Uttar Pradesh Politics: କିପରି ବିଜେପି ଦଖଲକୁ ଗଲା ସମାାଜବାଦୀ ପାର୍ଟି ଗଡ?
Advertisement

Uttar Pradesh Politics: କିପରି ବିଜେପି ଦଖଲକୁ ଗଲା ସମାାଜବାଦୀ ପାର୍ଟି ଗଡ?

Uttar Pradesh Politics: ଏବେ ପ୍ରଶ୍ନ ଉଠୁଛି ଯେ କ'ଣ ସମାଜବାଦୀ ପାର୍ଟି ଏହାର ଗଡକୁ ବଞ୍ଚାଇବା ରଖିବାରେ ସଫଳ ହୋଇନାହିଁ? ବିଜେପି ସମାଜବାଦୀ ପାର୍ଟି ଗଡ଼ରେ ବିଜୟବାନା ଉଡାଇବାରେ ସଫଳ ହୋଇଥିବା ଏହି ନିର୍ବାଚନ ଫଳାଫଳ ଦର୍ଶାଉଛି।

Uttar Pradesh Politics: କିପରି ବିଜେପି ଦଖଲକୁ ଗଲା ସମାାଜବାଦୀ ପାର୍ଟି ଗଡ?

Uttar Pradesh Politics: ନିକଟରେ ଉତ୍ତର ପ୍ରଦେଶର ରାମପୁର ଏବଂ ଆଜମଗଡ ଲୋକସଭା ହୋଇଥିବା ଉପନିର୍ବାଚନରେ ବାଜିମାତ କରିଛି ଶାସକ ବିଜେପି। ଅନ୍ୟ ପଟେ ଏହି ନିର୍ବାଚନରେ ବିରୋଧି ସମାଜବାଦୀ ପାର୍ଟିକୁ ଲାଗିଛି ଜୋରଦାର ଝଟକା। ଏହି
ନିର୍ବାଚନ ଫଳାଫଳ ଏଥିପାଇଁ ଗୁରୁତ୍ୱ ବହନ କରୁଛି ବିଜେପି ସମାଜବାଦୀ ପାର୍ଟି ଗଡ଼ରେ ବିଜୟବାନା ଉଡାଇବାରେ ସଫଳ ହୋଇଛି। କାରଣ ଏହି ୨ ଆସନକୁ ଦଖଲ କରିବା ଅନ୍ୟ କୌଣସି ଦଳ ଲାଗି ସହଜ ନଥିଲା। 

ଏହି ନିର୍ବାଚନ ଫଳାଫଳ ଏହା ବାର୍ତ୍ତା ଦେଉଛି କି ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପୁନର୍ବାର ଜନସମର୍ଥନ ହାସଲ କରିବ? ଦଳର ପାରମ୍ପରିକ ଗଡ଼ରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିଜେପି ଚ୍ୟାଲେଞ୍ଜ କରିବାରେ ସଫଳ ହୋଇଥିବାରୁ ରାଜ୍ୟ ରାଜ୍ୟନୀତିରେ କ'ଣ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଗରେ ବିରୋଧି ଚିଟପଟାଙ୍ଗ ମାରିବେ?

