ACC U19 Asia Cup: ଟିମ୍ ଇଣ୍ଡିଆର ହେଲା ଘୋଷଣା, ଯୁବ ଅଲରାଉଣ୍ଡର କରାଗଲା ଅଧିନାୟକ, ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ
Advertisement
Article Detail0/zeeodisha/odisha2555732

ACC U19 Asia Cup: ଟିମ୍ ଇଣ୍ଡିଆର ହେଲା ଘୋଷଣା, ଯୁବ ଅଲରାଉଣ୍ଡର କରାଗଲା ଅଧିନାୟକ, ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

Womens Under-19 Asia Cup 2024: ଡିସେମ୍ବର ୧୫ ରେ ଭାରତ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ଟିମ୍ ଇଣ୍ଡିଆ ୧୭ ଡିସେମ୍ବରରେ ନେପାଳକୁ ଭେଟିବ।

 

Team India announced Squad for Under 19 Asia Cup 2024

Under-19 Asia Cup 2024: ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ କ୍ରିକେଟ୍ ପଡ଼ିଆରେ ଭାରତ ଓ ପାକିସ୍ତାନ ଖୁବ୍ ଶୀଘ୍ର ମୁହାଁମୁହିଁ ହେବାକୁ ଯାଉଛନ୍ତି। ହଁ ଆଜ୍ଞା, ଆପଣ ଠିକ୍ ପଢୁଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ କ୍ରିକେଟ୍ ମ୍ୟାଚ୍ ହେବାକୁ ଯାଉଛି। ଏସିସି ଜୁନିଅର ମହିଳା ଅଣ୍ଡର-୧୯ ଏସିଆ କପରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଦଳର ନେତୃତ୍ୱ ଅଲରାଉଣ୍ଡର ନିକ୍କି ପ୍ରସାଦଙ୍କୁ ହସ୍ତାନ୍ତର କରାଯାଇଛି। ସନିକା ଖାଲକେଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଥିବାବେଳେ ଗୁଜୁରାଟ ଜଏଣ୍ଟସ୍ ଫାଷ୍ଟ ବୋଲର ଏମଡି ଶବନମ୍ ମଧ୍ୟ ଦଳରେ ସାମିଲ ହୋଇଛନ୍ତି।

ଡିସେମ୍ବର ୧୫ ରୁ ୨୨ ଡିସେମ୍ବର ମଧ୍ୟରେ କୁଆଲାଲମ୍ପୁରରେ ଏସିସି ଜୁନିଅର ମହିଳା ଅଣ୍ଡର-୧୯ ଏସିଆ କପ୍ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ବିୟୁମାସ୍ କ୍ରିକେଟ୍ ଓଭାଲରେ ଖେଳାଯିବ। ପାକିସ୍ତାନ ଏବଂ ନେପାଳ ସହିତ ଭାରତ ଗ୍ରୁପ୍ ଏରେ ସ୍ଥାନିତ ହୋଇଥିବାବେଳେ ଗ୍ରୁପ୍ ବିରେ ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆୟୋଜକ ମାଲେସିଆ ରହିଛି। ଡିସେମ୍ବର ୧୫ ରେ ଭାରତ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ଟିମ୍ ଇଣ୍ଡିଆ ୧୭ ଡିସେମ୍ବରରେ ନେପାଳକୁ ଭେଟିବ। ପ୍ରତ୍ୟେକ ଗ୍ରୁଫର ଶ୍ରେଷ୍ଠ ଦୁଇ ଦଳ ସୁପର ଫୋର୍ ପାଇଁ ଯୋଗ୍ୟତା ଅର୍ଜନ କରିବେ ଏବଂ ସୁପର ଫୋରର ଶ୍ରେଷ୍ଠ ଦୁଇ ଦଳ ୨୨ ଡିସେମ୍ବରରେ ଫାଇନାଲରେ ଖେଳିବେ।

ଭାରତୀୟ ଅଣ୍ଡର-୧୯ ଦଳ: ନିକ୍କି ପ୍ରସାଦ (ଅଧିନାୟକ), ସନିକା ଚାଲକେ, ଜି ତ୍ରିଶା, ଜି କାମିଳିନି ଭାବିକା ଅହିରେ, ଇଶ୍ୱରୀ ଅଭାସେରେ, ମିଥିଲା ​​ବିନୋଦ, ଜୋଶିତା ଭିଜେ, ସୋନମ ଯାଦବ, ପରୁଣିକା ସିସୋଦିଆ, ଦ୍ରିଥୀ କେଶରୀ, ଆୟୁଷୀ ଶୁକ୍ଲା, ଆନନ୍ଦିତା କିଶୋର, ଶବନମ୍ MD, ନନ୍ଦାନା ଏସ୍ ।

ଷ୍ଟାଣ୍ଡବାଇ: ହର୍ଲେ ଗାଲା, ହାପି କୁମାରୀ, ଜି କାବ୍ଯା ଶ୍ରୀ, ଗାୟତ୍ରୀ ସୁରବାସେ

ନନ୍ ଟ୍ରାଭେଲିଂ ରିଜର୍ଭ: ପ୍ରାପ୍ତି ରାବଲ୍ ।