ଡରୁଛନ୍ତି କି ରୁଦ୍ର? ଆସିଲେନି ମହାରାଜ, ପଠାଇଲେ ସୈନ୍ୟ ସାମନ୍ତ
Advertisement

ଡରୁଛନ୍ତି କି ରୁଦ୍ର? ଆସିଲେନି ମହାରାଜ, ପଠାଇଲେ ସୈନ୍ୟ ସାମନ୍ତ

୧୫ ଜଣ ପ୍ରାର୍ଥୀ ନାମଙ୍କନ ଭରିଥିବା ବେଳେ ୩ ଜଣ ପ୍ରତ୍ୟାହାର କରିଛନ୍ତି। ସେପଟେ ପ୍ରଥମ ଥର ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା BJD ପ୍ରାଥୀ ରୁଦ୍ର ମହାରଥୀ ଆତ୍ମବିଶ୍ୱାସ ହରାଇଥିବା ଭଳି ଜଣାପଡୁଛି।

ଡିଜାଇନ ଫଟୋ

ଭୁବନେଶ୍ୱର: ଆଉ ୧୫ ଦିନ ପରେ ପିପିଲିରେ ଉପନିର୍ବାଚନ ହେବ। ଏଥିପାଇଁ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଲାଣି। ବର୍ତ୍ତମାନ ସୁଦ୍ଧା ନିର୍ବାଚନ ମଇଦାନରେ ୧୨ ଜଣ ପ୍ରାର୍ଥୀ ଅଛନ୍ତି। ୧୫ ଜଣ ପ୍ରାର୍ଥୀ ନାମଙ୍କନ ଭରିଥିବା ବେଳେ ୩ ଜଣ ପ୍ରତ୍ୟାହାର କରିଛନ୍ତି। ସେପଟେ ପ୍ରଥମ ଥର ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା BJD ପ୍ରାଥୀ ରୁଦ୍ର ମହାରଥୀ ଆତ୍ମବିଶ୍ୱାସ ହରାଇଥିବା ଭଳି ଜଣାପଡୁଛି। 

ଶେଷ ଦିନରେ BJD ପ୍ରାଥୀ ରୁଦ୍ର ମହାରଥୀ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ (Ajit Mangaraj) ଓ ୪ ଜଣ ସ୍ୱାଧିନ ପ୍ରାର୍ଥୀ ନାମଙ୍କନ ଭରିଛନ୍ତି। ତେବେ ୩ ଜଣ ପ୍ରାର୍ଥୀପତ୍ର ପତ୍ୟାହାର କରିଥିବା ନେଇ ମଧ୍ୟ ସୂଚନା ମିଳିଛି। ତେବେ ବର୍ତ୍ତମାନ ପିପିଲି ମହାସମରରେ ୧୨ ଜଣଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେଇପାରେ। କିନ୍ତୁ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଛି।

Also Read: Pipili ମହାସମର: ରୁଦ୍ରଙ୍କ ଇଚ୍ଛା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କରନ୍ତୁ ନିର୍ବାଚନୀ ପ୍ରଚାର

BJD ଟିକଟ ଟିକଟ ମିଳିବାକୁ ନେଇ ଉତ୍ସାହିତ ଥିବା ରୁଦ୍ର ମହାରଥୀ (Rudra Maharathy) କିନ୍ତୁ ନାମାଙ୍କନ ଭରିବା ପରଠାରୁ ଚିନ୍ତାରେ ଅଛନ୍ତି। ପ୍ରଥମ ଥର ପାଇଁ ସେ ବିଧାନସଭା ନିର୍ବାଚନ (Assembly election) ଲଢୁଛନ୍ତି। ଯାହାର ଝଲକ ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି। ଆଉ ମୁହଁର ସେହି ଭାବନାକୁ ରୁଦ୍ର ଶବ୍ଦରେ ମଧ୍ୟ ପ୍ରକାଶ କରିଛନ୍ତି। ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik)ଙ୍କ ଉପସ୍ଥିତି କାମନା କରିଛନ୍ତି। 

ରୁଦ୍ର ଓ ତାଙ୍କ ଶିବିରରେ ଇଚ୍ଛା ଉପରେ BJDର ବରିଷ୍ଠ ନେତାମାନଙ୍କ କହିବା କଥା, ଏ ନେଇ ପରବର୍ତ୍ତୀ ସମୟରେ ସ୍ଥିତି ସ୍ପଷ୍ଟ ହେବ। ସେପଟେ BJDର ଷ୍ଟାର ପ୍ରଚାରକ ଓ ପିପିଲି ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ସୈନ୍ୟ ସାମନ୍ତ ପଠାଇଛନ୍ତି। କିନ୍ତୁ ସେ ପିପିଲି (Pipili by-election) ପ୍ରଚାର ପାଇଁ ଯିବେ ନା ନାହିଁ ସେ ନେଇ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Also Read: BJP ବିଧାୟକଙ୍କ ଗାଡିରୁ ମିଳିଲା EVM, ୪ ଅଧିକାରୀ ନିଲମ୍ବିତ

ପିପିଲି ଉପନିର୍ବାଚନ ପାଇଁ ବିଜେଡି ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛି। ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ (Samir Dash) ଓ ଅତନୁ ସବ୍ୟସାଚୀଙ୍କୁ ଦାୟିତ୍ବ ଦିଆଯାଇଛି। ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମାଙ୍କୁ  ପିପିଲିରେ ରହି ନିର୍ବାଚନ ପରିଚାଳନା କରିବେ। ସେପଟେ ନବକିଶୋର ଦାଶ, ସୁଶାନ୍ତ ସିଂ, ଉମାକାନ୍ତ ସାମନ୍ତରାୟଙ୍କୁ ଓ ବିଭୂତି ବଳବନ୍ତରାୟଙ୍କୁ ଡେଲାଙ୍ଗ ବ୍ଲକ୍‌ ଦାୟିତ୍ବ ଦିଆଯାଇଥିବା ବେଳେ ସୁଧାର ସାମଲଙ୍କୁ ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ଦେଖିବେ।