Assembly Election 2023 Voting: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ; ଜାଣନ୍ତୁ କେତେ ଆସନରେ ହେବ ଭୋଟ ଗ୍ରହଣ
Advertisement
Article Detail0/zeeodisha/odisha1947486

Assembly Election 2023 Voting: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ; ଜାଣନ୍ତୁ କେତେ ଆସନରେ ହେବ ଭୋଟ ଗ୍ରହଣ

2023 Assembly Election Polling: ବିଧାନସଭା ନିର୍ବାଚନ ୨୦୨୩ ଆସନ୍ତାକାଲି  ଛତିଶଗଡ଼ର ୨୦ ଏବଂ ମିଜୋରାମର ସମସ୍ତ ୪୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।

 Assembly Election 2023 Voting: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ; ଜାଣନ୍ତୁ କେତେ ଆସନରେ ହେବ ଭୋଟ ଗ୍ରହଣ

Assembly Election 2023 1st Phase Voting: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୭ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ। ଆସନ୍ତାକାଲି ଛତିଶଗଡ଼ର ୨୦ ଏବଂ ମିଜୋରାମର ସମସ୍ତ ୪୦ ଆସନ ଲାଗି ଭୋଟ ଗ୍ରହଣ କରାଯିବ।      

ପ୍ରଥମ ପର୍ଯ୍ୟାୟରେ କାହାର ଭାଗ୍ୟ ପରୀକ୍ଷା କରିବେ ମତଦାତା
ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ର ୫ ଆସନରେ ୫ ଜଣ ଭିଆଇପି ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଡକ୍ଟର ରମଣ ସିଂହ ରାଜନନ୍ଦଗାଓଁ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ମହମ୍ମଦ ଆକବର କବର୍ଦ୍ଧା, ଛତିଶଗଡ଼ କଂଗ୍ରେସ କମିଟି ସଭାପତି ଦୀପକ ବୈଜ, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଲତା ଉସେଣ୍ଡି କୋଣ୍ଡାଗାଓଁ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ମୋହନ ମରକାମ କୋଣ୍ଡାଗାଓଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।  

ଯଦି ମିଜୋରାମ କଥା କୁହାଯାଏ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଆଇଜୋଲ୍ ପୂର୍ବ-୧ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜୋରାମ ପିପୁଲ୍ସ ମୁଭମେଣ୍ଟ ଉପାଧ୍ୟକ୍ଷ ଲାଲଥାନ୍ସଙ୍ଗା ମଧ୍ୟ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜୋରାମ ପିପୁଲ୍ସ ମୁଭମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଦୁହୋମା ସେରଛିପ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯେଉଁଠୁ ମିଜୋ ନ୍ୟାସନାଲ ଫ୍ରଣ୍ଟ ନୱାଙ୍ଗତୁକ୍ ଜେ ମାଲସାୱମଜୁଅଲ ୱାନଚାୱାଙ୍ଗ ଏବଂ କଂଗ୍ରେସ ପ୍ରାର୍ଥୀ ଆର.ୱାନଲାଲଟୁଲୁଙ୍ଗା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ବିଧାୟକ ଲାଲରିନ୍ଦିକା ରାଲ୍ଟେ ଏବଂ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ରବର୍ଟ ରୋମାଭିଆ ରୋଏଟେ ହଚ୍ଛେକ ଆସନରେ ମୁହାମୁହିଁ ହେବେ। ଏହା ବ୍ୟତୀତ ଆଇଜୋଲ ପଶ୍ଚିମ-୩ ଆସନରୁ  ଜୋରାମ ପିପୁଲ୍ସ ମୁଭମେଣ୍ଟ ବିଧାୟକ ଭି.ଏଲ୍ ଜୈଥନଜମା, କଂଗ୍ରେସ ଅଧ୍ୟକ୍ଷ ଲାଲ ସାୱତା ଏବଂ ଏମଏନଏଫ ପ୍ରାର୍ଥୀ କେ.ସାବମୱେଲାଙ୍କ ମଧ୍ୟରେ ମୁକାବିଲା ହେବ।

ପ୍ରଥମ ପର୍ଯ୍ୟାରେ ଛତିଶଗଡ଼ର କେଉଁ ଆସନରେ ହେବ ମତଦାନ
ଛତିଶଗଡ଼ର ମୋଟ ୯୦ ବିଧାନସଭା ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ନଭେମ୍ବର ୭ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ୨୦ ରାଜ୍ୟର  ଆସନ ଏବଂ ୧୭ ତାରିଖ ଶୁକ୍ରବାର ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୭୦ ଆସନ ପାଇଁ ଭୋଟିଂ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ କବୀରଧାମ ଜିଲ୍ଲାର ପଣ୍ଡାରିଆ ଏବଂ କୱର୍ଦ୍ଧା ବିଧାନସଭା ଆସନ, ରଜନନ୍ଦଗାଓଁ ଜିଲ୍ଲାର ଖୈରାଗଡ, ଡୋଙ୍ଗାରଗଡ଼ (ଏସସି), ରଜନନ୍ଦନଗାଓଁ, ଡୋଙ୍ଗାରାଗାଓଁ, ଖୁଜି ଏବଂ ମୋହଲା-ମନପୁର (ଏସଟି) ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। କାଙ୍କେର ଜିଲ୍ଲାର ୩ ଆସନ ଅନତାଗଡ଼ (ଏସଟି), ଭାନୁପ୍ରତାପୁର (ଏସଟି) ଏବଂ କାଙ୍କେର (ଏସଟି) ଆସନରେ ମତଦାନ ହେବ। ଏହା ବ୍ୟତୀତ କୋଣ୍ଡାଗାଓଁ ଜିଲ୍ଲାର ୨ ଆସନ କେଶକଲ (ଏସଟି), କୋଣ୍ଡାଗାଓଁ (ଏସଟି), ନାରାୟଣପୁର ଜିଲ୍ଲାର ନାରାୟଣପୁର (ଏସଟି), ବସ୍ତର ଜିଲ୍ଲାର ୩ ଆସନ ବସ୍ତର (ଏସଟି) ଜଗଦଲପୁର, ଚିତ୍ରକୋଟ (ଏସଟି), ଦାନ୍ତେୱାଡ଼ା ଜିଲ୍ଲାର ଦାନ୍ତେୱାଡା (ଏସଟି), ବିଜାପୁର ଜିଲ୍ଲାର ବିଜାପୁର (ଏସଟି) ସୁକମା ଜିଲ୍ଲାର କୋଣ୍ଟା (ଏସଟି) ଆସନରେ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ।

ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମିଜୋରାମ ବିଧାନସଭା ନିର୍ବାଚନ
ମିଜୋରାମ ବିଧାନସଭା ନିର୍ବାଚନ ୨୦୨୩ ଲାଗି ରାଜ୍ୟର ସମସ୍ତ ୪୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ।  

କେତେ ସମୟ ଧରି ଚାଲିବ ଭୋଟ ଗ୍ରହଣ  
ଛତିଶଗଡ ଏବଂ ମିଜୋରାମ ପାଇଁ ମତଦାନ ସକାଳ ୦୭:୦୦ ସମୟରୁ ଆରମ୍ଭ ହୋଇ ସନ୍ଧ୍ୟା ୦୫:୦୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମାତ୍ର ଛତିଶଗଡ଼ର ବିଭିନ୍ନ ଆସନ ପାଇଁ ଭୋଟ୍ ଦେବାର ସମୟ ଅଲଗା ରହିଛି। ସକାଳ ସାତଟାରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ମୋହଲା-ମନପୁର, କାଙ୍କେର, ଅନ୍ତାଗଡ଼, ଭାନୁପ୍ରତାପପୁର, କୋଣ୍ଡାଗାଓଁ, କେଶକାଲ, ନାରାଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଟା ଆସନରେ ମତଦାନ ଅନୁଷ୍ଠିତ ହେବ। ଏହା ସହିତ ପାଣ୍ଡାରିଆ, ଖୈରାଗଡ଼, କାୱର୍ଦ୍ଧା, ଡୋଙ୍ଗରଗଡ଼, ଡୋଙ୍ଗରଗାଓଁ, ରାଜନନ୍ଦଗାଓଁ, ଖୁଜ୍ଜୀ, ବସ୍ତର, ଜଗଦଲପୁର ଏବଂ ଚିତ୍ରକୋଟ୍ ବିଧାନସଭା ଆସନ ପାଇଁ ସକାଳ ସାତଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ।

ଛତିଶଗଡ଼ର ସମ୍ବେଦନଶୀଳ ଅଞ୍ଚଳରେ ରହିବ ଉଚ୍ଚ ସୁରକ୍ଷା ବ୍ୟବସ୍ଥା
ଛତିଶଗଡ଼ର ବସ୍ତର ବିଭାଗର ସମ୍ବେଦନଶୀଳ ଅଞ୍ଚଳରେ ରହିଥିବା ମତଦାନ କେନ୍ଦ୍ରରେ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଏବଂ ଛତିଶଗଡ଼ର ପ୍ରାୟ ୬୦ ହଜାର ଯବାନ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ଡ୍ରୋନ୍ ଏବଂ ହେଲିକପ୍ଟର ମାଧ୍ୟମରେ ମାଓବାଦୀ କାର୍ଯ୍ୟକଳାପ ଉପରେ ନଜର ରଖାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି। ବସ୍ତର ଜିଲ୍ଲାର ୫ ବିଧାନସଭା ଆସନକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିଚାର କରି ୧୪୯ ​​ମତଦାନ କେନ୍ଦ୍ରରେ ମଜବୁତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ମତଦାନ କେନ୍ଦ୍ର ଅନ୍ତାଗଡ଼, ଦନ୍ତେୱାଡା, ବିଜାପୁର, ନାରାୟଣପୁର ଏବଂ କୋଣ୍ଟା ଆସନ ଅଧିନରେ ରହିଛି। ଇନ୍ସପେକ୍ଟର ଜେନେରାଲ ସୁନ୍ଦରରାଜ ପି କହିଛନ୍ତି ଯେ ଏହି ମତଦାନ କେନ୍ଦ୍ରକୁ ନିକଟସ୍ଥ ଥାନା ଏବଂ ସୁରକ୍ଷା ଶିବିରକୁ ସ୍ଥାନାନ୍ତର କରାଯାଇଛି।

ମିଜୋରାମ ବିଧାନସଭା ନିର୍ବାଚନ ପାଇଁ କିପରି ରହିଛି ସୁରକ୍ଷା ବ୍ୟବସ୍ଥା 
ମିଜୋରାମର ଆନ୍ତ ରାଜ୍ୟ ଏବଂ ଆନ୍ତର୍ଜାତୀୟ ସୀମା ସହିତ ପ୍ରାୟ ୩୦ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷିତ ହୋଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ରାଜ୍ୟ ତଥା ଆନ୍ତର୍ଜାତୀୟ ସୀମାରେ ୩୦୦୦ ପୋଲିସ କର୍ମଚାରୀ ଏବଂ ୫୪୦୦ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ କର୍ମଚାରୀ ନିୟୋଜିତ ହୋଇଛନ୍ତି।