Top 10 News: ରାଜ୍ୟରେ ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ, ଗୁକେଶ ହେଲେ ବିଶ୍ୱ ଚେସ୍ ଚାମ୍ପିୟନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2555767

Top 10 News: ରାଜ୍ୟରେ ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ, ଗୁକେଶ ହେଲେ ବିଶ୍ୱ ଚେସ୍ ଚାମ୍ପିୟନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 11 December 2024

Top 10 News Headlines 11 December 2024: H1. CM Inaugurates Badminton HPC At Kalinga Stadium: ଆଜି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ବଶର୍ମା ଏବଂ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ଶ୍ରୀ ପୁଲେଲା ଗୋପୀଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

H2. CM Majhi reviews paddy procurement process: ଆଜି ନୂଆ ସରକାର ଗଠନର ଛଅ ମାସ ପୂରଣ ହେଉଛି। ଏହି ଅବସରରେ ସାଧାରଣ ଲୋକଙ୍କ ସରକାର, ଚାଷୀଭାଇଙ୍କ ସରକାର ଆଜି ରାଜ୍ୟର ଏକ ପ୍ରମୁଖ କାର୍ଯ୍ୟକ୍ରମ- ୮୦୦ ଟଙ୍କା ଇନ୍‌ପୁଟ୍‌ ସହାୟତାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। 

H3. Jayanarayan Mishra On Naveen Patnaik: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ। ବିଜେପି ଯେଉଁଦିନ ହୁଇସୁଲ୍‌ ମାରିବ। ସେଦିନ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ। ଦଳରେ କେହି ଜଣେ ବି ରହିବେନି। ଏମିତିକି ଖୋଦ ନବୀନ ପଟ୍ଟନାୟକ ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି। 

H4. CM Mohan Majhi Announces Recruitment: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ। ଗୃହ ବିଭାଗରେ ଖୁବଶୀଘ୍ର ନିଯୁକ୍ତି ଦିଆଯିବ। କେବଳ ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ। ଏଥିରେ କିଛି ଖାଲି ପଦବୀ ହୋଇଥିବା ବେଳେ କିଛି ନୂଆ ପଦବୀ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

H5. D Gukesh wins World Chess Championship 2024: ବିଶ୍ୱ ଚେସ ଚାମ୍ପିଅନସିପରେ ଭାରତ ଇତିହାସ ସୃଷ୍ଟି କରିଛି। ଭାରତୀୟ ଚେସ ଖେଳାଳି ଡି ଗୁକେଶ ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ଡି ଗୁକେଶ ଚାଇନାର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତିଛନ୍ତି। ଭାରତର ଏହି ୧୮ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ଚତୁର୍ଦ୍ଦଶ ତଥା ଫାଇନାଲ୍ ମ୍ୟାଚରେ ଚୀନ୍‌ର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି।

H6. One Nation One Election Bill: ଗୁରୁବାର ଦିନ 'ୱାନ ନେସନ, ୱାନ ଇଲେକ୍ସନ' ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ସୂଚନାନୁସାରେ ବର୍ତ୍ତମାନର ଶୀତ ଅଧିବେଶନରେ ଏହି ବିଲ୍ ସଂସଦରେ ଉପସ୍ଥାପିତ ହୋଇପାରେ। ଏହି ବିଲ୍ ସମ୍ବନ୍ଧରେ ସମସ୍ତ ରାଜନୈତିକ ଦଳର ମତାମତ ନିଆଯିବ। ପରେ ଏହା ସଂସଦ ଦ୍ୱାରା ପାରିତ ହେବ। 

H7. Supreme Court News: ସୁପ୍ରିମକୋର୍ଟର  ଗୁରିବାର ଦିନ 'Places of Worship Act' ର କିଛି ବ୍ୟବସ୍ଥାର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା PIL ର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି ଯେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉତ୍ତର ଦାଖଲ ନହେବା ପର୍ଯ୍ୟନ୍ତ ଏହାର ଶୁଣାଣି ହେବ ନାହିଁ।

H8. JNU News: ଗୁରୁବାର ଦିନ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ଏକ କାର୍ଯ୍ୟକ୍ରମରେ ପଥର ଫିଙ୍ଗିବା ଘଟଣା ଦେଖିବାକୁ ମିଳିଛି। ଅଭିନେତା ବିକ୍ରାନ୍ତ ମାସେଙ୍କ ଚଳଚ୍ଚିତ୍ର ‘ଦି ସାବରମତି ରିପୋର୍ଟ’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅଖିଲ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ଦ୍ୱାରା ଆୟୋଜିତ ହୋଇଥିଲା। ଏହି ସମୟରେ ଏବିଭିପି ଛାତ୍ରଙ୍କୁ ଲେଫ୍ଟ ଛାତ୍ରଙ୍କୁ ପଥର ଫିଙ୍ଗିଥିବା ଅଭିଯୋଗ ହେଇଛି।

H9. CTET Admit Card 2024 Out: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ CBSE କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୪ ର ଆଡମିଟ୍ କାର୍ଡ ଜାରି କରିଛି। ପ୍ରାର୍ଥୀମାନେ ୧୪ ଡିସେମ୍ବରରେ ହେବାକୁ ଥିବା ପରିକ୍ଷା ପାଇଁ CTET ର ଅଫିସିଆଲ୍ ୱେବସାଇଟ୍ ctet.nic.in ଭିଜିଟ୍ କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

H10. Daryll Cullinan on Rohit Sharma: ବୋର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ୧୪ ଡିସେମ୍ବରରୁ ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏବଂ କହିଛନ୍ତି ଯେ ସେ ଲମ୍ୱା ସମୟ ପର୍ଯ୍ୟନ୍ତ ଖେଳି ପାରୁଥିବା କ୍ରିକେଟର ନୁହଁନ୍ତି। ପୂର୍ବତନ କ୍ରିକେଟର ଡାରିଲ କୁଲିନ ରୋହିତଙ୍କୁ ଜଣେ ଓଜନିଆ ତଥା ଫ୍ଲାଟ୍ ଟ୍ରାକରେ ଖେଳୁଥିବା କ୍ରିକେଟର ବୋଲି ବର୍ଣ୍ଣନା କରିଛନ୍ତି।