BJP CM Council Meeting: ମିଶନ ୨୦୨୪ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ
Advertisement

BJP CM Council Meeting: ମିଶନ ୨୦୨୪ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

PM Meeting with BJP CM: ବିଜେପିର ମୁଖ୍ୟମନ୍ତ୍ରୀ ପରିଷଦ ବୈଠକରେ ୧୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। 

BJP CM Council Meeting: ମିଶନ ୨୦୨୪ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

PM Meeting with BJP CM: ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ ପୁନର୍ବାର ରାଜ୍ୟ ରାଜନୀତି ଉପରେ ଧ୍ୟାନ ଦେବା ଆରମ୍ଭ କରିଛି ବିଜେପି। ଏହି କ୍ରମରେ ଜୁଲାଇ ୨୪ ତାରିଖ ରବିବାର ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ। ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା ଏହି ବୈଠକ। ବୈଠକରେ ପ୍ରଧାନମନ୍ତ୍ରୀ କଲ୍ୟାଣମୂଳକ ଯୋଜନାର ସମ୍ପୂର୍ଣ୍ଣ ରୂପାୟନ ତଥା ରାଜ୍ୟରେ ବ୍ୟବସାୟିକ ପରିବେଶକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

ବିଜେପିର ମୁଖ୍ୟମନ୍ତ୍ରୀ ପରିଷଦ ବୈଠକରେ (BJP Chief Ministers Council Meeting) ୧୮ ରାଜ୍ୟର ମୁଖ୍ୟମନ୍ତ୍ରୀ (BJP Chief Minister) ଏବଂ ଉପମୁଖ୍ୟମନ୍ତ୍ରୀ (BJP Deputy Chief Minister) ଅଂଶଗ୍ରହଣ କରିଥିଲେ। ରବିବାର ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟ ଠାରେ ଆୟୋଜିତ ହୋଇଥିବା ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଧ୍ୟକ୍ଷତା କରିଥିଲେ। ଦଳୀୟ ବୈଠକ ଉପରେ ବିଜେପି ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ କେତେକ ଯୋଜନା ଯଥା ଗତି ଶକ୍ତି, ହର ଘର ଜଲ, ମାଲିକାନା, ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ସୁବିଧାର ଉତ୍ତମ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସମସ୍ତ ପ୍ରମୁଖ ଯୋଜନାର ସର୍ବାଧିକ ରୂପାୟନ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଗୁରୁତ୍ୱାରୋପ କରିଛନ୍ତି। ବିଜେପି ଶାସିତ ରାଜ୍ୟ ଏହି ଦିଗରେ ଗତି କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାର ଦ୍ୱାରା ବ୍ୟବସାୟ ବାଣିଜ୍ୟ ଲାଗି କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ବାବଦରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ ସେମାନଙ୍କ ରାଜ୍ୟ କ୍ରୀଡ଼ା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ। ବହୁ ସଂଖ୍ୟାରେ ଯୁବପିଢି କିପରି କ୍ରୀଡାରେ ଅଂଶଗ୍ରହଣ କରିବେ ସେ ନେଇ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ସର୍ବୋତ୍ତମ ସୁବିଧା ଉପଲବ୍ଧତାକୁ ସୁନିଶ୍ଚିତ କରନ୍ତୁ।

ଏହି ବୈଠକରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଦଳର ସୁଶାସନ ପ୍ରକୋଷ୍ଠ ମୁଖ୍ୟ ବିନୟ ସାହାସ୍ରାବୁଦ୍ଧେ ଯୋଗ ଦେଇଥିଲେ। ବୈଠକରେ ଯୋଗ ଦେଇଥିବା ୧୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦ୍ୱାକା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣ ଯୋଜନାରେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ଉପରେ ବିଚାର ବିମର୍ଶ କରାଯାଇଛି। ଏହି ରାଜ୍ୟରେ ବିଜେପି ନିଜେ କିମ୍ବା ଅନ୍ୟ ଦଳ ସହ ମେଣ୍ଟ କରି ଶାସନ କରୁଛି। 

ଜୁଲାଇ ୨୪ ତାରିଖ ରବିବାର ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ହରିୟାଣା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ,  ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ, ବିହାର ଉପମୁଖ୍ୟମନ୍ତ୍ରୀ  ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ସମେତ ଅନେକ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

Also Read: Lok Sabha Election 2024: ଦଳୀୟ ବିଜୟ ଆଗୁଆ ରୋଡମ୍ୟାପ ପ୍ରସ୍ତୁତ କରିବ ବିଜେପି