ନୂଆଦିଲ୍ଲୀ: ଛତିଶଗଡର କଂଗ୍ରେସ (Congress) ସରକାରରେ ସବୁକିଛି ଠିକ୍ ଚାଲିନଥିବା ଜଣାପଡିଛି । ଦୀର୍ଘ ଦିନ ଧରି ଚର୍ଚ୍ଚା ହୋଇଆସୁଛି ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Bhupesh Baghel) ଙ୍କୁ ହଟାଯାଇପାରେ । ତାଙ୍କ ସ୍ଥାନରେ ବରିଷ୍ଠ ମନ୍ତ୍ରୀ ଟିଏସ୍ ସିଂ ଦେବଙ୍କୁ ସିଏମ୍ ପଦ ଦିଆଯାଇପାରେ । ଦେବଙ୍କ ବୟାନ ପରେ ଏଭଳି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେଉଁଥିରେ ସେ କହିଥିଲେ ଯେ, "ମୁଖ୍ୟମନ୍ତ୍ରୀଙ୍କ ଅବଧି କେତେ ସମୟ ରହିବ, ତାହା ସମୟ ହିଁ କହିବ ।" ବର୍ତ୍ତମାନ ଏହି କଳ୍ପନାଜଳ୍ପନା ଉପରେ ସିଏମ୍ ବାଘେଲ ଜବାବ ଦେଇଛନ୍ତି ଯେ, ଯଦି ହାଇକମାଣ୍ଡ କୁହନ୍ତି ତେବେ ସେ ବର୍ତ୍ତମାନ ଇସ୍ତଫା ଦେଇଦେବେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ ଶରଦ ପାୱାର!


ଡିସେମ୍ବର ୧୭ରେ ଛତିଶଗଡ ସରକାର ୨ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଏହି ଅବସରରେ ଅନୁମାନ କରାଯାଉଛି ଯେ ରାଜ୍ୟରେ ସିଏମ୍ ପଦ ପାଇଁ ଅଢ଼େଇ-ଅଢ଼େଇ ବର୍ଷର ସୂତ୍ର ଗ୍ରହଣ କରାଯାଇପାରେ । ତେବେ କଂଗ୍ରେସ ପକ୍ଷରୁ ସେପରି କୌଣସି ବୟାନ ସାମ୍ନାକୁ ଆସିନାହିଁ ।


କେଉଁଠାରୁ ଆରମ୍ଭ ହେଲା ମାମଲା?


କିଛି ଦିନ ପୂର୍ବରୁ ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂ ଦେଓ ଏକ ବୟାନ ଦେଇଥିଲେ । ଦେବ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ଅବଧି କେତେ ଦିନ ହେବ କିମ୍ବା ତାଙ୍କ କାର୍ଯ୍ୟକାଳ କେତେ ଦିନ ରହିବ, ଏହା ତ ସମୟ କହିବ । ମୁଖ୍ୟମନ୍ତ୍ରୀଙ୍କ ୧୫ ବର୍ଷ ମଧ୍ୟ ରହିଛି ଓ ଦୁଇ ଦିନ ବି ।"


ଅଧିକ ପଢ଼ନ୍ତୁ:-କିଏ କିଣୁଛି ସମସ୍ତ କୋରୋନା ଟିକା, ଜାଣନ୍ତୁ କ'ଣ ରହିଛି ଭାରତର ସ୍ଥିତି?


ଦେବଙ୍କ ଏହି ବୟାନ ପରେ ସିଏମ୍ ପଦର ଚେହେରା ବଦଳିପାରେ ବୋଲି ରାଜ୍ୟରେ ଆଲୋଚନା ଜୋର ଧରିଛି । ୨୦୧୮ରେ ଯେତେବେଳେ ଛତିଶଗଡରେ କଂଗ୍ରେସ ନିର୍ବାଚନରେ ​​ଜିତିଲା, ସେତେବେଳେ ଭୁପେଶ ବଘେଲଙ୍କ ସହ ଟିଏସ୍ ସିଂ ଦେବଙ୍କ ନାମ ମଧ୍ୟ ସିଏମ୍ ପଦବୀ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା । ତେବେ କଂଗ୍ରେସ ହାଇକମାଣ୍ଡ ବାଘେଲଙ୍କ ନାମକୁ ଅନୁମୋଦନ କରିଥିଲେ ।