ଉତ୍ତର ପ୍ରଦେଶର ରାମପୁର ଏବଂ ଆଜମଗଡ ଲୋକସଭା ହୋଇଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପରାସ୍ତ ହୋଇଛି। ଦଳ ଏହି ନିର୍ବାଚନରେ ଏହାର ପାରମ୍ପରିକ ଗଡକୁ ନିଜ ଦଖଲରେ ରଖିବାରେ ସଫଳ ହୋଇନାହିଁ। ରାଜ୍ୟ ରାଜନୀତିରେ ଏହି ୨ ଲୋକସଭା ଆସନ ସମାଜବାଦୀ ପାର୍ଟିର ପାରମ୍ପରିକ ଗଡ଼ ଭାବେ ଜଣାଶୁଣା। ଏବେ ପ୍ରଶ୍ନ ଉଠୁଛି ଯେ କ'ଣ ସମାଜବାଦୀ ପାର୍ଟି ଏହାର ଗଡକୁ ବଞ୍ଚାଇବା ରଖିବାରେ ସଫଳ ହୋଇନାହିଁ? ବିଜେପି ସମାଜବାଦୀ ପାର୍ଟି ଗଡ଼ରେ ବିଜୟବାନା ଉଡାଇବାରେ ସଫଳ ହୋଇଥିବା ଏହି ନିର୍ବାଚନ ଫଳାଫଳ ଦର୍ଶାଉଛି। କେବଳ ସେତିକି ନୁହେଁ ଆଗାମୀ ୨୦୧୪ ଲୋକସଭା ନିର୍ବାଚନ ବିରୋଧି ଦଳ ଲାଗି କଷ୍ଟସାଧ୍ୟ ରହିଥିବା ଦୃଶ୍ୟମାନ ହେଉଛି। କାରଣ ସମାଜବାଦୀ ପାର୍ଟି ଏହାର ପାରମ୍ପିକ ଗଡ଼ ଆଜମଗଡ ଏବଂ ରାମପୁର ଲୋକସଭା ଆସନ ହରାଇଛି। ଏଠାରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଦଳର କୋର ଭୋଟ ବ୍ୟାଙ୍କ ମୁସଲିମ ଏବଂ ଯାଦବ ସମ୍ପ୍ରଦାୟ ରାଜ୍ୟ ରାନଜୀତିରେ ସେମାନଙ୍କ ପ୍ରଭାବ ହରାଉଥିବା ପ୍ରତୀୟମାନ ହେଉଛି। କାରଣ  ସମାଜବାଦୀ ପାର୍ଟି ଏହାର ଦଳୀୟ ସଙ୍ଗଠନକୁ ଯାଦବ-ମୁସଲିମ ସମୀକରଣ ଆଧାରରେ ମଜବୁତ କରିଥିଲା। 

ଏହି ଉପନିର୍ବାଚନର ଫଳାଫଳ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରିବାରେ ବିଜେପି ଲାଗି ସହାୟକ ହୋଇପାରେ। ବିଜେପି ଉପରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଛି। କାରଣ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାରଙ୍କ ଜନକଲ୍ୟାକାରୀ ଯୋଜନାର ଲାଭ ଲୋକଙ୍କ ନିକଟରେ ପହଞ୍ଚୁଛି। ଜାତିବାଦ ବଦଳରେ ଲୋକେ ସୁଶାସନ ଉପରେ ମୋହର ମାରିଛନ୍ତି। ଯାଦବ ଭୋଟ୍ ବ୍ୟାଙ୍କ ଉପରେ ବିଜେପି ଏହାର ପ୍ରଭାବ ବଢାଇ ପାରିଛି। ବିକାଶ ଯୋଜନା ସହିତ ଲୋକଙ୍କ ମନୋଭାବ ବଦଳିଛି। ବୁଥ ପରିଚାଳନାକୁ ମଜବୁତ କରିବାର ଲାଭ ଦଳକୁ ନିର୍ବାଚନରେ ମିଳିଛି। ଲୋକଙ୍କୁ ଏକାଠି ଯୋଡି଼ବାର ପ୍ରୟାସ ଫଳପ୍ରଦ ହୋଇଛି। ଲୋକ ଯୋଗୀଙ୍କ କାର୍ଯ୍ୟ ଉପରେ ମଧ୍ୟ ମୋହର ମାରିଛନ୍ତି। 

