ଶ୍ରୀମନ୍ଦିର କରିଡର ପ୍ରକଳ୍ପ ପ୍ରସଙ୍ଗ; ଫେସବୁକରେ ସମ୍ବିତ ପାତ୍ର ଲେଖିଲେ ଲମ୍ବା ଚଉଡା ପୋଷ୍ଟ, ଟାର୍ଗେଟରେ ରାଜ୍ୟ ସରକାର
Advertisement

ଶ୍ରୀମନ୍ଦିର କରିଡର ପ୍ରକଳ୍ପ ପ୍ରସଙ୍ଗ; ଫେସବୁକରେ ସମ୍ବିତ ପାତ୍ର ଲେଖିଲେ ଲମ୍ବା ଚଉଡା ପୋଷ୍ଟ, ଟାର୍ଗେଟରେ ରାଜ୍ୟ ସରକାର

ଶ୍ରୀମନ୍ଦିର କରିଡ଼ର (Shri Jagannath Mandir Corridor) ପ୍ରକଳ୍ପ ପ୍ରସଙ୍ଗରେ ବିଜେପି ନେତା ସମ୍ବିତ ପାତ୍ର (Sambit Patra) କହିଛନ୍ତି ଯେ, ରାଜନୀତି ନ କରି ASI କ’ଣ କହୁଛି, ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର। ମାନ୍ୟବର ଓଡ଼ିଶା ହାଇକୋର୍ଟ (Odisha High Court) ଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ରାଜନୀତିକରଣ ନକରି ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବା ଉଚିତ୍। 

ଫାଇଲ ଫଟୋ

ଭୁବନେଶ୍ୱର: ଶ୍ରୀମନ୍ଦିର କରିଡର ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଛି। କିଛି ସେବାୟତ, ବିଭିନ୍ନ ସଙ୍ଗଠନ ଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ମନ୍ଦିର ଚତୁର୍ପାଶ୍ୱ ନିର୍ମାଣ କାର୍ଯ୍ୟକୁ ବିରୋଧ କରୁଛନ୍ତି। ଏହି ସମୟରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ସରକାରଙ୍କୁ ଟାର୍ଗେଟ କରି ତାଙ୍କ ଫେସବୁକ ପେଜରେ ଇଂରାଜୀରେ ଏକ ଲମ୍ବା ଚଉଡା ବିସ୍ଫୋରୋକ ବିବୃତି ଜାରି କରିଛନ୍ତି।  

ଶ୍ରୀମନ୍ଦିର କରିଡ଼ର (Shri Jagannath Mandir Corridor) ପ୍ରକଳ୍ପ ପ୍ରସଙ୍ଗରେ ବିଜେପି ନେତା ସମ୍ବିତ ପାତ୍ର (Sambit Patra) କହିଛନ୍ତି ଯେ, ରାଜନୀତି ନ କରି ASI କ’ଣ କହୁଛି, ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର। ମାନ୍ୟବର ଓଡ଼ିଶା ହାଇକୋର୍ଟ (Odisha High Court) ଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ରାଜନୀତିକରଣ ନକରି ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବା ଉଚିତ୍। "କଳା ପାହାଡ଼" ମାନସିକତା ଆମ ଓଡ଼ିଆ ଅସ୍ମିତା ପ୍ରତି କ୍ଷତି ପହଞ୍ଚାଇବ। ଜିଦ୍ ଏବଂ ଅହଙ୍କାର କେବଳ ବିନାସ ଆଡ଼କୁ ଗତି କରେ ବୋଲି ବିଜେପି ମୁଖପାତ୍ର (BJP Spokesperson) କହିଛନ୍ତି। 

ଏହା ବ୍ୟତୀତ ସେ କହିଛନ୍ତି ଯେ, ଆମେ ବିଭିନ୍ନ ରାଜନୈତିକ ଦଳରୁ ପ୍ରତିନିଧିତ୍ୱ କରୁ କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ (Lord Jagannath) ସମସ୍ତଙ୍କର ପ୍ରତିନିଧିତ୍ୱ କରନ୍ତି। ମହାପ୍ରଭୁଙ୍କ ଭକ୍ତଙ୍କ ସୁବିଧା ତଥା ବିକାଶ ପାଇଁ ବିଜେପି ସବୁବେଳେ ସ୍ୱର ଉଠାଇଛି। ରାଜନୀତି ନ କରି ଏଏସଆଇ କଣ କହୁଛି, ତା’ ପାଇଁ ଅପେକ୍ଷା କରିବା ଦରକାର। ଧୌର୍ଯ୍ୟ ଏବଂ ସମ୍ବେଦନଶୀଳତା ସହ ଆଇନକୁ ପାଳନ କରି ଆଜି ଆମେ ଲିଙ୍ଗରାଜ ମନ୍ଦିର (Lingraj Temple) ନିକଟରୁ ମା’ ମହିଷା ମର୍ଦ୍ଦିନୀଙ୍କ ଆଶୀର୍ବାଦ ଲାଭ କରୁଛୁ। ଏସଆଇର ହସ୍ତକ୍ଷେପ ପରେ ଓଡ଼ିଶାକୁ ଆଜି ୧୪୦୦ ବର୍ଷ ପୁରୁଣା ମହିଷା ମର୍ଦ୍ଦିନୀ ମୂର୍ତ୍ତି ମିଳିଛି।

