ତ୍ରିପୁରା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ସହଯୋଗୀ ଦଳ ଦି'ଫାଳ!
Advertisement

ତ୍ରିପୁରା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ସହଯୋଗୀ ଦଳ ଦି'ଫାଳ!

Tripura Politics: ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ମାତ୍ର ୬ ମାସ ବାକି ଅଛି । ଏହାର ଠିକ୍ ପୂର୍ବରୁ ଶାସକ ବିଜେପିର ସହଯୋଗୀ ଦଳ ଇଣ୍ଡିଜିନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା (IPFT) ର ଏକ ବଡ଼ ଅଂଶ ଶନିବାର ରାଜ ବଂଶଧର ପ୍ରଦ୍ୟୋତ୍ କିଶୋର ଦେବବର୍ମା (Pradyot Kishore Debbarma) ଙ୍କ ଦଳ ଟିପ୍ରା ମୋଥାରେ ଯୋଗ ଦେଇଛି । ସେମାନେ ଆଇପିଏ

ତ୍ରିପୁରା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ସହଯୋଗୀ ଦଳ ଦି'ଫାଳ!

ନୂଆଦିଲ୍ଲୀ: Tripura Politics: ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ମାତ୍ର ୬ ମାସ ବାକି ଅଛି । ଏହାର ଠିକ୍ ପୂର୍ବରୁ ଶାସକ ବିଜେପିର ସହଯୋଗୀ ଦଳ ଇଣ୍ଡିଜିନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା (IPFT) ର ଏକ ବଡ଼ ଅଂଶ ଶନିବାର ରାଜ ବଂଶଧର ପ୍ରଦ୍ୟୋତ୍ କିଶୋର ଦେବବର୍ମା (Pradyot Kishore Debbarma) ଙ୍କ ଦଳ ଟିପ୍ରା ମୋଥାରେ ଯୋଗ ଦେଇଛି । ସେମାନେ ଆଇପିଏଫଟି ବିରୋଧରେ ନିଜର ଅଲଗା ରାଜ୍ୟ ଟିପରାଲାଣ୍ଡର ଦାବିରୁ ଓହରିଯିବା ଓ ବିଜେପିର ବି-ଟିମ୍ ଭାବେ କାର୍ଯ୍ୟ କରୁଥିବାର ଅଭିଯୋଗ କରିଛନ୍ତି ।

ଏଠାରେ କହି ରଖୁଛୁ ଯେ, ୨୦୧୯ରେ କଂଗ୍ରେସ ଛାଡିବା ପରେ ପ୍ରଦ୍ୟୋତ୍ ଗତ ବର୍ଷ ଫେବୃଆରୀରେ TIPRA ମୋଥା ଗଠନ କରିଥିଲେ । ଗତ ବର୍ଷ ଟିପ୍ରା ମୋଥା ଗଠନର ଦୁଇ ମାସ ପରେ ଦଳ ଜିଲା ପରିଷଦରେ କ୍ଷମତାକୁ ଆସିଥିଲା । ଆଇପିଏଫଟିର କିଛି ନେତାଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୧,୦୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଏହି ଦଳରେ ଯୋଗ ଦେଇ କହିଛନ୍ତି ଯେ, କେବଳ ଟିପ୍ରା ମୋଥା ଏକ ଅଲଗା ରାଜ୍ୟ ପାଇଁ ଆନ୍ତରିକତାର ସହ ଲଢ଼ୁଛନ୍ତି ।

ଟିପ୍ରା ମୋଥାରେ ଯୋଗଦେବା ପରେ ଆଇପିଏଫଟି ସାଧାରଣ ସମ୍ପାଦକ ଧନଞ୍ଜୟ ତ୍ରିପୁରା କହିଛନ୍ତି ଯେ, "ଆମେ ଆଇପିଏଫଟିକୁ ଆସିଥିଲୁ କାରଣ ଏହା ଟିପ୍ରାଲାଣ୍ଡର ପ୍ରତିଶୃତି ଦେଇଥିଲା । କିନ୍ତୁ ସେମାନେ ଲୋକଙ୍କୁ ଧୋକା ଦେଇଛନ୍ତି । ସେପ୍ଟେମ୍ବର ପରେ ଆଇପିଏଫଟିର ଆହୁରି ଅନେକ ନେତା ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି ।"

ଆଇପିଏଫଟି ବିଧାୟକ ବୃଷକେତୁ ଦେବବର୍ମା ଇସ୍ତଫା ଦେବା ସହ TIPRA ମୋଥାରେ ଯୋଗଦେବା ପରେ IPFT ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିଲା । ତାଙ୍କର ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନଥିଲା କି, ପରେ ଆଇପିଏଫଟି ମନ୍ତ୍ରୀ ମେୱାର କୁମାର ଜମାତିଆ TIPRA ମୋଥାଙ୍କୁ ସମର୍ଥନ ଜଣାଇ ଥିବାରୁ ତାଙ୍କୁ କ୍ୟାବିନେଟରୁ ହଟାଇ ଦିଆଯାଇଥିଲା । ତାଙ୍କ ପତ୍ନୀ ଓ ବିଶାଲ ସମର୍ଥକମାନେ ଗତ ମାସରେ ଦଳରେ ଯୋଗ ଦେଇଥିଲେ ।

ଏହା ବି ପଢ଼ନ୍ତୁ:-'ସିନ୍ଦେ ପାଇଲେ ମୁଖ୍ୟମନ୍ତ୍ରୀ ପଦ, ଫଡନାଭିସଙ୍କ ଜୀବନରେ ଆସିଲା ଭୂକମ୍ପ!'

ଏହା ବି ପଢ଼ନ୍ତୁ:-ତେବେ କ'ଣ ବିଗିଡ଼ି ଯିବ ଦ୍ରୌପଦୀ ମୁର୍ମୁଙ୍କ ଖେଳ? ନିର୍ବାଚନ ପ୍ରଚାର ସମୟରେ ଯଶୱନ୍ତ ସିହ୍ନା କଲେ ବଡ଼ ଦାବି

ଏହାପୂର୍ବରୁ ଏନସି ଦେବବର୍ମା ସୂଚନା ଦେଇଛନ୍ତି ଯେ ଆଇପିଏଫଟିର ଏକ ପ୍ରତିନିଧୀ ଆସନ୍ତା ଅଗଷ୍ଟ ୨୩ରେ ନୂଆଦିଲ୍ଲୀରେ ଟିପରଲ୍ୟାଣ୍ଡ ଷ୍ଟେଟ ଏଷ୍ଟାବ୍ଲିସମେଣ୍ଟ ଡିମାଣ୍ଡ ଡେ ପାଳନ କରିବେ । ଆଇପିଏଫଟି ୨୦୧୮ରେ ବିଜେପି ସହ ମେଣ୍ଟ କରି ରାଜ୍ୟରେ କ୍ଷମତାକୁ ଆସିଥିଲା । ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ଆଇପିଏଫଟିର ୮ଟି ଆସନ ଜିତିଥିଲା ।