Asaduddin Owaisi targets BJP: ପୁଣି ଥରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାର ପରିସରକୁ ଆସିଛି  ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ଅଧ୍ୟକ୍ଷ। ଅସାଦୁଦ୍ଦିନ ଓୱେସୀ। ନିକଟଚରେ ହାଇଦ୍ରାବାଦ ଠାରେ  ଏକ ଆନ୍ତଃଧର୍ମ ବିବାହ ଘଟଣାକୁ ନେଇ ଜଣେ ହିନ୍ଦୁ ଯୁବକଙ୍କୁ ସମ୍ମାନ ପାଇଁ ହତ୍ୟା କରାଯିବା ଘଟଣାରେ ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି ଯେ ସେ ଏହି ଘଟଣାକୁ ନିନ୍ଦା କରୁଛନ୍ତି। ହେଲେ ଦେଶର ଅନ୍ୟ ଭାଗରେ ମୁସଲମାନଙ୍କ ହତ୍ୟା ବାବଦରେ କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରାଯାଉ ନାହିଁ ବୋଲି ପଚାରିଛନ୍ତି।  
 
ହାଇଦ୍ରାବାଦ ଠାରେ ହୋଇଥିବା ସମ୍ନାନ ପାଇଁ ହତ୍ୟା ଘଟଣା ଆଇନତଃ ଅପରାଧ। ଯିଏ ଏହି କାମ କରିଛନ୍ତି ସେ ଭୁଲ କରିଛନ୍ତି। ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ହତ୍ୟା ହେଉଛି ମାନବିକତାର ହତ୍ୟା। ହେଲେ ଏବେ ଡିଣ୍ଡୋରୀ ଠାରେ ଜଣେ ହିନ୍ଦୁ ଝିଅକୁ ବିବାହ କରିବା କାରଣରୁ ଆସିଫ ଘର ଭାଙ୍ଗି ଦିଆଗଲା। ହେଲେ କାହିଁକି କେହି ଏକଥା କହିଲେ ନାହିଁ? ଯେଉଁ ବ୍ୟକ୍ତି ଅଖଲାଖଙ୍କୁ ହତ୍ୟା କରିଥିଲା ସେ ବାବଦରେ କେହି କିଛି କହିଲେ ନାହିଁ? ଯେତେବେଳେ ମୁସଲମାନଙ୍କ ଘର ଭଙ୍ଗାଯାଉଛି ସେତେବେଳେ କେହି କିଛି କହୁନାହାଁନ୍ତି। ଦେଶର ବିଭିନ୍ନ ସ୍ଥାନରେ ମୁସଲମାନଙ୍କ ଘର ଭଙ୍ଗାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଏ ବାବଦରେ କିଛି କହୁନାହାଁନ୍ତି। ଏହା ପରେ ଆମକୁ ପଚାରନ୍ତୁ ଆମେ ହାଇଦ୍ରାବାଦ ଘଟଣାରେ କାହିଁକି କିଛି କହୁନାହୁଁ?


COMMERCIAL BREAK
SCROLL TO CONTINUE READING

ଭାରତୀୟ ମୁସଲମାନ ସେମାନଙ୍କ ରାଜନୈତିକ ନେତୃତ୍ୱ ଗଠନ କରିବା ଆବଶ୍ୟକ। ଯେପର୍ଯ୍ୟନ୍ତ ନିଜର ରାଜନୈତିକ ନେୃତୃତ୍ୱ ଗଠନ ହୋଇନାହିଁ ସେତେବେଳ ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିବ। ସେମାନେ ଆମର ଅଧିକାର ଛଡ଼ାଇ ନେବାକୁ ଚାହୁଁଛନ୍ତି। ନିଜ ଅଧିକାର ପାଇବା ପାଇଁ ରାଜନୀତି କରିବାକୁ ହେବ। ଆପଣ ଯାହା ଉପରେ ନିର୍ଭର କରୁଥିଲେ, ସେମାନେ କେବଳ ବିଫଳ ହୋଇନାହାଁନ୍ତି ବରଂ ସେମାନଙ୍କ ପାଇଁ ବିଜେପି କ୍ଷମତାକୁ ଆସିଛି।


Also Read: ଭାଷଣ ଦେବା ବେଳେ କାନ୍ଦି ପକାଇଲେ ଏଆଇଏମଆଇଏମ ଅସାଦୁଦ୍ଦିନ ଓୱେସୀ


 


ବିଜେପି ମୁସଲମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିସାରିଛି। ଦେଶର ଶାସନ ବ୍ୟବସ୍ଥା କିମ୍ବା ରାଜନୀତିକୁ ବଦଳାଇବା ପାଇଁ ମୁସଲମାନଙ୍କ ପାଖରେ ତାକତ ନାହିଁ। ହେଲେ ଏତିକି କ୍ଷମତା ଅଛି ଯେ ସେମାନେ ନିଜର ରାଜନୈତିକ ନେତୃତ୍ୱ ଗଠନ କରିପାରିବେ। ମାତ୍ର ଆପଣ ଆପଣଙ୍କ ରାଜନୈତିକ ନେତୃତ୍ୱ ଗଠନ କରିବା ଉପରେ ଧ୍ୟାନ ଦେଲେନାହିଁ। ଯାହାର ଫଳସ୍ୱରୂପ ବିଜେପି ପୁଣି ଥରେ ଉତ୍ତର ପ୍ରଦେଶ ଦଖଲ କରିନେଲା।


ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବୁଲଡୋଜର ଅଭିଯାନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ରାଜ୍ୟରେ ୧୦୦ ବର୍ଷର ପୁରୁଣା ମଦ୍ରାସା ଉପରେ ବୁଲଡୋଜର ଚାଲିଲା। ମସଜିଦ ସାମ୍ନାରୁ ଗେଟ ତାଡି ନିଆଗଲା।  ହେଲେ ଏହି ଘଟଣାରେ ରାଜ୍ୟର ଜଣେ ମାତ୍ର ସମାଜବାଦୀ ପାର୍ଟି ବିଧାୟକ କିଛି କହିଲେ ନାହିଁ।


ଜୋଧପୁର ଠାରେ ହୋଇଥିବା  ଘଟଣା ଉପରେ ଅସନ୍ତୋଷ ବ୍ୟକ୍ତ କରି ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି ମଧ୍ୟ ପ୍ରଦେଶ, ରାଜସ୍ଥାନ ଠାରେ ଏଭଳି ଘଟଣା ଘଟିଛି। ଏହି ଘଟଣାରେ ଚୋପି ପିନ୍ଧୁଥିବା ଲୋକଙ୍କ ଉପରେ ହମଲା କରାଯାଇଛି। ଆମେ ଇଦ ଖୁସିରେ ପାଳନ କରି ପାରିଲୁ ନାହିଁ। ବିଜେପି, ଆରଏସଏସ ଉଦ୍ଦେଶ୍ୟରେ କଟାକ୍ଷ କରି ସେ କହିଛନ୍ତି ମୁସଲମାନଙ୍କୁ ଘୃଣା କରୁଥିବା ଲୋକଙ୍କୁ ମୁଁ କହୁଛି ଆପଣ ମୁସଲିମ୍ ନୁହେଁ ଭାରତ କୁ ଘୃଣା କରୁଛନ୍ତି।  


Also Read: Khargone Violence: କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ସରକାର ବିରୁଦ୍ଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ


ବିଜେପି ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା କଥା କହୁଛି। ମାତ୍ର ଯେତେବଳେ ଦେଶର ସମ୍ବିଧାନ ଗଠନ କରାଯାଉଥିଲା ସେତେବେଳେ ସମ୍ବିଧାନ ପ୍ରଣେତା ବାବାସାହେବ ଡ.ଭୀମରାଓ ଆମ୍ବେଦକର କହିନଥିଲେ ଯେ ସମାନ ନାଗରିକ ସଂହିତା ବଳପୂର୍ବକ ନୁହେଁ ବରଂ ସହମତିରେ ଲାଗୁ କରାଯିବା ଆବଶ୍ୟକ। ସେମାନେ ମୁସଲମାନ ଜନସଂଖ୍ୟା ବଢୁଥିବାର ଅଭିଯୋଗ କରୁଛନ୍ତି। ଜନଗଣନା କରାଇନିଅ ଏହା ଜଣାପଡିବ କାହାର ଜନସଂଖ୍ୟା ବଢୁଛି। ୧୯୭୬ ମସିହାରେ ଏକ ଜନଗଣନା କରାଯାଇଥିଲା। ଯେଉଁଥିରେ ଜଣାପଡିଥିଲା ଦୁଇଟି ବିବାହ କରିଥିବା ମୁସଲମାନଙ୍କ ଜନସଂଖ୍ୟା ହିନ୍ଦୁଙ୍କ ପରେ ଦ୍ୱିତୀୟ ସ୍ଥାନରେ ଥିଲା।


ଦେଶରେ ସମ୍ବିଧାନ ଲାଗୁ ହେବା ପରେ ଆମକୁ ପ୍ରତିଶୃତି ଦିଆଯାଇଥିଲା ଯେ ଆମର ଶରିୟା ବ୍ୟବସ୍ଥାରେ ହସ୍ତକ୍ଷେପ କରାଯିବ ନାହିଁ। ମୁସଲମାନ ସଂସ୍କୃତିକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ। ମୋର ହିଜାବ, ସଂସ୍କୃତି, ଦାଢି, ନମାଜ, ବିବାହ, ଛାଡପତ୍ର ସୁରକ୍ଷିତ ରଖାଯିବ। ଏହି ସମସ୍ତ ବ୍ୟବସ୍ଥା ସମ୍ବିଧାନର ୨୯ ଧାରରେ ଉଲ୍ଲେଖ ରହିଛି। ସରକାର ଏ କ୍ଷେତ୍ରରେ ହସ୍ତକ୍ଷେପ କରିପାରିବେ ନାହିଁ। ଏପରି କରିବା ସମ୍ବିଧାନର ଉଲ୍ଲଂଘନ ହେବ।


Also  Read: ଅଖଣ୍ଡ ଭାରତ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଓୱେସୀ-ଭାଗବତ


ସମଗ୍ର ଦେଶରେ ମୁସଲିମଙ୍କୁ ଏକଜୁଟ ହେବାକୁ ଆହ୍ୱାନ କରି ଅସାଦୁଦ୍ଦିନ ଓୱେସି କହିଛନ୍ତି ମୁସଲମାନଙ୍କ ବିରୋଧରେ ଦଙ୍ଗା କରୁଥିବାର ଅଭିଯୋଗ ରହିଛି। ଆମେ କହୁଛୁ ମସଜିଦ ଉପରେ ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ଲଗାଯିବା ଆବଶ୍ୟକ। ଯାହା ଫଳରେ ଜଣାପଡ଼ିବ ଦଙ୍ଗା କିଏ କରୁଛି। ମୁଁ ୨୦୧୪ ପର ଠାରୁ ମୁସଲମାନଙ୍କୁ କହୁଛି ଯେ ଏହି ଅନ୍ଧକାର ରାତି ଲମ୍ବା ହେବାକୁ ଯାଉଛି। ଆପଣଙ୍କୁ ଆପଣଙ୍କ  ରାସ୍ତା ଖୋଜିବା ବାହାର କରିବାକୁ ହେବ।