Khargone Violence: କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ସରକାର ବିରୁଦ୍ଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ
Advertisement

Khargone Violence: କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ସରକାର ବିରୁଦ୍ଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ

ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ ବିଜେପି ସରକାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଟାର୍ଗେଟ କରିଛନ୍ତି ଅସାଦୁଦ୍ଦିନ ଓୱେସୀ।  

Khargone Violence: କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ସରକାର ବିରୁଦ୍ଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ

ଭୋପାଳ: ରାମ ନବମୀ ଶୋଭାଯାତ୍ରା ବେଳେ ରାଜ୍ୟର ଖାରଗୋନ ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି ମଧ୍ୟ ପ୍ରଦେଶ ସରକାର। ଅନ୍ୟପଟେ ବଡୱାନୀ ଠାରେ ଏଭଳି ହିଂସାକାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି ପ୍ରଶାସନ। 

ଗତ ରବିବାର ଅନୁଷ୍ଠିତ ହୋଇଥିବା ଏହି ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ ବିଜେପି ସରକାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟାର୍ଗେଟ କରିଛନ୍ତି  ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ।  

ହିଂସାକାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଅଭିଯୋଗ ଆଣି ସେ କହିଛନ୍ତି ହିଂସା ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ସରକାରଙ୍କ ଅବହେଳା କାରଣରୁ ଏଭଳି ହିଂସା ଘଟିଛି। ଏଭଳି ଘଟଣା ପାଇଁ ମୁସଲମାନଙ୍କୁ ହଇରାଣ କରାଯାଉଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ଚେତାବନୀ ଦେଇ ଏଆଇଏମଆଇଏମ ମୁଖ୍ୟ କହିଛନ୍ତି ସେ ଏକଥା ଭୁଲନ୍ତୁ ନାହିଁ ଯେ ସେ ଏକ ସାମ୍ବିଧାନିକ ପଦରେ ବସିଛନ୍ତି। ଜନସାଧାରଣଙ୍କ ଜନ ଜୀବନ ରକ୍ଷା କରିବା ମୁଖ୍ୟମନ୍ତ୍ରୀଙ୍କ କାମ। କ୍ଷମତା ନିଶାରେ ଅନ୍ଧ ହୋଇ ସରକାର ଗରିବ ଲୋକଙ୍କ ଘର ଉଜାଡୁଛି। ରାଜ୍ୟରେ ଗଣତନ୍ତ୍ର ଉପରେ ଭୀଡତନ୍ତ୍ର ଭାରୀ ପଡ଼ିଛି। ରାଜ୍ୟରେ ମସଜିଦକୁ ଅପମାନିତ କରିବା ଏବଂ ବୃଦ୍ଧ ଲୋକଙ୍କୁ ଆକ୍ରମଣ କରିବା ଭଳି ବିଚାରାଧାରା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ ଏହା ଭୁଲିଯିବା ଉଚିତ ନୁହେଁ ଯେ  ବର୍ତ୍ତମାନ ତାଙ୍କ ସରକାର କ୍ଷମତାରେ ଅଛି ଏବଂ ଆସନ୍ତାକାଲି ସେମାନେ ସରକାରରେ ନଥିବେ।

Also Read: Khargone Violence: କର୍ଫ୍ୟୁ ଲାଗୁ ହେବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

ଗତ ରବିବାର ଅନୁଷ୍ଠିତ ହୋଇଥିବା ରାମ ନବମୀ ଶୋଭାଯାତ୍ରା ବେଳେ ହୋଇଥିବା ହିଂସା ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। 

ଏହି ଘଟଣାରେ ପ୍ରଶାସନ ପ୍ରାୟ ୮୪ ଜଣଙ୍କୁ ଧରିଛି। ଖାରଗୋନ ଜିଲ୍ଲାରେ ୫୦ ଦଙ୍ଗାକାରୀଙ୍କ ଘର ଚିହ୍ନଟ ହୋଇଛି। ଏହା ମଧ୍ୟରୁ ୧୦ ଘରେ ବୁଲଡୋଜ ଚଳାଇଛି ପ୍ରଶାସନ। ଏହା ସହିତ ବଡୱାନୀ ଠାରେ ମଧ୍ୟ ଦଙ୍ଗାକାରୀଙ୍କ ଘର ଚିହ୍ନଟ ହେବା ସହିତ ପରେ ୪ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ୪୦ ଜଣଙ୍କ ବିରୋଧରେ ମାମଲା ଦାଏର କରିଛି ପ୍ରଶାସନ।