ଶଙ୍କର୍ଷଣ ବାଘ, ନୂଆଦିଲ୍ଲୀ: ସର୍ବଦା zero toleranceର କଥା କୁହନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନାରୀଙ୍କୁ ସମ୍ମାନ ଓ ସଶକ୍ତିକରଣ ତ ବିଜେଡିର ଗୋଟିଏ ଟ୍ୟାଗ। ପ୍ରଥମେ ଦଳ ବିରୋଧି କାର୍ଯ୍ୟ ପାଇଁ ନେତାଙ୍କୁ ଦଳରୁ ବହିଷ୍କାର କରାଯାଉଥିଲା। ଏବେ ସେଥିରେ ଜନ ବିରୋଧି ନାମକ ସଂଜ୍ଞା ବି ସାମିଲ ହୋଇଛି। ତେବେ ଏହା କେଉଁ ନେତାଙ୍କ ଠାରେ କେଉଁ ଭଳି ଭାବରେ ଲାଗୁ ହେଉଛି, ତାହା ସମୟ କ୍ରମେ ଜଣାପଡିବ। 


COMMERCIAL BREAK
SCROLL TO CONTINUE READING

ଚଳଚ୍ଚିତ୍ର ହେଉ ଅବା ରାଜନୀତି ସବୁକ୍ଷେତ୍ରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି (Anubhav Mohanty)। ସେ ୨୦୧୯ ଲୋକସଭା ନିର୍ବାଚନ (Loksabha Poll) ରେ ବିଜେଡି ଟିକଟରୁ ସଂସଦକୁ ଯାଇଛନ୍ତି। ନାରୀ ସମ୍ମାନର ନାରା ଦେଉଥିବା ଦଳର ଏହି ସାଂସଦ ନାରୀଙ୍କୁ କିଭଳି ସମ୍ମାନ ଦିଅନ୍ତି ତାହା କାହାକୁ ଅଛପା ନାହିଁ। ଅନୁଭବଙ୍କ ଘରଠୁ ଆରମ୍ଭ କରି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ସବୁଛି ନାରୀ ସମ୍ମାନର ଛାପ ଦେଖିବାକୁ ମିଳୁଛି।


Also Read:  ଓକିଲଙ୍କ ଚାମ୍ବରରେ ଅନୁଭବ-ଜାଗୃତି


କେନ୍ଦ୍ରାପଡା (Kendrapara) ସାଂସଦ ଅନୁଭବ ଏବେ ଘରୋଇ ହିଂସା (domestic violence) ମାମଲାରେ ଛନ୍ଦି ହୋଇଛନ୍ତି। ସେ ମଦ୍ୟପ ଓ ନିର୍ଯାତନା ଦେଉଥିବା ଖୋଦ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା (Varsha Priyadarsini) ଅଭିଯୋଗ କରିଛନ୍ତି। ଆଉ ନିକଟରେ ବୈଜୟନ୍ତ ପଣ୍ଡାଙ୍କ ଚରିତ୍ରକୁ ଆକ୍ଷେପ କରି ଅନୁଭବ କରିଥିବା ଟ୍ୱିଟ୍ ତାଙ୍କ ପୁରୁଷପଣିଆକୁ ଦର୍ଶାଉଛି। ଜାଗି ମଙ୍ଗତ ପଣ୍ଡା (Jagi Panda) ଙ୍କୁ ବୈଜୟନ୍ତ (Baijaynta Panda) ଙ୍କ ପତ୍ନୀମାନଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି। ତେବେ ଏଥିରୁ ଅନୁଭବ ନାରୀଙ୍କୁ କିଭଳି ସମ୍ମାନ ଦିଆନ୍ତି ତାହା ସ୍ପଷ୍ଟ ବାରି ହେଉଛି। କେବଳ ଏତିକି ନୁହେଁ ବର୍ଷାଙ୍କ ସହ ବିବାଦ ପଛରେ ଅନୁଭବଙ୍କ ପରକୀୟାପ୍ରିତି କାରଣ ବୋଲି ଚର୍ଚ୍ଚା ମଧ୍ୟ ଚାଲିଛି।



