West Bengal Assembly Poll 2021 : ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?
Advertisement
Article Detail0/zeeodisha/odisha861039

West Bengal Assembly Poll 2021 : ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

ପ୍ରଥମ ପର୍ଯ୍ୟାୟରେ ୫୭ ଜଣ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

 West Bengal Assembly Poll 2021 : ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି କେନ୍ଦ୍ରରେ କ୍ଷମତାସୀନ ବିଜେପି। ପ୍ରଥମ ପର୍ଯ୍ୟାୟରେ ୫୭ ଜଣ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ମୋଟ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।       

ଚଳିତ ନିର୍ବାନନରେ ପଶ୍ଚିମବଙ୍ଗର ସବୁଠାରୁ ଚର୍ଚ୍ଚିତ ବିଧାନସଭା ଆସନ ଭାବେ ଉଭା ହୋଇଥିବା ନନ୍ଦିଗ୍ରାମରେ (Nandigram Assembly Constituency) ଏଥର ମୁକାବିଲା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ତାଙ୍କର ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ଯିଏକି ଏଥର ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ଅବତୀର୍ଣ୍ଣ ହୋଇଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗର ବାଘମୁଣ୍ଡି ଆସନ ସହଯୋଗୀ ଅଲ ଝାଡଖଣ୍ଡ ଷ୍ଟଟେଣ୍ଟ ୟୁନିୟନ-ଏଜେଏୟସୁ (All Jharkhand Students Union-AJSU) ଲାଗି ଛାଡିଛି ବିଜେପି।   

Also Read: ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା

ଦଳୀୟ ପ୍ରାର୍ଥୀ ଭାବେ ଟିକେଟ ପାଇବା ପୂର୍ବରୁ ଏଥର ନନ୍ଦିଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ନିର୍ବାଚନ ଲଢୁଥିବା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି। ନହେଲେ ରାଜନୀତି ଛାଡିଦେବି। ଦେଖିବାକୁ ବାକି ରହିଲା ଏହି ଆସନରୁ କିଏ ମାରୁଛି ବାଜି।       

Also Read: 'ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି ନହେଲେ ରାଜନୀତି ଛାଡି ଦେବି'

ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ୨୭ ମାର୍ଚ୍ଚ ୧ମ ଏବଂ ୧ ଅପ୍ରେଲ ୨ୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ୩ୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ୪ର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ୫ମ ପର୍ଯ୍ୟାୟରେ ୪୫, ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୨୩, ୨୬ ଅପ୍ରେଲ ୭ମ ପର୍ଯ୍ୟାୟରେ ୩୬, ୨୯ ୮ମ ପର୍ଯ୍ୟାୟରେ ୩୫ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।   

Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା

 

