Bihar News: ମଦ ମୃତ୍ୟୁକୁ ନେଇ ସରଗରମ ବିହାର ରାଜନୀତି, ଚର୍ଚ୍ଚାରେ ସରକାରଙ୍କ ବୟାନ
Advertisement
Article Detail0/zeeodisha/odisha1486889

Bihar News: ମଦ ମୃତ୍ୟୁକୁ ନେଇ ସରଗରମ ବିହାର ରାଜନୀତି, ଚର୍ଚ୍ଚାରେ ସରକାରଙ୍କ ବୟାନ

Bihar Liquor Death: ରାଜ୍ୟରେ ହୋଇଥିବା ମଦ ମୃତ୍ୟୁକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀଙ୍କ ପରେ ଅବକାରୀ ମନ୍ତ୍ରୀ ରଖିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

Bihar News: ମଦ ମୃତ୍ୟୁକୁ ନେଇ ସରଗରମ ବିହାର ରାଜନୀତି, ଚର୍ଚ୍ଚାରେ ସରକାରଙ୍କ ବୟାନ

Bihar Poisonous Liquor Death: ରାଜ୍ୟରେ ହୋଇଥିବା ବିଷାକ୍ତ ମଦ ମୃତ୍ୟୁକୁ ନେଇ ସରଗରମ ହୋଇଉଠିଛି ବିହାର ରାଜନୀତି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର  ଯେଉଁ ବୟାନ ଦେଇଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜଧାନୀ ପାଟନା ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନୀତୀଶ କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଯିଏ ବିଷାକ୍ତ ମଦ ପିଇବ ସେ ମରିବ, ଏଥିରେ କିଛି ନୂଆ କଥା ନାହିଁ। "

ଆରମ୍ଭରୁ ଲୋକେ ବିଷାକ୍ତ ମଦ୍ୟପାନ କରି ପ୍ରାଣ ହରାଉଛନ୍ତି। ଅନ୍ୟ ରାଜ୍ୟରେ ମଧ୍ୟ ଲୋକ ବିଷାକ୍ତ ମଦ ପିଇ ଲୋକ ମରୁଛନ୍ତି। ଏପରି ପରିସ୍ଥିତିରେ ଲୋକେ  ନିଜେ ମଧ୍ୟ ସତର୍କ ରହିବା ଆବଶ୍ୟକ। କାରଣ ଯେତେବେଳେ ମଦ ଉପରେ ନିଷେଧାଦେଶ ଜାରି ହୋଇଥାଏ, ସେତେବେଳେ କେବଳ ଖରାପ ମଦ ଉପଲବ୍ଧ ହୋଇଥାଏ। ଯିଏ ବିଷାକ୍ତ ମଦ ପିଇବ ସେ ମରିବ, ଏଥିରେ କିଛି ନୂଆ କଥା ନାହିଁ। ରାଜ୍ୟରେ ହୋଇଥିବା ବିଷାକ୍ତ ମଦ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। 

ବର୍ତ୍ତମାନ ବିହାରରେ ମଦ ମାଫିଆ ସକ୍ରିୟ ହୋଇଉଠିଛନ୍ତି। ସଦ୍ୟ ରାଜ୍ୟରେ ହେଉଥିବା ମଦ ମୃତ୍ୟୁ ମାମଲାରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ନୀତୀଶ କୁମାରଙ୍କ ସରକାରକୁ ଟାର୍ଗେଟ କରିଛି। ସଦ୍ୟ ବିଷାକ୍ତ ମଦ କାରଣରୁ ଏପର୍ଯ୍ୟନ୍ତ ୩୯ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତ ବୁଧବାର ବିହାର ମଦ ମୃତ୍ୟୁ ପ୍ରସଙ୍ଗ ଉଠିଥିଲା। ଏହି ସମ୍ପର୍କରେ ବୟାନ ରଖିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ବିଜେପି ବିରୋଧରେ ବର୍ଷିଥିଲେ। ଯେତେବେଳେ ବିରୋଧୀ ଦଳ ନେତା ବିଜୟ କୁମାର ସିହ୍ନା ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଗୃହରେ ନିଜର ନିୟନ୍ତ୍ରଣ ହରାଇଥିଲେ। ଏନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣଙ୍କର କ'ଣ ହୋଇଛି? ଆପଣ ମଦ ନିଷେଧାଦେଶ ସପକ୍ଷରେ ନୁହେଁ କି?