ଅନୁଭବଙ୍କ ଜନସେବା ତ ରାଜ୍ୟ ରଜନୀତି (Odisha Politics) ପାଇଁ ଗୋଟିଏ ଉଦାହରଣ। ୨୦୧୯ ନିର୍ବାଚନକୁ ୧୬ ମାସରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। କିନ୍ତୁ ଏହି ସମୟ ମଧ୍ୟରେ ସେ କେତେ ଥର ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡା ଯାଇଛନ୍ତି, ତାହା ନିଜେ ହିଁ ଜାଣନ୍ତି। ଯେତେବେଳେ ଲୋକେ ଖୋଜନ୍ତି, ସେତେବେଳେ ସେ ଦିଲ୍ଲୀରେ ନଜର ଆସନ୍ତି। ଅନୁଭବ ନିଜ ନିର୍ବାଚନ ମଣ୍ଡଳୀ ଅପେକ୍ଷା ଦିଲ୍ଲୀ ବାସଭବନରେ ଅଧିକ ସମୟ ବିତାଇବାକୁ ଭଲପାଆନ୍ତି। ଯେଉଁଥିପାଇଁ ସଂସଦ ଅଧିବେଶନ ଚାଲୁନଥିବା ସମୟରେ ବି ସେ ଦିଲ୍ଲୀ (Delhi) ରେ ବସି ଓଡିଶାବାସୀଙ୍କ ସେବା କରନ୍ତି।


Also Read: ଅନୁଭବଙ୍କ ସହ ବିବାଦୀୟ ସମ୍ପର୍କକୁ ନେଇ ଏପରି କହିଲେ ଜାଗୃତି


ଅନୁଭବଙ୍କ ହରକତ ସୋସିଆଲ ମିଡିଆଠୁ ବାହାରି ଦେଶରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଧୀରେ ଧୀରେ କେନ୍ଦ୍ରାପଡାର ଭୋଟର ତଥା ରାଜ୍ୟବାସୀଙ୍କ ଭରଷା ତାଙ୍କ ଉପରୁ ଉଠିଗଲାଣି। ଜନତା ତାଙ୍କୁ ୫ ବର୍ଷ ପାଇଁ ତାଙ୍କ ପ୍ରତିନିଧି ହିସାବରେ ବାଛିଛନ୍ତି। କିନ୍ତୁ ସେହି ଜନତାଙ୍କ ଆକ୍ରୋଶ ଯେକୌଣସି ସମୟରେ ବି ତାଙ୍କର ସାଂସଦ ପଦ ନେଇପାରେ। ବୋଧହୁଏ ସେ ଏହି କଥାକୁ ଆଗୁଆ ହୃଦୟଙ୍ଗମ କରିଛନ୍ତି। ସେଥିପାଇଁ ସେ ଜନତାଙ୍କ ସେବା କମ ଓ ନିଜ ସେବା ଅଧିକ କରୁଛନ୍ତି।


ସେପଟେ ନିଜ ଦଳୀୟ ନେତାଙ୍କ ଏପରି କାର୍ଯ୍ୟବିଧିକୁ ଦେଖି zero toleranceର କଥା କହୁଥିବା ମୁଖିଆ  ନବୀନ ପଟ୍ଟନାୟକ (Naveen Pattnaik) ବି ଚୁପ। ବୋଧ ହୁଏ ଏଗୁଡାକ ତାଙ୍କର ଜନବିରୋଧି ନୀତି ଭିତରେ ଆସୁନାହିଁ। କୁହାଯାଉଛି ଯେ ବୈଜୟନ୍ତଙ୍କ ପାଇଁ ଆଜି ଅନୁଭବ ସୁରକ୍ଷିତ ଅଛନ୍ତି। ଯଦି ସେ କେନ୍ଦ୍ରାପଡା ନହୋଇ ଅନ୍ୟ କୌଣସି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଜିତିଥାନ୍ତେ ତେବେ ତାଙ୍କୁ କେଉଁ କାଳରୁ BJD ବିଦା କରିସାରନ୍ତାଣି। 


Also Read: ଶେଷରେ ମୁହଁ ଖୋଲିଲେ ଅନୁଭବ


ସୂଚନାଯୋଗ୍ୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଓ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ଟକ୍କର ହୋଉଥିଲା। କେନ୍ଦ୍ରାପଡାରେ ବୈଜୟନ୍ତ ବିଜେପି ଟିକଟରୁ ନିର୍ବାଚନ ଲଢିଥିଲେ। ଆଉ ତାଙ୍କର ପ୍ରତିଦ୍ୱନ୍ଦୀଭାବେ ଅନୁଭବ ମହାନ୍ତିଙ୍କୁ ବିଜେଡି ଠିଆ କରିଥିଲା। ଆଉ ଏଥିରେ ଅନୁଭବ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ବୈଜୟନ୍ତଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ବିଜେଡିର ସମ୍ମାନ ବଞ୍ଚାଇବା ସହ ଦଳକୁ ମଜବୁତ କରିଥିଲା। ଯେଉଁଥିପାଇଁ ଆଜି ଅନୁଭବ ସୁରକ୍ଷିତ ଅଛନ୍ତି ବୋଲି କୁହାଯାଉଛି।