ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ପାଇଁ ପ୍ରଚାର ଜୋରଦାର କରୁଛନ୍ତି ସମସ୍ତ ରାଜନୈତିକ ଦଳ । ଏହି କ୍ରମରେ ଅକ୍ଟୋବର ୧୨ରୁ ବିହାର ବିଧାନସଭା ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ କ୍ୟାମ୍ପେନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (CM Nitish Kumar) । କିନ୍ତୁ ନିଜର ପ୍ରଥମ ସମ୍ୱୋଧନରେ ସେ ଯେପରି ବିହାରର ବିକାଶକୁ ନେଇ ନିଜର ଅସହାୟତା ଦେଖାଇଥିଲେ । ଏଥିରୁ ବିରୋଧୀଙ୍କୁ ଆକ୍ରମଣ କରିବାର ସୁଯୋଗ ମିଳିଥିଲା ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ ସିଏମ ନୀତିଶ କୁମାର ବିହାରର ଭୌଗୋଳିକ ସ୍ଥିତିକୁ ରାଜ୍ୟର ବିକାଶର ବାଧକ ବୋଲି କହି କହିଛନ୍ତି ଯେ ଆମେ ଚାରି ପାର୍ଶ୍ୱରେ ଘେରି ରହୁଛି । ଉପକୂଳବର୍ତ୍ତୀ ରାଜ୍ୟଗୁଡିକରେ ଅଧିକ ବୃହତ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ଆମେ ବହୁତ ଚେଷ୍ଟା କରିଥିଲୁ କିନ୍ତୁ ବଡ ଶିଳ୍ପପତିମାନେ ବିହାରକୁ ଆସି ନଥିଲେ । ସିଏମ ନୀତିଶଙ୍କ ଏହି ପ୍ରସଙ୍ଗକୁ ଆଧାର କରି ବର୍ତ୍ତମାନ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନ (LJP President Chirag Paswan) ସିଏମ ନୀତିଶଙ୍କ ଉପରେ ଆକ୍ରମଣ କରିଛନ୍ତି । ଚିରାଗ କହିଛନ୍ତି ଯେ, "ଯାହା ବି ହେଉ, ନୀତିଶଙ୍କୁ ଏଥର ସିଏମ ହେବାକୁ ଦେବି ନାହିଁ ।"


ଅଧିକ ପଢ଼ନ୍ତୁ:-ଟ୍ରେନରେ ଏହି ନିୟମ ଭାଙ୍ଗିଲେ ହେବ ଜେଲ, ଲାଗିବ ଜରିମାନା !


ଚିରାଗ କହିଛନ୍ତି ଯେ, ପ୍ରଥମ ରାଲିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ବହୁତ ଚେଷ୍ଟା କରିଛୁ । ବିହାରରେ ଇଣ୍ଡଷ୍ଟ୍ରିଜ୍ ସ୍ଥାପନ ହୋଇପାରିବ ନାହିଁ । ନୀତୀଶ କୁମାର କହୁଛନ୍ତି ଯେ ବିହାର ସମୁଦ୍ର ଦ୍ୱାରା ଘେରି ନାହିଁ, ତେଣୁ ଏଠାରେ କୌଣସି ଶିଳ୍ପ ନାହିଁ । କିନ୍ତୁ, ବିହାର ଏକମାତ୍ର ରାଜ୍ୟ ନୁହେଁ ଯାହା ଲ୍ୟାଣ୍ଡ ଲକ୍ ରହିଛି । ବରଂ ଦିଲ୍ଲୀ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଝାଡଖଣ୍ଡ, ହିମାଚଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ ଭଳି ରାଜ୍ୟ ମଧ୍ୟ ଚାରିଆଡେ ଜମିରେ ଘେରି ରହିଛନ୍ତି । ଏହି ରାଜ୍ୟଗୁଡିକ ମଧ୍ୟରୁ ଅନେକରେ ବିହାର ଅପେକ୍ଷା ଅଧିକ କାରଖାନା ଅଛି ।


ଅଧିକ ପଢ଼ନ୍ତୁ:-ନିଜ ସମ୍ପତ୍ତି ଓ ନିବେଶ ବିଷୟରେ ବଡ଼ ସୂଚନା ଦେଲେ ପିଏମ ମୋଦି, ଜାଣନ୍ତୁ କେଉଁଠାରେ ସେ ନିବେଶ କରିଛନ୍ତି ନିଜ ଟଙ୍କା ?


ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଥିବା ଯାଏ ବିକାଶ ହେବା କିମ୍ବା  ବିହାରର ବିକଶିତ ହେବା ସମ୍ଭବ ନୁହେଁ ବୋଲି ଏଲଜେପି ଅଧ୍ୟକ୍ଷ କହିଛନ୍ତି । ରାଜ୍ୟବାସୀ ତାଙ୍କୁ ୧୫ ବର୍ଷ ଦେଇଛନ୍ତି । ଦେଢ଼ ଦଶନ୍ଧି ପରେ ମଧ୍ୟ ସ୍ଥିତିରେ ସୁଧାର ଆସି ନାହିଁ । ସିଏମ ନୀତିଶ ଆଜି କହୁଛନ୍ତି ଯେ ସେ ଆପଣଙ୍କ ଘର ଓ କ୍ଷେତକୁ ବିଦ୍ୟୁତ ପହଞ୍ଚାଇବେ । ବିହାର ଆମର କୃଷି ପ୍ରଧାନ ରାଜ୍ୟ, ବିଦ୍ୟୁତ୍ ବର୍ତ୍ତମାନ ଯାଏ ପହଞ୍ଚି ଯିବାର କଥା । ଏହାସହ ଜଳସେଚନ ସୁବିଧା ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ଗ୍ରାମରେ ପହଞ୍ଚି ଯିବାର କଥା । କିନ୍ତୁ ତାହା ବର୍ତ୍ତମାନ ଯାଏ ହୋଇନାହିଁ ।