ଓକିଲଙ୍କ ଚାମ୍ବରରେ ଅନୁଭବ-ଜାଗୃତି
Advertisement

ଓକିଲଙ୍କ ଚାମ୍ବରରେ ଅନୁଭବ-ଜାଗୃତି

ପାରିବାରିକ କଳହରେ ପୂର୍ଣ୍ଣଛେଦ ନ ପଡ଼ୁଣୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତି। 

 ଓକିଲଙ୍କ ଚାମ୍ବରରେ ଅନୁଭବ-ଜାଗୃତି

ନୂଆଦିଲ୍ଲୀ: ପାରିବାରିକ କଳହରେ ପୂର୍ଣ୍ଣଛେଦ ନ ପଡ଼ୁଣୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତି। କେନ୍ଦ୍ରାପଡ଼ାର ଏହି ସାଂସଦ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକାଂଶ ସମୟ ଗଣମାଧ୍ୟମର ଶୀର୍ଷକ ପାଲଟୁଛନ୍ତି। ସେଭଳି ଏକ ଘଟଣା ପୁଣି ଥରେ ସାମନାକୁ ଆସିଛି। ଯେଉଁ ମହିଳାଙ୍କୁ ନେଇ ତାଙ୍କର ସୁନା ସଂସାର ଚୂନା ହୋଇଥିବା କୁହାଯାଉଛି। ସେହି ମହିଳାଙ୍କ ସହ ପୁଣି ତାଙ୍କର ଏକ ଫଟୋ ଭାଇରାଲ ହେଉଛି।

ସ୍ୱାମୀ ଅନୁଭବ (Anubhav Mohanty) ଙ୍କ ବିରୋଧରେ ପତ୍ନୀ ବର୍ଷା (Barsha Priyadarsini) ମାମଲା ରୁଜୁ କରିବା ପରେ ବିଜେଡି ସାଂସଦ (BJD MP) ଙ୍କ ଘରର କଥା ପଦାରେ ପଡି ହାଟରେ ଗଡିଲା। ଲୋକସଭା ଟିଭି (Lok Sabha TV)ର ଉପସ୍ଥାପିକା ଜାଗୃତି ଶୁକ୍ଲା (Jagrati Shukla) ଙ୍କ ସହିତ ଅନୁଭବଙ୍କ ସମ୍ପର୍କ ଥିବା ନେଇ ସୋସିଆଲ ମିଡିଆରୋ ଚର୍ଚ୍ଚା ଚାଲିଲା। ଏପରି କି ଜାଗୃତିଙ୍କ ପାଇଁ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଉଥିବା ବି କୁହାଗଲା। ତେବେ ଗୁରୁବାର ପୁଣି ଥରେ ଜାଗୃତିଙ୍କ ସହ ଫଟୋକୁ ନେଇ ଅନୁଭବ ସୋସିଆଲ ମିଡିଆ କାଠଗଡାକୁ ଆସିଛନ୍ତି। 

ଅଧିକ ପଢନ୍ତୁ: ଅନୁଭବ-ବର୍ଷା ବିବାଦ ମାମଲା; କୋର୍ଟରେ ଜବାବ ଦାଖଲ ପାଇଁ ସମୟ ମାଗିଲେ ସାଂସଦ

ଘଟଣାଟି ଏହିପରି, ନିକଟରେ ଦିଲ୍ଲୀ ହାଇକୋର୍ଟ  (Delhi high Court) ଓକିଲ ଅଶ୍ୱିନୀ ଦୁବେଙ୍କ ଜନ୍ମଦିନ ଥିଲା। ଆଉ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅଶ୍ୱିନୀଙ୍କ ଅଫିସକୁ ଅନୁଭବ ଓ ଲୋକସଭା ଟିଭିର ଉପସ୍ଥାପିକା ଜାଗୃତି ଶୁକ୍ଲା ଯାଇଥିଲେ। ଯାହାର ଏକ ଫଟୋ ଅନୁଭବ ତାଙ୍କ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି। ମହାପ୍ରଭୁ ଜଗନ୍ନାଥ ତୁମକୁ ଦୀର୍ଘାୟୁ କରନ୍ତୁ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। 

ଅଶ୍ୱିନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଜାଗୃତିଙ୍କୁ ଖୁବ ପ୍ରଶଂସା କରିଛନ୍ତି। ଜାଗୃତିଙ୍କୁ ଟ୍ୟାଗ କରି ଅନୁଭବ ଲେଖିଛନ୍ତି ଯେ, ଏକ ଉତ୍ତମ ଓ ନିସ୍ୱାର୍ଥପର ବନ୍ଧୁତ୍ୱ ପାଇଁ ଆପଣଙ୍କୁ ଧନ୍ୟବାଦ ଜାଗୃତି। ଯେତେବେଳେ ମୋ ମୁହଁରେ ହସ ଦରକାର ତାହା ଦେଇଛନ୍ତି। ଏହା ପରେ ସେ Friends in need are Friends indeed ବୋଲି ଲେଖିଛନ୍ତି।

ଅନୁଭବଙ୍କ ଏହି ପୋଷ୍ଟରେ ତାଙ୍କର ପ୍ରଶଂସକମାନେ ମଧ୍ୟ କମେଣ୍ଟ ଦେବାରେ ଲାଗିଛନ୍ତି। କେହି କେହି ତାଙ୍କୁ ସମାଲୋଚନା କରୁଥିବା ବେଳେ କେହି କେହି ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଫଟୋରେ ଜାଗୃତି ଏବଂ ଅନୁଭବଙ୍କ ପୋଜ୍ ସମସ୍ତଙ୍କୁ ଆକର୍ଷିତ କରୁଛି। ସେମାନେ ଏକ କପଲ ଭଳି ଠିଆ ହୋଇଥିବା ଦେଖିବାକୁ ମିଳୁଛି।