ଯଦି ମୋ ପାଇଁ ମୋର ସମର୍ଥକ ବା ଫ୍ୟାନ୍ସଙ୍କୁ ବ୍ୟବହାର କରାଯାଏ ତେବହେ ତାହାକୁ ମୁଁ ବରଦାସ୍ତ କରିବି ନାହିଁ ବୋଲି ସେ କହିଛନ୍ତି।
Trending Photos
ନୂଆଦିଲ୍ଲୀ: ପତି-ପତ୍ନୀଙ୍କି ବିବାଦ ମଧ୍ୟରେ ଫ୍ୟାନ୍ସଙ୍କୁ ଟଣା ହେଉଥିବା ପ୍ରସଙ୍ଗରେ ମୁହଁ ଖୋଲିଲେ ସାଂସଦ ଅନୁଭବ ମହାନ୍ତି। ଯେଉଁମାନଙ୍କ ସମସ୍ୟା ତାଙ୍କ ସହ ଅଛି, ସେମାନେ ତାଙ୍କୁ ଟାର୍ଗେଟ କରନ୍ତୁ, ପରିବାରକୁ ନୁହେଁ। ଯଦି ମୋ ପାଇଁ ମୋର ସମର୍ଥକ ବା ଫ୍ୟାନ୍ସଙ୍କୁ ବ୍ୟବହାର କରାଯାଏ ତେବହେ ତାହାକୁ ମୁଁ ବରଦାସ୍ତ କରିବି ନାହିଁ ବୋଲି ସେ କହିଛନ୍ତି।
ବର୍ଷା ଓ ଅନୁଭବଙ୍କ ପରିବାରିକ ମାମଲାରେ ଜାଗୃତି ଶୁକ୍ଲାଙ୍କୁ ଏଣ୍ଟ୍ରି ନେଇ ଚର୍ଚ୍ଚା ଚାଲିଛି। ନିକଟରେ ଅନୁଭବ ପୋଷ୍ଟ କରିଥିବା ଫଟୋକୁ ନେଇ ତାଙ୍କୁ ସୋସିଆଲ ମିଡିଆର୍ ଟ୍ରୋଲ କରାଯାଇଥିଲା। ପରେ ଜାଗୃତି ଫେସବୁକରେ ଏକ ଲମ୍ବା ପୋଷ୍ଟ ଲେଖି ଅନୁଭବଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସ୍ପଷ୍ଟିକରଣ ଦେଇଥିଲେ। ଯେଉଁମାନେ ଅଯଥାରେ ତାଙ୍କୁ ବଦନାମ କରୁଛନ୍ତି, ସେମାନଙ୍କୁ କାଠଗଡାକୁ ଟାଣିବାକୁ ବି ଧମକ ଦେଇଥିଲେ।
Also Read: ଅନୁଭବଙ୍କ ସହ ବିବାଦୀୟ ସମ୍ପର୍କକୁ ନେଇ ଏପରି କହିଲେ ଜାଗୃତି
ଆଉ ଜାଗୃତିଙ୍କ ସେହି ପୋଷ୍ଟର ୨ ଦିନ ପରେ ସାଂସଦ ଅନୁଭବ ମହାନ୍ତି ତାଙ୍କ ଫେସବୁକରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଜାଗୃତିଙ୍କ ନାଁ ନନେଇ ସେ କହିଛନ୍ତି ଯେ, ମୋର ଫ୍ୟାନ୍ସ ଓ ସମର୍ଥକମାନେ ହେଲେ ତାଙ୍କର ପରିବାର। ଯିଏ ମଧ୍ୟ ତାଙ୍କୁ କ୍ଷତି ପହଞ୍ଚାଇବା ବା କଷ୍ଟ ଦେବାକୁ ଚେଷ୍ଟା କରିବେ ତାହାକୁ ବରଦାସ କରାଯିବ ନାହିଁ। ଯେଉଁମାନଙ୍କ ସମସ୍ୟା ତାଙ୍କ ସହ ଅଛି ସେମାନେ ସିଧାସଳଖ ମୁକାବିଲା କରନ୍ତୁ। କିନ୍ତୁ ଅଯଥାରେ ଫ୍ୟାନ୍ସ ବା ସମର୍ଥକଙ୍କୁ ତାଙ୍କ ବ୍ୟକ୍ତିଗତ ମାମଲାରେ ଟାଣନ୍ତୁ ନାହିଁ ବୋଲି ଅନୁଭବ କହିଛନ୍ତି।
ଏହା ବ୍ୟତୀତ ସେ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟଦା କଥା କହିଛନ୍ତି। ଯେଉଁମାନେ ତାଙ୍କ କଠିନ ସମୟରେ ଠିଆ ହୋଇଛନ୍ତି, ସେମାନଙ୍କ ପାଇଁ ସେ ସର୍ବଦା ଢାଳ ହୋଇ ଠିଆ ହେବେ ଓ ତାଙ୍କ ସୁରକ୍ଷା କରିବେ ବୋଲି ମଧ୍ୟ ଅନୁଭବ କହିଛନ୍ତି। କିନ୍ତୁ ଏହି ଭିଡିଓ ବାର୍ତ୍ତାରେ ଅନୁଭବ ବର୍ଷାଙ୍କର ନାଁ ମଧ୍ୟ ନେଇ ନାହାନ୍ତି। ଅନୁଭବଙ୍କ କୋର୍ଟ ପିଟିସନ ଦେଖିଲେ ମହିଳାଙ୍କ ସମ୍ମାନ କଥା କେତେଦୂର ସେ ମାନନ୍ତି ତାହା ସ୍ପଷ୍ଟ ଜଣା ପଡୁଛି। ଆଉ ହାତ ଛାଡିବା କଥା ଛାଡପତ୍ର ପିଟିସନରୁ ସମସ୍ତେ ବାରି ପାରୁଥିବେ।