Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?
Advertisement
Article Detail0/zeeodisha/odisha865639

Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

କେରଳର ୧୧୫ ଏବଂ ତାମିଲନାଡୁର ୨୦ ବିଧାନସଭା ଆନସରେ ନିର୍ବାଚନ ଲଢିବ ବିଜେପି।   

Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନର ଦ୍ୱିତୀୟ, ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ମୁକାବିଲାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଏଥର  ବରିଷ୍ଠ ନେତାଙ୍କ ସମେତ ଅନ୍ୟ ଦଳରୁ ଆସଥିବା ନେତାଙ୍କୁ ଟିକେଟ ଦେଇଛି ଦଳ।          

ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ (BJP National General Secretary) ଅରୁଣ ସିଂହ। ଏନେଇ ସେ କହିଛନ୍ତି ଦଳ ଏହାର ୪ ସହଯୋଗୀଙ୍କ ସହ ମେଣ୍ଟ ଗଠନ କରି ଚଳିତ ବର୍ଷ ହେବାକୁ ଯାଉଥିବା କେରଳ ବିଧାନସଭା ନିର୍ବାଚନରେ (Kerala Assembly Poll 2021) ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ରାଜ୍ୟର ମୋଟ ୧୪୦ ଆସନରୁ ବିଜେପି ୧୧୫ ଏବଂ ସହଯୋଗୀ ଦଳ ବାକି ୨୫ ଆସନରେ ପ୍ରତିନିଧିତ୍ୱ କରିବେ। 

Also Read: West Bengal Assembly Poll 2021 : ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

 

କେଉଁ ଆସନରୁ କିଏ ଲଢିବେ ନିର୍ବାଚନ 

ରାଜ୍ୟ:  କେରଳ

Metroman ଶ୍ରୀଧରନ: ପଲକ୍କଡ 
କୁମ୍ମନମ ରାଜଶେଖରନ: ନେମୋମ 
ସୁରେଶ ଗୋପୀ: ତ୍ରିଶୁର
ଡ.ଅବଦୁଲ ସଲାମ: ତିରୁର
ଜ୍ୟାକବ ଥମ୍ସ: ଇରଞ୍ଜାଲକୁଡା 
କେଜେ ଆଲଫାନ୍ସ: କାନ୍ନୀପଲ୍ଲୀ  

 

ରାଜ୍ୟ: ତାମିଲନାଡୁ

L. ମୁରୁଗାନ: ଧାରାପୁରମ

H. ରାଜା: କରାଇକୁଡି

M.ଗାନ୍ଧୀ : ନାଗରପୁର-କନ୍ୟାକୁମାରୀ 
K.ଆନ୍ନା ମଲ୍ଲାଇ: ଅର୍ବା କୁର୍ଚ୍ଚି
ବନାଥି ଶ୍ରୀନିବାସନ: କୋଏମ୍ବାଟୁର ଦକ୍ଷିଣ
ଖୁସବୁ ସୁନ୍ଦର: ଥାଉଜେଣ୍ଟ ଲାଇଟସ୍
ସିକେ ସରସ୍ୱତୀ: ମୋଡକ୍କୁରୁଚି

ରାଜ୍ୟ: ପଶ୍ଚିମବଙ୍ଗ

ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ: ସିଙ୍ଗୁର
ସପନ ଦାସ ଗୁପ୍ତା: ତାରକେଶ୍ୱର
ନୀତିଶ ପରମାଣିକ: ଉଦଘଟ୍ଟା
ବାବୁଲ ସୁପ୍ରିୟୋ: ଟାଲିଗଞ୍ଜ 
ୟସ ଦାସ ଗୁପ୍ତା: ଚଣ୍ଡିତାଲ
ପାୟଲ ସରକାର: ବେହେଲା ପୂର୍ବ
ଡ.ଇନ୍ଦ୍ରାନିଲ ଖାନ: କସବା
ତନୁଶ୍ରୀ ଚକ୍ରବର୍ତ୍ତୀ: ହାୱଡା ଶ୍ୟାମପୁର 
ଲକେଟ ଚାଟାର୍ଜୀ: ପଞ୍ଚପୁରା 
ଅଞ୍ଜନା ବାସୁ: ଦକ୍ଷିଣ ସୋନାରପୁର 
ରନ୍ତିଦେବ ସେନ ଗୁପ୍ତା: ଦକ୍ଷିଣ ହାୱଡା 
ଅଶୋକ ଲାହିରୀ: ଅଲ୍ଲୀପୁର ଦୁଆର 
ରାଜୀବ ବାନାର୍ଜୀ: ଡୋମଜୁର 
 

ରାଜ୍ୟ: ଆସାମ

 

ଚନ୍ଦ୍ରମୋହନ ପଟୱାରୀ: ଧର୍ମପୁର