ନଜର ପକାନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ 

  • ପଟାଶପୁର: ଅମ୍ବୁଜାକ୍ଷା ମହନ୍ତି 
  • କାନ୍ତି-ଉତ୍ତର: ସୁନୀତା ସିଂଘା 
  • ଭଗବାନପୁର: ରବୀନ୍ଦନାଥ ମାଇତି 
  • ଖେଜୁରୀ: ଶାନ୍ତନୁ ପରମାଣିକ 
  • କାନ୍ତି ଦକ୍ଷିଣ: ଅରୂପ  କୁମାର ଦାସ 
  • ରାମ ନଗର: ସ୍ୱଦେଶ ରଞ୍ଜନ ନାୟକ
  • ଏଗ୍ରା: ଅରୂପ ଦାସ
  • ଦାନ୍ତନ: ଶକ୍ତିପଦ ନାୟକ
  • ନୟାଗ୍ରାମ: ବକୁଲ ମୁର୍ମୁ
  • ଗୋପୀବଲ୍ଲଭପୁର: ସଞ୍ଜିତ ମାହାତ୍ତୋ  
  • ଝାରଗ୍ରାମ: ସୁଖମୟ ସତପତି  
  • କେଶିୟାରୀ: ସୋନାଲି ମୁର୍ମୁ  
  • ଖଡଗପୁର: ତପନ ଭୂଇୟା 
  • ଗର୍ବେଟା: ମଦନ ରୁଇଦାସ
  • ସାଲବୋନି: ରାଜୀବ କୁଣ୍ଡୁ
  • ମେଦୀନପୁର: ସମିତ ଦାସ 
  • ବିନପୁର: ପାଲ ସରୀନ 
  • ବାନ୍ଦବାନ: ପାରସୀ ମର୍ମୁ
  • ବଳରାମପୁର: ବାଣେଶ୍ୱର ମାହୋତ୍ତୋ 
  • ଜୋୟପୁର: ନରହରି ମାହୋତ୍ତୋ
  • ପୁରୁଲିଆ: ସୁଦୀପ ମୁଖାର୍ଜୀ 
  • ମାନବଜାର: ଗୌରି ସିଂହ ସରଦାର 
  • ପାରା: ନନ୍ଦିଆ ଚାନ୍ଦ ବାଉରୀ
  • ରଘୁନାଥପୁର: ବିବେକାନନ୍ଦ ବାଉରୀ
  • ସାଲଟୋରା: ଚନ୍ଦନା ବାଉରୀ
  • ଛଟନା: ସତ୍ୟ ନାରାୟଣ ମୁଖାର୍ଜୀ   
  • ରାନୀବାନ୍ଧ: ଖୁଦୀରାମ ଟୁଡୁ
  • ରାୟପୁର: ସୁଧାଗଂଶୁ ହାଂସଦା
  • ଗୋସବା: ଚିତ୍ତ (ବରୁନ) ପରମାଣିକ
  • ପଥପ୍ରତିମା: ଅସିତ ହାଲଦାର  
  • କାକଦ୍ୱୀପ: ଦୀପାଶଙ୍କର ଜାନା 
  • ସାଗର: ବିକାଶ କମିଲା 
  • ତାମଲୁକ: ହରେକୃଷ୍ଣ ବେରା 
  • ପୂର୍ବ-ପଂସକୁରା: ଦେବବ୍ରତ ପଟ୍ଟନାୟକ
  • ପଶ୍ଚିମ-ପଂସକୁରା: ସିଣ୍ଟୁ ସେନାପତି
  • ମୋୟନା: କ୍ରିକେଟର ଅଶୋକ ଦିଣ୍ଡା 
  • ନନ୍ଦକୁମାର: ନୀଳାଞ୍ଜନ ଅଧିକାରୀ
  • ମହିଷାଦଳ: ବିଶ୍ୱନାଥ ବାନାର୍ଜୀ 
  • ହଳଦିଆ: ତାପସୀ ମଣ୍ଡଳ
  • ନନ୍ଦିଗ୍ରାମ: ଶୁଭେନ୍ଦୁ ଅଧିକାରୀ
  • ଚାନ୍ଦିପୁର: ପୁଲକ କାନ୍ତି ଗୁରିୟା 
  • ନାରାୟଣଗଡ: ରାମ ପ୍ରସାଦ ଗିରି
  • ସବଙ୍ଗ: ଅମୂଲ୍ୟ ମାଇତି 
  • ପିଙ୍ଗଳା: ଅନ୍ତରା ଭଟ୍ଟାଚାର୍ଯ୍ୟ
  • ଡେବରା: ଭାରତୀ ଘୋଷ
  • ଦାସପୁର: ପ୍ରଶାନ୍ତ ବେରା 
  • ଘାଟାଲା: ଶୀତଲ କାପତ
  • ଚନ୍ଦ୍ରକୋନା: ଶିବରାମ ଦାସ
  • କେଶପୁର: ପ୍ରୀତିଶ ରଞ୍ଜନ କୁଆର
  • ତଳଡାଙ୍ଗରା: ଶ୍ୟାମଳ କୁମାର ସରକାର 
  • ବାଙ୍କୁଡା: ନୀଳାଦ୍ରୀ ଶେଖର ଡାନା 
  • ଓଣ୍ଡା: ଅମର ଶାଖା 
  • ବିଷ୍ଣୁପୁର: ତନ୍ମୟ ଘୋଷ
  • କଟୁଲପୁର: ହରକାଲି ପଟିହାର
  • ଇନ୍ଦସ: ନିର୍ମଳ ଧାରା
  • ସୋନାମୁଖି: ଘୋରମୀ