Odisha Election 2024: ଆଗାମୀ ନିର୍ବାଚନ ନେଇ ବାଲିକୁଦାରେ ବିଜେପି ଯୁବ ମୋର୍ଚ୍ଚାର ବୈଠକ
Advertisement
Article Detail0/zeeodisha/odisha2218713

Odisha Election 2024: ଆଗାମୀ ନିର୍ବାଚନ ନେଇ ବାଲିକୁଦାରେ ବିଜେପି ଯୁବ ମୋର୍ଚ୍ଚାର ବୈଠକ

Odisha Election 2024: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବୈଠକ ବାଲିକୁଦା ସ୍ଥିତ ବିଜେପି କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରଚାର ମଧ୍ୟ ଆରମ୍ଭ କରାଯାଇଛି ।  ପଢନ୍ତୁ ପୂରା ଖବର...

Odisha Election 2024: ଆଗାମୀ ନିର୍ବାଚନ ନେଇ ବାଲିକୁଦାରେ ବିଜେପି ଯୁବ ମୋର୍ଚ୍ଚାର ବୈଠକ

Odisha Election 2024: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବୈଠକ ବାଲିକୁଦା ସ୍ଥିତ ବିଜେପି କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରଚାର ମଧ୍ୟ ଆରମ୍ଭ କରାଯାଇଛି । ବାଲିକୁଦା-ଏରସମା ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ଯୁବ ମୋର୍ଚା ସଭାପତି ସୁବୋଧ ବାରିକ, ରାଜ୍ୟ ଯୁବ ମୋର୍ଚା ପ୍ରଭାରୀ ସୁକାନ୍ତ ବିଶ୍ଵାଳଙ୍କ ସମେତ ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ମାନେ ଯୋଗ ଦେଇ ଆଗାମୀ ନିର୍ବଚନରେ ବୁଥ ସ୍ତରରେ କିପରି ଭୋଟର ମାନଙ୍କୁ ସଚେତନ କରାଯିବ । ଏବଂ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଲୋକମାନଙ୍କୁ ସଚେତନ କରାଯିବ  ସେନେଇ ଆଲୋଚନା କରାଯାଇଥିଲା । ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ମାନେ ଏହି ନିର୍ବାଚନର ସାରଥୀ ହୋଇ ବିଜେପିକୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ସମୃଦ୍ଧ କରିବେ । ସେ ବାବଦରେ ଗୁରୁମନ୍ତ୍ର ପ୍ରଦାନ କରାଯାଇଛି ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ।