Bharat Jodo Nyay Yatra: ଫାଡ଼ି ଦିଆଗଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା ପୋଷ୍ଟର; ଟିଏମସି-କଂଗ୍ରେସ ମୁହାଁମୁହିଁ
Advertisement
Article Detail0/zeeodisha/odisha2076816

Bharat Jodo Nyay Yatra: ଫାଡ଼ି ଦିଆଗଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା ପୋଷ୍ଟର; ଟିଏମସି-କଂଗ୍ରେସ ମୁହାଁମୁହିଁ

Bharat Jodo Nyay Yatra Congress: ଆସନ୍ତାକାଲି ପଶ୍ଚିମବଙ୍ଗ ଠାରେ ପହଞ୍ଚିବ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରା। ହେଲେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗ ଠାରେ ପହଞ୍ଚିବା ପୂର୍ବରୁ ରାଜ୍ୟର କୁଚବିହାର ଜିଲ୍ଲାରେ ଦଳ ଦ୍ୱାରା ଲଗାଯାଇଥିବା ପୋଷ୍ଟର ଫାଡ଼ି ଦିଆଯାଇ ଥିବାର ମାମଲା ସାମ୍ନାକୁ ଆସିଛି।

Bharat Jodo Nyay Yatra: ଫାଡ଼ି ଦିଆଗଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା ପୋଷ୍ଟର; ଟିଏମସି-କଂଗ୍ରେସ ମୁହାଁମୁହିଁ

Bharat Jodo Nyay Yatra Posters Torn Down in West Bengal: ଗତ ୧୪ ତାରିଖରେ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଠାରୁ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ। ଯାହା ମୁମ୍ବାଇ ଠାରେ ଶେଷ ହେବ। ଏହି ଯାତ୍ରା ପଶ୍ଚିମବଙ୍ଗ ଠାରେ ପହଞ୍ଚିବ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରା। ହେଲେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗ ଠାରେ ପହଞ୍ଚିବା ପୂର୍ବରୁ ରାଜ୍ୟର କୁଚବିହାର ଜିଲ୍ଲାରେ ଦଳ ଦ୍ୱାରା ଲଗାଯାଇଥିବା ପୋଷ୍ଟର ଫାଡ଼ି ଦିଆଯାଇ ଥିବାର ମାମଲା ସାମ୍ନାକୁ ଆସିଛି।ଏହି ପୋଷ୍ଟର କିଏ ଫାଡ଼ିଛି ବର୍ତ୍ତମାନ  ପର୍ଯ୍ୟନ୍ତ ତାହା ଜଣାପଡ଼ିନାହିଁ। ଆପଣଙ୍କୁ କହିରଖୁଛୁ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାନୁଆରୀ ୨୫ ତାରିଖ ଗୁରୁବାର ପଶ୍ଚିମବଙ୍ଗ ଠାରେ ପ୍ରବେଶ କରିବ। ହେଲେ ଏହି ଯାତ୍ରା ରାଜଧାନୀ କୋଲକାତା ଦେଇ ଯିବ ନାହିଁ।

ଆସନ୍ତାକାଲି ରାଲ ବେଳେ ମୁହାଁମୁହିଁ ହେବେ ରାହୁଲ ଗାନ୍ଧୀ-ମମତା ବାନାର୍ଜୀ 

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାନୁଆରୀ ୨୫ ତାରିଖ ଗୁରୁବାର ପଶ୍ଚିମବଙ୍ଗ କୁଚବିହାର ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଏକ ରାଲି ଆୟୋଜନ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ନିମନ୍ତ୍ରଣ କରାଯାଇ ନାହିଁ। ମମତା ବାନାର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗ ସହ ଜଡିତ କୌଣସି ପ୍ରସଙ୍ଗରେ ତାଙ୍କ ସହ ଆମର କୌଣସି ଆଲୋଚନା ହୋଇନାହିଁ।

୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ଲଢିବାକୁ ଘୋଷଣା କରିଛି ଟିଏମସି
୨୦୨୪ ଲୋକସଭା ନିର୍ବାଚନକୁ ନେଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କଂଗ୍ରେସ ଲାଗି କୌଣସି ଝଟକା ଠାରେ କମ ନୁହେଁ। ଏହି ନିର୍ବାଚନରେ ଏକାକୀ ଲଢିବାକୁ ଘୋଷଣା କରିଛି ଟିଏମସି। ରାଜ୍ୟରେ କ୍ଷମତାସୀନ ଶାସକ ଦଳ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହାକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା କରିବାକୁ ନେଇ ଟିଏମସି କାହା ସହ ଯୋଗାଯୋଗ କରିନାହିଁ। ପଶ୍ଚିମବଙ୍ଗରେ କୌଣସି ଦଳ ମଧ୍ୟରେ ସମନ୍ୱୟ ନାହିଁ। ଲୋକସଭା ନିର୍ବାଚନରେ ​​ଟିଏମସି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ ନେତୃତ୍ୱାଧିନ ମେଣ୍ଟ ଇଣ୍ଡିଆ ଟିଏମସି ପକ୍ଷରୁ ଦିଆଯାଇଥିବା କୌଣସି ପ୍ରସ୍ତାବ ଗ୍ରହଣ କରି ନାହିଁ। ଏଭଳି ପରିସ୍ଥିତିରେ ଟିଏମସି ୨୦୨୪ ଲୋକସଭ ନିର୍ବାଚନରେ ଏକାକୀ ​ପ୍ରତିଦ୍ୱନ୍ଦ୍ୱିତା କରିବ।

୨ ଦିନ ପୂର୍ବେ କଂଗ୍ରେସ ପାଖକୁ ପ୍ରସ୍ତାବ ପଠାଇଥିଲେ ଟିଏମସି ସୁପ୍ରିମୋ
ଏହାପୂର୍ବରୁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପାଖକୁ ଏକ ପ୍ରସ୍ତାବ ପଠାଇଥିଲେ। ଯେଉଁଥିରେ ସେ କହିଥିଲେ ଯେ କଂଗ୍ରେସ କିଛି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଆଞ୍ଚଳିକ ଦଳଙ୍କ ଛାଡ଼ିଦେବା ଆବଶ୍ୟକ। ଏହି ନିର୍ବାଚନରେ କଂଗ୍ରେସ ୩୦୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ। ଏହା ସହିତ ସେ ପଶ୍ଚିମବଙ୍ଗରେ ଅଧିକ ଆସନରେ ଟିଏମସି ନିର୍ବାଚନ ଲଢୁ ବୋଲି ଚାହୁଁଥିଲେ। ସେ କହିଛନ୍ତି ଯେ ପଶ୍ଚିମବଙ୍ଗ ରାଜନୀତିରେ କୌଣସି ଦଳ ଟିଏମସି ଭଳି ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏହା ସହିତ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ବିରୋଧି ଇଣ୍ଡିଆ ମେଣ୍ଟର ଏଜେଣ୍ଡା ସିପିଏମ୍ ଦ୍ୱାରା ନିୟନ୍ତ୍ରିତ ହେଉଛି।