ବିଜେପି ବାବଦରେ ଏକଥା  କୁହାଯାଏ ଯେ ଏହି ଦଳ ବର୍ଷକୁ ୩୬୫ ଦିନ ଏବଂ ଦିନକୁ ୨୪ ଘଣ୍ଟା ନିର୍ବାଚନ ଲଢିବା ମନୋଭାବରେ ରହିଥାଏ। ଦଳର ନିର୍ବାଚନ ପ୍ରସ୍ତୁତି ବାବଦରେ ଏହା ଅନୁମାନ କରାଯାଇପାରେ ଯେ ବୁଥ ସ୍ତରୀୟ ପ୍ରସ୍ତୁତିରେ ମଧ୍ୟ ଦଳୀୟ ନେତା ଜଡି ରହି ଦଳର କର୍ମକର୍ତ୍ତାଙ୍କୁ ବିଜୟର ମନ୍ତ୍ର ପ୍ରଦାନ କରୁଛନ୍ତି। ବିଶେଷକରି ରାଜ୍ୟ ମୁଖ୍ୟ ଯୋଗୀ ଆଦିତ୍ୟନାଥଙ୍କ ନିରନ୍ତର କାର୍ଯ୍ୟ ମଧ୍ୟ ବିଜେପି ବିଜୟରେ ସହାୟକ ହୋଇଛି। ଆଜମଗଡ ଏବଂ ରାମପୁର ଆସନରେ ବିଜେପି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସାଧାରଣ ସଭା ନିର୍ବାଚନରେ ଦଳର ବିଜୟ ପାଇଁ ପଥ ପରିଷ୍କାର କରିଥିଲା। 

ଉତ୍ତର ପ୍ରଦେଶର ରାମପୁର ଏବଂ ଆଜମଗଡ ଲୋକସଭା ହୋଇଥିବା ଉପନିର୍ବାଚନରେ ପରାଜୟ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଲାଗି ଚିନ୍ତା ବଢାଇ ଦେଇଛି। ଦଳର ଯାଦବ-ମୁସଲିମ ସମୀକରଣ ରାଜ୍ୟ ରାଜନୀତିରେ ଦୁର୍ବଳ ହେଉଛି। ଏପରିକି ଯାଦବ ଭୋଟ୍ ବ୍ୟାଙ୍କ ମଧ୍ୟ ସମାଜବାଦୀ ପାର୍ଟି ପାଇଁ ସମ୍ପୂର୍ଣ୍ଣ ଲାଭଦାୟକ ହୋଇନାହିଁ। ମୁସଲିମ ଭୋଟ୍ ବ୍ୟାଙ୍କ ମଧ୍ୟ ଦଳ ଠାରୁ ଦୂରେଇ ଯାଉଥିବା ଜଣାପଡିଛି। ଓବିସି ଭୋଟ୍ ବ୍ୟାଙ୍କର ଭରସା ସମାଜବାଦୀ ପାର୍ଟି ଉପରୁ ହ୍ରାସ ପାଇଛି। ଅଖିଳେଶ ଯାଦବଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠୁଛି। ଦଳର ରାଜନୈତିକ ମୂଳଦୁଆ ଖସି ଯାଉଥିବା ଜଣାପଡିଛି। ସମାଜବାଦୀ ପାର୍ଟିର ପରାଜୟ ଏହା ଦର୍ଶାଉଛି ଯେ ଉତ୍ତର ପ୍ରଦେଶ ରାଜନୀତିରେ ବିଜେପିକୁ ଚ୍ୟାଲେଞ୍ଜ କରିବା କୌଣସି ଦଳ ପାଇଁ କାଠିକର ପାଠ ହୋଇପଡିଛି। ଉପନିର୍ବାଚନ ଫଳାଫଳ ଏହା ଦର୍ଶାଉଛି ଯେ ଉତ୍ତର ପ୍ରଦେଶର ଜନାଧାର ବର୍ତ୍ତମାନ ବିଜେପି ସହ ରହିଛି। ଏଭଳି ପରିସ୍ଥିତିରେ ୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଲାଗି ରାସ୍ତା କଷ୍ଟସାଧ୍ୟ ହୋଇଥିବାବେଳେ ବିଜେପି ଲାଗି ସହଜ ହୋଇପଡ଼ିଛି।

Also Read: Azamgarh Bypoll 2022: ଦଳୀୟ ବିଜୟ ପରେ ପ୍ରତିକ୍ରିୟା ରଖିଲେ ବିଜେପି ପ୍ରାର୍ଥୀ ନିରହୁଆ

Also Read: UP Lok Sabha Election 2022: ସମାଜବାଦୀ ପାର୍ଟି ହାତରୁ ଖସିଲା ରାମପୁର-ଆଜମଗଡ଼