ଭୁବନେଶ୍ୱର: ସବୁଥିରେ ଆଗୁଆ BJP! ପିପିଲି ଉପନିର୍ବାଚନ ପାଇଁ ଦଳ ପ୍ରଥମେ ପ୍ରାର୍ଥୀ ନାଁ ଘୋଷଣା ଘୋଷଣା କରିଥିବା ବେଳେ ନାମାଙ୍କନ ମଧ୍ୟ ଅଗୁଆ ଭରିଛି। ଏପରି କି BJPର ଷ୍ଟାର୍ ପ୍ରଚାରକ ତାଲିକା ମଧ୍ୟ ସବୁଠୁ ଆଗରେ ପ୍ରକାଶ ପାଇଥିଲା। ଆଜି ଉଭୟ BJD ଓ କଂଗ୍ରେସ ନିଜ ନିଜ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ଘୋଷଣା କରିଛନ୍ତି। ତେବେ ଏହି ତ୍ରିମୁଖୀ ଲଢେଇରେ ପ୍ରତ୍ୟକ ଦଳରେ ୩୦ ଜଣ ଲେଖାଏଁ ସାମିଲ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଜି ପିପିଲି ଉପନିର୍ବାଚନ (Pipili by election) ପାଇଁ BJD ୩୦ ଜଣିଆ ଷ୍ଟାର ପ୍ରଚାରକ (star campaigner) ତାଲିକା ଘୋଷଣା କରିଛି। ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ତଥା ଦଳର ସୁପ୍ରିମୋ ୧ ନମ୍ବର ଷ୍ଟାର କ୍ୟାମ୍ପନର ସାଜିଛନ୍ତି। ତାଲିକାରେ ଅନ୍ୟ ୭ ଜଣ ମନ୍ତ୍ରୀ ଯଥା- ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ସୁଶାନ୍ତ ସିଂ ସାମିଲ, ପ୍ରଣବ ପ୍ରକାଶ ଦାସ, ନବ ଦାସ ଓ ନିରଞ୍ଜନ ପୂଜାରୀ ଅଛନ୍ତି। 


Also Read: ଡରୁଛନ୍ତି କି ରୁଦ୍ର? ଆସିଲେନି ମହାରାଜ, ପଠାଇଲେ ସୈନ୍ୟ ସାମନ୍ତ


ସେହିପରି ୨ ଜଣ ସାଂସଦ ପିନାକୀ ମିଶ୍ର (Pinaki Mishra) ଓ ମୁଜିବୁଲ୍ଲା ଖାନ ମଧ୍ୟ ପିପିଲିରେ ରୁଦ୍ର ମହାରଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଏମାନଙ୍କ ବ୍ୟତୀତ ୧୫ ଜଣ ବିଧାୟକ ଓ ୨ ଜଣ ସିନେତାରକାଙ୍କ ନାଁ ମଧ୍ୟ BJDର ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛି। ଓଲିଉଡ ଅଭିନେତା ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକଙ୍କୁ ଷ୍ଟାର ପ୍ରଚାରକ କରାଯାଇଛି। ତେବେ ପୂର୍ବ ୨ଟି ଉପନିର୍ବାଚନ ପରି ଏଥର ମଧ୍ୟ ଅଭିନେତାରୁ ନେତା ପାଲଟିଥିବା ସାଂସଦ ଅନୁଭବ ମହାନ୍ତି (Anubhav Mohanty) ଙ୍କୁ କୌଣସି ଦାୟୀତ୍ୱ ଦିଆଯାଇ ନାହିଁ।



ସେପଟେ ପିପିଲି ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର କ୍ୟାମ୍ପେନର ହେବା BJD ପ୍ରାର୍ଥୀ ରୁଦ୍ର ମହାରଥୀ (Rudra Maharathy) ଙ୍କ ପାଇଁ ଆଶ୍ୱସ୍ତିକର ଖବର। ନାମାଙ୍କନ ଭରିବା ଦିନ ଖୋଦ ରୁଦ୍ର ଏବଂ ତାଙ୍କ ଶିବିର ଅଗ୍ରହ ପ୍ରକାଶ କରିଥିଲେ କି, ମୁଖ୍ୟମନ୍ତ୍ରୀ ପିପିଲିରେ ନିର୍ବାଚନ ପ୍ରଚାର କରନ୍ତୁ। ବୋଧ ହୁଏ ସେହି କଥା ରଖି ମୁଖ୍ୟମନ୍ତ୍ରୀ, ଦଳୀୟ ପ୍ରାର୍ଥୀ ରୁଦ୍ରଙ୍କ ଷ୍ଟାର କ୍ୟାମ୍ପେନର ସାଜିଛନ୍ତି।