ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଉପରେ ଆକ୍ରମଣ, ଡ୍ରାଇଭର ଓ PSO ଗୁରୁତର
Advertisement

ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଉପରେ ଆକ୍ରମଣ, ଡ୍ରାଇଭର ଓ PSO ଗୁରୁତର

BJP MLA Mukesh Mahalinga: ହଠାତ୍ ବଲାଙ୍ଗିର-ସମ୍ୱଲପୁର ଏନ.ଏଚ-୨୬ ର ବୁର୍ଡା ଛକ ଠାରେ ଦୁଇଜଣ ଯୁବକ ବାଇକରେ ଆସି ଗାଡିକୁ ଅଟକାଇ ସାମ୍ନାରେ ବାଇକ ରଖିଦେଇଥିଲେ । ପି.ଏସ.ଓ ଶଂକର ବରିହା ଓ ଡ୍ରାଇଭର ଦେବରାଜ ନାଗ ବାଇକକୁ ସେଠାରୁ ହଟାଇଦେବା ପାଇଁ କହିଥିଲେ । ତାପରେ ସଂଗେ ସଂଗେ ଦୁଇ ଯୁବକ ଡ୍ରାଇଭର ଓ ପି.ଏସ.ଓଙ୍କୁ ଆକ୍ରମଣ କରିଥିଲେ । 

ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଉପରେ ଆକ୍ରମଣ, ଡ୍ରାଇଭର ଓ PSO ଗୁରୁତର

ବଲାଙ୍ଗୀର: BJP MLA Mukesh Mahalinga: ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ (Loisingha BJP MLA Mukesh Mahalinga) ଙ୍କ ଗାଡି ଉପରକୁ ଆକ୍ରମଣ । ଗାଡିକୁ ଅଟକାଇ ପି.ଏସ.ଓ ଓ ଡ୍ରାଇଭରଙ୍କୁ ଆକ୍ରମଣ କଲେ ନିଶାଖୋର ଯୁବକ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଛକ ଠାରେ ଏଭଳି ଘଟଣା ଘଟିଛି । ଆଜି (ମଙ୍ଗଳବାର) ବିଧାୟକ ମୁକେଶ ମହାଲିଙ୍ଗ (Mukesh Mahalinga) ବାଦିବାହାଲ ଗାଁରେ ଏକ କାର୍ଯ୍ୟକ୍ରମ ସାରି ନିଜ ଗାଁ ନଅଗାଁ(ଖ)କୁ ଫେରୁଥିଲେ ।

ହଠାତ୍ ବଲାଙ୍ଗିର-ସମ୍ୱଲପୁର ଏନ.ଏଚ-୨୬ ର ବୁର୍ଡା ଛକ ଠାରେ ଦୁଇଜଣ ଯୁବକ ବାଇକରେ ଆସି ଗାଡିକୁ ଅଟକାଇ ସାମ୍ନାରେ ବାଇକ ରଖିଦେଇଥିଲେ । ପି.ଏସ.ଓ ଶଂକର ବରିହା ଓ ଡ୍ରାଇଭର ଦେବରାଜ ନାଗ ବାଇକକୁ ସେଠାରୁ ହଟାଇଦେବା ପାଇଁ କହିଥିଲେ । ତାପରେ ସଂଗେ ସଂଗେ ଦୁଇ ଯୁବକ ଡ୍ରାଇଭର ଓ ପି.ଏସ.ଓଙ୍କୁ ଆକ୍ରମଣ କରିଥିଲେ । 

ଦୁଇଜଣ ତଲେ ପଡିଯିବାରୁ ଗୁରୁତର ଭାବେ ଆହତ ହୋଇଥିଲେ । ବିଧାୟକ ଗାଡିରୁ ଓହ୍ଲାଇବା ପରେ ଫେରାର ମାରିଥିଲେ ଦୁଇ ଦୃବୁର୍ତ୍ତ । ଗୁରୁତର ଡ୍ରାଇଭର ଓ ପି.ଏସ.ଓଙ୍କୁ ଲୋଇସିଂହା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଲୋଇସିଂହା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀ ଦୁଇ ଯୁବକ ଫେରାର ଥିବା ଜଣାପଡିଛି ।