Also Read: ହିଜାବ ପରେ ମୁଣ୍ଡ ଟେକିଲା ବାଇବେଲ ବିବାଦ; ଏମିତି କହିଲେ ହିନ୍ଦୁ ସଙ୍ଗଠନ ଓ ସରକାର

ଫେସବୁକ (Facebook) ପୋଷ୍ଟରେ ସମ୍ବିତ ପାତ୍ର କହିଛନ୍ତି ଯେ, ଗତ କିଛି ଦିନ ତଳେ ଭୁବନେଶ୍ୱର ଶୁକସାରୀ ମନ୍ଦିର ନିକଟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ଦ୍ୱାରା ଖନନ କାର୍ଯ୍ୟ ବେଳେ ପ୍ରାୟ ୧୪୦୦ ବର୍ଷ ପୂର୍ବ ମହିଷା ମର୍ଦ୍ଦିନୀ ମୂର୍ତ୍ତି ମିଳିଥିଲା। ନିକଟ ଅତୀତରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଶ୍ୱପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ନିକଟରେ ବିଶୃଙ୍ଖଳିତ ଭାବରେ ଖନନ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ଏହାକୁ ଆମେ ବିରୋଧ କରି ଏଏସଆଇର ହସ୍ତକ୍ଷେପ ଲୋଡ଼ିଥିଲୁ। ଏଏସଆଇର ହସ୍ତକ୍ଷେପ ପରେ ଓଡ଼ିଶାକୁ ଆଜି ୧୪୦୦ ବର୍ଷ ପୁରୁଣା ମହିଷା ମର୍ଦ୍ଦିନୀ ମୂର୍ତ୍ତି ମିଳିଛି।  

ଶ୍ରୀଜଗନ୍ନାଥ କରଡ଼ିର ନିର୍ମାଣ କାର୍ଯ୍ୟରେ ମଧ୍ୟ ଏପରି କରାଯିବା ନେଇ ପ୍ରଶ୍ନ ଉଠୁଛି। ବିଶୃଙ୍ଖଳିତ ଖନନ, ଆଇନର ଉଲ୍ଲଘଂନ ଏବଂ ମନ୍ଦିର ସୁରକ୍ଷା ସହିତ ସାଲିସ୍ କରାଯାଉଥିବା ସମାଜର ବିଭିନ୍ନ ବର୍ଗରୁ ଅଭିଯୋଗ ହେଉଛି। "ଭଗବାନଙ୍କ ଭକ୍ତ"ର ସୁବିଧା ପାଇଁ କରାଯାଉଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା କେହି ସ୍ୱପ୍ନରେ ସୁଦ୍ଧା ବି ଭାବିନଥିବେ। କିନ୍ତୁ ଭାରତର ସଚେତନ ନାଗରିକ ହିସାବରେ ଜାଣି ରଖିବା ଉଚିତ୍ ଯେ, ଶ୍ରୀମନ୍ଦିର ଭଳି ଆମର ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆମ ପୂର୍ବପୁରୁଷମାନେ କିଛି ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ କରିଛନ୍ତି ବୋଲି ସମ୍ବିତ ପାତ୍ର କହିଛନ୍ତି। 

 

ଏଏସଆଇ "ଦ ଆନସିଏଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କେଲୋଜିକାଲ ସାଇଟ ଆଣ୍ଡ ରିମେନ୍ସ ଆକ୍ଟ ୧୯୫୮" ଦ୍ୱାରା ପରିଚାଳିତ। ଏହି ଆକ୍ଟ ମାଧ୍ୟମରେ ଆମର ଐତିହ୍ୟର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ପ୍ରାବଧାନ ରହିଛି। ଏମସାର୍ ଆକ୍ଟ ୧୯୫୮ରେ କୌଣସି ଦ୍ୱନ୍ଦ କିମ୍ବା ବିଭ୍ରାନ୍ତି ନ ହେବା ଭଳି ପ୍ରାବଧାନ ରହିଛି। ଏହା ସବୁ ସତ୍ତ୍ୱେ ଶ୍ରୀଜଗନ୍ନାଥ କରିଡ଼ର ମାମଲା ମାନ୍ୟବର ହାଇକୋର୍ଟରେ ପହଞ୍ଚିଛି ଏବଂ ଏହାର ଶୁଣାଣି ଆସନ୍ତା ମେ ମାସ ଦ୍ୱିତୀୟ ସପ୍ତାହରେ ହେବ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ରାଜନୀତିକରଣ (Politics) ନକରି ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯିବା ଉଚିତ୍ ବୋଲି ସମ୍ବିତ ପାତ୍ର ଉଲ୍ଲେଖ କରିଛନ୍ତି।

Also Read: 'ଜୀହାଦ କବଳରୁ ରକ୍ଷା କରିବା ପାଇଁ ଆସିବ ନାହିଁ ପୋଲିସ; ଘରେ ରଖିବାକୁ ହେବ ଅସ୍ତ୍ରଶସ୍ତ୍ର'

ଏହା ବ୍ୟତୀତ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା କହିଛନ୍ତି ଯେ, ଜିଦ୍ ଏବଂ ଅହଙ୍କାର କେବଳ ବିନାସ ଆଡ଼କୁ ଗତି କରେ ଓ ଏହା ଦ୍ୱାରା କୌଣସି ନୂଆ କାର୍ଯ୍ୟ ସୃଷ୍ଟି ହୁଏନାହିଁ, ଏହା ଆମେ ମାନେ ରଖିବା ଉଚିତ୍। ଧୌର୍ଯ୍ୟ ଏବଂ ସମ୍ବେଦନଶୀଳତା ସହ ଆଇନକୁ ପାଳନ କରି ଆଜି ଆମେ ଲିଙ୍ଗରାଜ ମନ୍ଦିର ନିକଟରୁ ମା’ ମହିଷା ମର୍ଦ୍ଦିନୀଙ୍କ ଆଶୀର୍ବାଦ ଲାଭ କରୁଛୁ। “କଳା ପାହାଡ଼” ମାନସିକତା ଆମ ଓଡ଼ିଆ ଅସ୍ମିତା ପ୍ରତି କ୍ଷତି ପହଞ୍ଚାଇବ। ଆଇନର ବିଜୟ ହେଉ ; ଆଇନର ବିଜୟ ହେଲେ ହିଁ ଭଗବାନଙ୍କ ବିଜୟ ହେବ।

ସେପଟେ ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରୁ ରଖି ବଡ ଦେଉଳ ଚତୁଃପାର୍ଶ୍ଵର ଯେଉଁ ନିର୍ମାଣ କାର୍ଯ୍ୟ ଜାରି ରହିଛି ତାହା ସ୍ବାଗତଯୋଗ୍ୟ। ଏହି ନିର୍ମାଣ କାର୍ଯ୍ୟକୁ ଯେଉଁ ରାଜନୈତିକ ଦଳ ଓ ସଙ୍ଗଠନ ବିରୋଧ କରୁଛନ୍ତି ସେମାନେ ଏଥିରୁ ନିବୃତ ରୁହନ୍ତୁ ବୋଲି ବରିଷ୍ଠ ସେବାୟତ, ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚିଳନା କମିଟି ସଦସ୍ୟ କହିଛନ୍ତି। ଅନ୍ୟପଟେ ଏଏସଆଇ ଓ ଏନଏମ୍ଏର କୌଣସି ଅନୁମତି ନଥାଇ ବଡ ଦେଉଳ ଚତୁଃପାର୍ଶ୍ଵର ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବୁଧବାର କିଛି ସଙ୍ଗଠନ ଓ ରାଜନୈତିକ ଦଳ ପୁରୀରେ ଏକ ପଦଯାତ୍ରା କରିବା ପାଇଁ ଯୋଜନା କରୁଛନ୍ତି।

ଏହା ପୂର୍ବରୁ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଥିଲେ ଯେ, ସେ ପୁରୀ ଶ୍ରୀମନ୍ଦିର ଉନ୍ନତିକରଣ କାର୍ଯ୍ୟକୁ ବିରୋଧ କରୁନାହାନ୍ତି, କିନ୍ତୁ ନିୟମ ଅନୁସାରେ ଓ ଆବଶ୍ୟକୀୟ ଅନୁମତି ସହ ନିର୍ମାଣ କାମ ହେବା ଦରକାର। ଉନ୍ନତିକରଣ ପାଇଁ ଗଠିତ ପରାମର୍ଶ କମିଟିରେ ASIର କୌଣସି ସଦସ୍ୟଙ୍କୁ ନିଆଯାଇ ନାହିଁ।
ନିର୍ମାଣ ପରବର୍ତ୍ତୀ ମୂଲ୍ୟାଙ୍କନ ଉପରେ ବିଶ୍ଳେଷଣ କରାଯାଇ ନାହିଁ।
ଭୂତଳ ସ୍ଥିତି ଜାଣିବା ପାଇଁ ଜିପିଆର ସର୍ଭେ ମଧ୍ୟ କରାଯାଇ ନାହିଁ। ରାଜ୍ୟ ସରକାର ବିକାଶ ନାଁରେ ନିୟମର ଖୋଲାଖୋଲି ଉଲ୍ଲଘଂନ କରି ମନ୍ଦିର ଚାରିପଟେ ବ୍ୟାପକ ଭଙ୍ଗାରୁଜା କରୁଥିବା ଭୁବନେଶ୍ୱର ସାଂସଦ ଅଭିଯୋଗ କରିଥିଲେ।