ମଦ ମୃତ୍ୟୁ ମାମଲାରେ କେବଳ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବେପରୁଆ ମନ୍ତବ୍ୟ ଦେଇଛନ୍ତି ତାହା ନୁହେଁ, ବରଂ ଏହି ପ୍ରସଙ୍ଗରେ ଅବକାରୀ ମନ୍ତ୍ରୀ ସୁନୀଲ କୁମାର ମଧ୍ୟ ଏପରି ବିବୃତ୍ତି ଦେଇଛନ୍ତି। ରାଜ୍ୟ ମଦ ନିଷେଧ ମନ୍ତ୍ରୀ ସୁନୀଲ କୁମାର କହିଛନ୍ତି, 'ଯେତେବେଳେ ମଦ ନିଷେଧ କରାଯାଏ, ସେତେବେଳେ ମଦ୍ୟ ପାନ କରିବା ଭୁଲ। ଏହା ହେଉଛି ବେଆଇନ। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଆଇନ ପ୍ରସ୍ତୁତ ହୋଇଛି। ଆମେ ଏହାକୁ ଗତ ୨୦୧୬ ବର୍ଷରେ ପାରିତ କରିଛୁ। ହେଲେ ୧୦୦ ବର୍ଷ ପୂର୍ବେ ବ୍ରିଟିଶ ସରକାର ଏହି ଆଇନ ପ୍ରସ୍ତୁତ କରିଥିଲେ। ଆଜି ମଧ୍ୟ ଚୋରି  ଏବଂ ହତ୍ୟା ଘଟଣା ଘଟୁଛି। ସେମାନେ ନିୟମ ପାଳନ କରିଥାନ୍ତି ଯେଉଁମାନେ ଆଇନ ପାଳନ କରିଥାନ୍ତି। ସମାଜରେ ନିୟମ ଭାଙ୍ଗିବା ଲୋକ ମଧ୍ୟ କିଛି କମ୍ ନୁହେଁ।

ବିଷାକ୍ତ ମଦ କାରଣରୁ ହୋଇଥିବା ମୃତ୍ୟୁକୁ ନେଇ ଏବେ ବୟାନବାଜି ଜାରି ରହିଛି। ଏନେଇ ପ୍ରତିକ୍ରିୟା ରଖି ବିହାର ଶିଳ୍ପ ମନ୍ତ୍ରୀ ସମୀର ମହାସେଠ ମଧ୍ୟ ଏକ ଅଜବ ଧରଣର ବୟାନ ଦେଇଛନ୍ତି। ଶରୀରର ଶକ୍ତି ବୃଦ୍ଧି କରିବାକୁ ମନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ହାଜିପୁର ଠାରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ମଦ ନୁହେଁ ବେଆଇନ ଭାବେ ବିଷ ଆସୁଛି। ଯାହା ପିଇବା ଦ୍ୱାରା ଲୋକେ ମରୁଛନ୍ତି। ଏହା ରାଜ୍ୟ ପାଇଁ ଭଲ ନୁହେଁ। ଏହାକୁ ଏଡ଼ାଇବା ପାଇଁ ଶାରୀରିକ ଶକ୍ତି ବୃଦ୍ଧି କରିବାକୁ ହେବ। ଯଦି ଏହା ପ୍ରଚାର ହୁଏ ଯେ ମଦ ହେଉଛି ବିଷ, ତାହେଲେ ଲୋକମାନେ ଏହାକୁ ପିଇବା ବନ୍ଦ କରିଦେବେ। ମଦ୍ୟ ହେଉଛି ସ୍ଲୋ ପଏଜନ। ଯାହାର ଅନେକ ଅସୁବିଧା ଅଛି। ମଦ୍ୟ ପାନ କରିବା ଦ୍ୱାରା କିଡନୀ ଏବଂ ମସ୍ତିଷ୍କ ମଧ୍ୟ ନଷ୍ଟ ହୋଇଯାଏ।