PM Candidate of BJP: ଜୁଲାଇ ୩୧ ତାରିଖ ରବିବାର ବିହାର ରାଜଧାନୀ ପାଟନା ଠାରେ ଅନୁଷ୍ଠିତ ହୋଇଥିବା ବିଜେପିର ବିଭିନ୍ନ ମୋର୍ଚ୍ଚାର ୨ ଦିନିଆ ମିଳିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ରବିବାର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଆସନ୍ତା ୨୦୧୪ ଲୋକସଭା ନିର୍ବାଚନରେ ବିଜେପି-ଜେଡିୟୁ ଏକାଠି ନିର୍ବାଚନ ଲଢିବେ।  ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ହେଉଥିବା ଆଲୋଚନା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜନୀତିରୁ ସନ୍ୟାସ ନେବା  ଏବଂ ବିଜେପିର ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି।


COMMERCIAL BREAK
SCROLL TO CONTINUE READING

ଆସନ୍ତା ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି (Narendra Modi) ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (BJP PM Candidate) ହେବେ। ତାଙ୍କୁ ଏହି ନିର୍ବାଚନରେ ବିଜୟୀ କରିବା ପାଇଁ ଦଳର ଚାଣକ୍ୟ ଭାବେ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଅମିତ ଶାହା (BJP Chanakya Amit Shah) ବୁଥ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଦଳିତ, ଆଦିବାସୀ, ପଛୁଆ ବର୍ଗର ମତଦାତାଙ୍କ ସମର୍ଥନ ହାସଲ କରିବା ଲାଗି ଜନ ଜାଗରଣ ବଢାଇବା ଲାଗି ଦଳୀୟ କର୍ମକର୍ତ୍ତାଙ୍କ ଆହ୍ୱାନ ଦେଇଛନ୍ତି ସେ।  


ଅନ୍ୟପଟେ ଏହି ବୈଠକରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ (BJP National General Secretary Arun Singh) କହିଛନ୍ତି ଆସନ୍ତା ୨୦୧୪ ଲୋକସଭା ନିର୍ବାଚନ (Lok Sabha Election 2024) ପ୍ରସ୍ତୁତି ଆରମ୍ଭ କରିବା ସହ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମତାକୁ ଫେରିବା ନିଶ୍ଚିତ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ କୁହାଯାଇଛି। ଗତଥର ଅପେକ୍ଷା ସେମାନଙ୍କୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ଦିଆଯାଇଛି। 


ଗତ ୨୦୧୯ ଲୋକସଭା ନିର୍ବାଚନରେ (Lok Sabha Election 2019) ​​ବିଜେପି (BJP) ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୩ ଶହରୁ ଅଧିକ ଆସନ ଜିତିଥିଲା। ଦଳ ସାଧାରଣ ଲୋକଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗର ସର୍ବୋ ପ୍ରତିନିଧିତ୍ୱ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ରହିଛି। ଗ୍ରାମୀଣ ପୃଷ୍ଠଭୂମିରୁ ଲୋକଙ୍କ ପ୍ରତିନିଧିତ୍ୱ ମଧ୍ୟ ବୃଦ୍ଧି ପାଇଛି। 


ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅରୁଣ ସିଂହ କହିଛନ୍ତି ସମାଜର ସମସ୍ତ ବର୍ଗର ସ୍ୱାର୍ଥକୁ ପ୍ରତିପାଦିତ କରିବାକୁ ବିଜେପି ବିଶ୍ୱାସ କରେ ବୋଲି ଶାହ କହିଛନ୍ତି। ବଞ୍ଚିତ ବର୍ଗର ଲୋକଙ୍କୁ ସେମାନଙ୍କ ଅଧିକାର ମିଳିଛି। ଦେଶର ସର୍ବୋଚ୍ଚ ପଦର ଦାୟିତ୍ୱ ଜଣେ ଆଦିବାସୀ ମହିଳା ହାତରେ ନ୍ୟସ୍ତ କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ।  


ଏହି ବୈଠକରେ ତିନୋଟି ପ୍ରସ୍ତାବ ପାରିତ କରାଯାଇଥିଲା। ବିଜେପି ମୁଖ୍ୟ ରଣନୀତିଜ୍ଞ ଭାବେ ପରିଚିତ ଶାହା ସୋମବାର ମଧ୍ୟାନ୍ନରେ ପାଟନା ଠାରେ ପହଞ୍ଚିଥିଲେ। ଶନିବାର ଦିନ ଉଦଘାଟିତ ହୋଇଥିବା ୨ ଦିନିଆ ଦଲୀୟ କାର୍ଯ୍ୟକ୍ରମର ଶେଷ ଅଧିବେଶନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ ଭାଗ ନେଇଥିଲେ।


ପାଟନା ଠାରେ ଅନୁଷ୍ଠିତ ହୋଇଥିବା ଦଳୀୟ ମୋର୍ଚ୍ଚା ବୈଠକରେ କେରଳ, ତାମିଲନାଡୁ, ମିଜୋରାମ ଏବଂ ମେଘାଳୟ ଆଦି ରାଜ୍ୟ ସମେତ ଦେଶର ୬ ଶହରୁ ଅଧିକ ଦଳୀୟ ପଦାଧିକାରୀ ଯୋଗ ଦେଇଥିଲେ। ଆସନ୍ତା ୨୦୧୪ ଲୋକସଭା ନିର୍ବାଚନ ଏବଂ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ବିଜେପି ସହ ମେଣ୍ଟ (BJP JDU Alliance) କରି ନିର୍ବାଚନ ଲଢିବ।  


Also Read: Uttar Pradesh Politics: କିପରି ବିଜେପି ଦଖଲକୁ ଗଲା ସମାାଜବାଦୀ ପାର୍ଟି ଗଡ?


Also Read: BJP CM Council Meeting: ମିଶନ ୨୦୨୪ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ


Also Read: Lok Sabha Election 2024: ଦଳୀୟ ବିଜୟ ଆଗୁଆ ରୋଡମ୍ୟାପ ପ୍ରସ୍ତୁତ କରିବ ବିଜେପି