କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ମାର୍ଚ୍ଚ ୨୭ ତାରିଖ ଶନିବାର ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ହେଲେ ଏହି ରାଜ୍ୟରେ ମତଦାନ ଚାଲିଥିବା ସମୟରେ ଛୋଟ ମୋଟ ଧରଣର ହିଂସାକାଣ୍ଡ ଘଟିଥିବାର ଖବର ସାମ୍ନାକୁ ଆସିଛି।   


COMMERCIAL BREAK
SCROLL TO CONTINUE READING

ଏହିକ୍ରମରେ ରାଜ୍ୟର କାନ୍ଥି ଠାରେ ବିଜେପି ନେତା ତଥା ନନ୍ଦିଗ୍ରାମ ଆସନରୁ ଦଳୀୟ ବିଧାୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ କାର ଉପରେ ଆକ୍ରମଣ ହୋଇଛି। ଏହି ଘଟଣା ଘଟିବା ସମୟରେ ସେ ଗାଡିରେ ନଥିଲେ। ମାତ୍ର ତାଙ୍କ ଡ୍ରାଇଭରଙ୍କ ସହ ମାରପିଟ କରାଯାଇଥିବାର ଅଭିଯୋଗ ହୋଇଛି।  


Also Read: Assembly Elections 2021: ମତଦାନ ଜାରି; ଚାଲିଛି ପୁରୁଖା ନେତାଙ୍କ ଭାଗ୍ୟ ପରୀକ୍ଷା


ଏହି ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ଶୁଭେନ୍ଦୁ ଅଧିକାରୀଙ୍କ ଅନ୍ୟ ଜଣେ ଭାଇ ଦିବ୍ୟେନ୍ଦୁ ଅଧିକାରୀ କହିଛନ୍ତି ସୌମେନ୍ଦୁ ଅଧିକାରୀଙ୍କ ଗାଡି ଉପରେ କାନ୍ଥି ବ୍ଲକ ଅଧ୍ୟକ୍ଷ ରାମ ଗୋବିନ୍ଦ ଦାସଙ୍କ ସହାୟତାରେ ଆକ୍ରମଣ କରାଯାଇଛି। ଏ ଘଟଣାରେ ସେ ଆହତ ହୋଇନାହାଁନ୍ତି ହେଲେ ଡ୍ରାଇଭର ସହ ମାରପିଟ କରାଯାଇଛି। ମୁଁ  ଏ ମାମଲାରେ ପୋଲିସ ଅବଜର୍ଭରଙ୍କୁ ଅବଗତ କରାଇଛି।    


Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF


 


ଅନ୍ୟପଟେ ସୌମେନ୍ଦୁ ଅଧିକାରୀ କାନ୍ଥି ବ୍ଲକ ଅଧ୍ୟକ୍ଷ ଏବଂ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ସେମାନେ ମତଦାନ ଚାଲିଥବା ସମୟରେ ଭୋଟ ଗ୍ରହଣ କେନ୍ଦ୍ରରେ ଗଡବଡ କରୁଥିଲେ। ମୁଁ ସେଠାରେ ପହଞ୍ଚିବା ପରେ ଉଭୟେ ଏହି କାମ କରି ପାରିନଥିଲେ। ଏହାକୁ କେନ୍ଦ୍ର କରି ସେମାନେ ମୋ ଗାଡି ଉପରେ ଆକ୍ରମଣ କରିବା ସହ ଡ୍ରାଇଭରଙ୍କ ସହ ମାରପିଟ କରିଥିଲେ। ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଟିଏମସି ସମର୍ଥିତ ଗୁଣ୍ଡା ପ୍ରୟାସ କରୁଛନ୍ତି। ଏହା ବିରୁଦ୍ଧରେ ଆମେ ନିର୍ବାଚନ ଆୟୋଗ ଠାରେ ଅଭିଯୋଗ କରିବୁ।   


Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ


ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟଭାର୍ଗୀୟ ଶନିବାର ଦିନ ୨ଟା ସମୟରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା।  ଅନ୍ୟପଟେ କଥିତ ଇଭିଏମ ଘୋଟାଲା ବିରୁଦ୍ଧରେ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟିଏମସି ଲୋକସଭା ସାଂସଦ।