଙ୍ଗରେ ସ୍ଥିତିକୁ ନିଜ ସପକ୍ଷରେ ରଖିବା ପାଇଁ ବିଜେପି ଟିଏମସିକୁ ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି । ଦଳ ଦାବି କରିଛି ଯେ ଶାସକ ତୃଣମୂଳ କଂଗ୍ରେସର ଅନେକ ବିଧାୟକ ବିଜେପି ସହ ଯୋଗାଯୋଗ କରୁଛନ୍ତି, କିନ୍ତୁ ସେ କୌଣସି ତତ୍ପରତା ଦେଖାଉ ନାହିଁ ।

ଶାହଙ୍କ ବଙ୍ଗଳା ଗସ୍ତ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜୀବ ବାନାର୍ଜୀ

କୋଲକାତା: କିଛି ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ (West Bengal Assembly Polls 2021) ହେବ । ଏହାପୂର୍ବରୁ ତୃଣମୂଳ କଂଗ୍ରେସ (TMC) ର ବରିଷ୍ଠ ନେତାଙ୍କ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି । ମମତା ବାନାର୍ଜୀ ସରକାର (Mamata Banerjee Govt) ଙ୍କ ଫରେଷ୍ଟ ମନ୍ତ୍ରୀ ରାଜୀବ ବାନାର୍ଜୀ (Rajib Banerjee) ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, "ପଶ୍ଚିମବଙ୍ଗର ଲୋକଙ୍କ ସେବା କରିବା ଅତ୍ୟନ୍ତ ଗୌରବର ବିଷୟ । ଏହି ସୁଯୋଗ ପାଇଥିବାରୁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ।"

ରାଜୀବ ବାନାର୍ଜୀ (Rajib Banerjee) ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇସାରିଛି । ସେ ଶୁଭେନ୍ଦୁ ଅଧିକାରୀଙ୍କ ପରି ଭାରତୀୟ ଜନତା ପାର୍ଟି (BJP) ରେ ଯୋଗଦେବେ କି? ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକଡ଼ ରାଜୀବ ବାନାର୍ଜୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ନେଇ ଖୁବ୍ ଶୀଘ୍ର ଏହି ବଡ ଘୋଷଣା କରିପାରନ୍ତି ମୋଦି ସରକାର

ପଶ୍ଚିମବଙ୍ଗରେ ସ୍ଥିତିକୁ ନିଜ ସପକ୍ଷରେ ରଖିବା ପାଇଁ ବିଜେପି ଟିଏମସିକୁ ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି । ଦଳ ଦାବି କରିଛି ଯେ ଶାସକ ତୃଣମୂଳ କଂଗ୍ରେସର ଅନେକ ବିଧାୟକ ବିଜେପି ସହ ଯୋଗାଯୋଗ କରୁଛନ୍ତି, କିନ୍ତୁ ସେ କୌଣସି ତତ୍ପରତା ଦେଖାଉ ନାହିଁ । ଜାନୁଆରୀ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଓ ଜାନୁଆରୀ ୩୦ରେ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ  ପଶ୍ଚିମ ବଙ୍ଗ ଗସ୍ତରେ ବିଜେପିର ମିଶନ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି ।