West Bengal Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?
ଏଥରର ନିର୍ବାଚନରେ ଦଳୀୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ୧୪୮ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ ପର୍ଯ୍ୟାୟର ହେବାକୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏହି ପ୍ରାର୍ଥୀ।
ଏଥରର ନିର୍ବାଚନରେ ଦଳୀୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଯିଏକି ରାଜ୍ୟର ଉତ୍ତର କୃଷ୍ଣାନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ତାଙ୍କ ପୁଅ ଶୁଭ୍ରାଗଂଶୁ ରାୟ ବୀଜପୁର, ପୂ୍ର୍ବତନ ରାଜ୍ୟ ବିଜେପି ସଭାପତି ରାହୁଲ ସିହ୍ନା ହାୱଡା ଆସନରୁ ପ୍ରତିଦ୍ୱଦ୍ୱିତା କରିବେ।
Also Read: Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?
ଶ୍ରବନ୍ତି ଚାଟାର୍ଜୀ ବେଲା ପଶ୍ଚିମ, ବୈଶାଳୀ ଡାଲମିଆ ବଲ୍ଲି, ବିଷ୍ଣୁପଦ ରାୟ ଘୁପଗୁଡି, କୌଶିକ ରାୟ ମୌନାଗୁଡି, ସୁଜିତ ସିହ୍ନା ଜଳପାଇରିଗୁଡି, ସୁପେନ ରାୟ ରାୟଗଞ୍ଜ, ଶିଖା ଚାଟାର୍ଜୀ ଡବଗ୍ରାମ-ଫୁଲୱାଡି, ଦୁର୍ଗା ମୁର୍ମୁ ଫାନସିଦେବା, ଦଳୀୟ ଲୋକସଭା ସାଂସଦ ଜଗନ୍ନାଥ ସରକାର ଶାନ୍ତିପୁର, ଦୀପିକା ଚାଟାର୍ଜୀ ଦେଙ୍ଗନା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ।
Also Read: Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?
ମହମ୍ମଦ ଶାହୀନ ଅକତର ଚୋପଡା, ଡା.ସୌମ୍ୟରୂପ ମଣ୍ଡଳ ଇସଲାମପୁର, ସୋମେନ ରାୟ କାଲିୟାଗଞ୍ଜ, ଫାଲଗୁନି ପାତ୍ର ନୈହଟୀ, ସପନ ମଜୁମଦାର ଦକ୍ଷିଣ ବନଗାଓଁ, ରଞ୍ଜିତ କୁମାର ରାୟ କୁଶମନ୍ଦି, ମାନସ ସରକାର କୁମାରଗଞ୍ଜ, ନୀଳାଞ୍ଜନ ରାୟ ହରିରାମପୁର, ଦୀପାଙ୍କର ରାମ ଚଞ୍ଚଳ, ସୁଜିତ ଦାସ ଜଙ୍ଗିପୁର, ମସୁହାରା ଖାତୁନ ରାନୀନଗର, ଜିତେନ୍ଦ୍ର ତିୱାରୀ ପାଣ୍ଡବେଶ୍ୱର ଆସନରୁ ନିର୍ବାଚନ ଲଢିବେ।
Also Read: West Bengal Assembly Poll 2021 : ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?
ମୋଟ ୨୯୪ ବିଧାନସଭା ବିଶିଷ୍ଟ ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚ ୧ମ ଏବଂ ୧ ଅପ୍ରେଲ ୨ୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ୩ୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ୪ର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ୫ମ ପର୍ଯ୍ୟାୟରେ ୪୫, ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୨୩, ୨୬ ଅପ୍ରେଲ ୭ମ ପର୍ଯ୍ୟାୟରେ ୩୬, ୨୯ ୮ମ ପର୍ଯ୍ୟାୟରେ ୩୫ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।