ବିଜେପିକୁ ଆଉ ଏକ ଝଟକା, TMCରେ ସାମିଲ ହେଲେ ବିଧାୟକ ତୁଷାର କାନ୍ତି ଭଟ୍ଟାଚାର୍ଯ୍ୟ
୨୦୧୯ ଲୋକସଭା ନିର୍ବାଚନରେ ବିଜେପି (BJP) ର ଭଲ ପ୍ରଦର୍ଶନ ପରେ ଭଟ୍ଟାଚାର୍ଯ୍ୟ (Tushar Kanti Bhattacharya) ଦଳର ଜାତୀୟ ସଚିବ କୈଳାଶ ବିଜୟଭର୍ଗିଆ (Kailash Vijayvargiya) ଙ୍କ ଉପସ୍ଥିତିରେ ଦଳର ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଥିଲେ ।
କୋଲକାତା: ପଶ୍ଚିମବଙ୍ଗରେ ବିଜେପି (BJP) କୁ ଆଉ ଏକ ଝଟକା ଲାଗିଛି । ଲୋକସଭା ନିର୍ବାଚନ ପରେ ବିଜେପିରେ ମିଶି ଥିବା ବରିଷ୍ଠ ନେତା ତଥା ବିଧାୟକ ତୁଷାର କାନ୍ତି ଭଟ୍ଟାଚାର୍ଯ୍ୟ (Tushar Kanti Bhattacharya) ଶୁକ୍ରବାର ତୃଣମୂଳ କଂଗ୍ରେସ (TMC) ରେ ସାମିଲ ହୋଇଛନ୍ତି । ଏହାପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି । ଭଟ୍ଟାଚାର୍ଯ୍ୟ ୨୦୧୬ରେ ବିଧାନସଭା ନିର୍ବାଚନରେ କଂଗ୍ରେସ (Congress) ଟିକେଟରେ ବିଷ୍ଣୁପୁର ଆସନରୁ ବିଜୟୀ ହୋଇଥିଲେ । ପରେ ସେ ବର୍ଷ ଜୁଲାଇରେ ଟିଏମସିରେ ଯୋଗ ଦେଇଥିଲେ । ତେବେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ନଥିଲେ ।
ଅଧିକ ପଢ଼ନ୍ତୁ:-ଆଖି ବୁଜିଲେ ସୁରେଶ ରାଇନାଙ୍କ ଭାଇ, ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ଅପିଲ କଲେ ଷ୍ଟାର ଖେଳାଳି
୨୦୧୯ ଲୋକସଭା ନିର୍ବାଚନରେ ବିଜେପି (BJP) ର ଭଲ ପ୍ରଦର୍ଶନ ପରେ ଭଟ୍ଟାଚାର୍ଯ୍ୟ ଦଳର ଜାତୀୟ ସଚିବ କୈଳାଶ ବିଜୟଭର୍ଗିଆ (Kailash Vijayvargiya) ଙ୍କ ଉପସ୍ଥିତିରେ ଦଳର ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଥିଲେ । ତେବେ ଗୋଟିଏ ବର୍ଷ ମଧ୍ୟରେ ସେ ପୁଣି ତୃଣମୂଳ କଂଗ୍ରେସରେ ଫେରି ଆସିଛନ୍ତି ।
ଅଧିକ ପଢ଼ନ୍ତୁ:-ଗୁଜୁରାଟରେ ବିଜେପିକୁ ଝଟକା, କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ
ବ୍ୟାଙ୍କୁରା ଜିଲ୍ଲାର ବିଷ୍ଣୁପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, "କିଛି ପ୍ରସଙ୍ଗରେ ମୁଁ ଦଳ ଉପରେ ଅସନ୍ତୁଷ୍ଟ ଥିଲି, ଯାହା ବର୍ତ୍ତମାନ ସମାଧାନ ହୋଇଛି । ମୁଁ ତୃଣମୂଳ କଂଗ୍ରେସ (TMC) କୁ ଫେରିଥିବାରୁ ଖୁସି ।"