କିଏ କିଣୁଛି ସମସ୍ତ କୋରୋନା ଟିକା, ଜାଣନ୍ତୁ କ'ଣ ରହିଛି ଭାରତର ସ୍ଥିତି?
Advertisement
Article Detail0/zeeodisha/odisha804415

କିଏ କିଣୁଛି ସମସ୍ତ କୋରୋନା ଟିକା, ଜାଣନ୍ତୁ କ'ଣ ରହିଛି ଭାରତର ସ୍ଥିତି?

ନଭେମ୍ବର ୩୦ ସୁଦ୍ଧା ଏହାର ତଥ୍ୟ ଦର୍ଶାଉଛି ଯେ ଭାରତ ପରେ ୟୁରୋପୀୟ ୟୁନିଅନ୍ (EU) ସର୍ବାଧିକ ଡୋଜ୍ ବୁକ୍ କରି ରଖିଛି । ଅନ୍ୟପକ୍ଷେ ଆମେରିକା ତୃତୀୟ ସ୍ଥାନରେ ରହିଛି । ୟୁଏଇକୁ ୧.୫୮ ବିଲିୟନ ଡୋଜ ମିଳିବ ଏବଂ ଆମେରିକା ୧୦୦ କୋଟିରୁ ଅଧିକ ପାଇବ ।

କିଏ କିଣୁଛି ସମସ୍ତ କୋରୋନା ଟିକା, ଜାଣନ୍ତୁ କ'ଣ ରହିଛି ଭାରତର ସ୍ଥିତି?

ନୂଆଦିଲ୍ଲୀ: ବିଶ୍ୱରେ ୧.୬ ବିଲିୟନ ଡ଼ୋଜ ସହିତ ଭାରତ ସର୍ବାଧିକ ପରିମାଣର କୋଭିଡ ଟିକା କ୍ରୟ କରିଛି । କିନ୍ତୁ ଏହା ଭାରତର ଜନସଂଖ୍ୟାର ମାତ୍ର ୫୯ ପ୍ରତିଶତ ଲୋକଙ୍କୁ ବହନ କରିପାରିବ । ଆମେରିକାର ଡ୍ୟୁକ ବିଶ୍ୱବିଦ୍ୟାଳୟର ଗୋଟିଏ ଅଧ୍ୟୟନ ଅନୁଯାୟୀ, ଧନୀ ଦେଶ ତଥା ବିକାଶଶୀଳ ଦେଶଗୁଡିକର ଟିକା କ୍ରୟରେ ଏକ ବଡ଼ ପାର୍ଥକ୍ୟ ଦେଖାଦେଇଛି । ଉଚ୍ଚ ଆୟକାରୀ ଦେଶଗୁଡିକ ସେମାନଙ୍କ ଜନସଂଖ୍ୟା ତୁଳନାରେ ବହୁ ଅଧିକ ଡୋଜ କ୍ରୟ କରିଛନ୍ତି । ମଧ୍ୟ ଓ ନିମ୍ନ-ମଧ୍ୟମ ଆୟ ଥିବା ଦେଶ ବର୍ତ୍ତମାନ ଯାଏ ସମସ୍ତଙ୍କୁ ଟୀକାକରଣ କରିବା ସ୍ଥିତିରେ ନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନାକୁ ନେଇ ଆସିଲା ଗୁଡ଼ ନ୍ୟୁଜ

ନଭେମ୍ବର ୩୦ ସୁଦ୍ଧା ଏହାର ତଥ୍ୟ ଦର୍ଶାଉଛି ଯେ ଭାରତ ପରେ ୟୁରୋପୀୟ ୟୁନିଅନ୍ (EU) ସର୍ବାଧିକ ଡୋଜ୍ ବୁକ୍ କରି ରଖିଛି । ଅନ୍ୟପକ୍ଷେ ଆମେରିକା ତୃତୀୟ ସ୍ଥାନରେ ରହିଛି । ୟୁଏଇକୁ ୧.୫୮ ବିଲିୟନ ଡୋଜ ମିଳିବ ଏବଂ ଆମେରିକା ୧୦୦ କୋଟିରୁ ଅଧିକ ପାଇବ । ଏକମାତ୍ର ସର୍ତ୍ତ ହେଉଛି ପରୀକ୍ଷଣରେ ଟିକା ସଫଳ ହେବା ଉଚିତ ଏବଂ ସେଗୁଡିକ ବ୍ୟବହାର ପାଇଁ ମଞ୍ଜୁରୀ ମିଳୁ ।

ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଟିକା (Oxford AstraZeneca vaccine) ପ୍ରାୟ ସମସ୍ତଙ୍କ ଦ୍ୱାରା ବୁକ୍ ହୋଇଛି । ସର୍ବାଧିକ ୧.୫ ବିଲିୟନ ଡୋଜ ଏହି ଟିକା ବୁକ୍ କରାଯାଇଛି । ଭାରତ ବ୍ୟତୀତ ଆମେରିକା ମଧ୍ୟ ଏହାର ୫୦୦୦ ମିଲିୟନ ଡୋଜ ମଧ୍ୟ ଅର୍ଡର କରିଛି । ଏଥିସହ ନୋଭାଭକ୍ସ କୋଭିଡ ଭ୍ୟାକ୍ସିନ (Novavax Covid Vaccine) ର ୧.୨ ବିଲିୟନ ଡୋଜ ମଧ୍ୟ ବୁକ୍ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଏନଡିଏରେ କୁଶୱାହାଙ୍କ ଏଣ୍ଟ୍ରି, ଚିରାଗଙ୍କୁ ବାହାରର ରାସ୍ତା! ଜାଣନ୍ତୁ ବିହାରର ନୂଆ ରାଜନୈତିକ ସମୀକରଣ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ନଭେମ୍ବରରେ କହିଥିଲେ ଯେ ଜୁଲାଇ-ଅଗଷ୍ଟ ୨୦୨୧ ସୁଦ୍ଧା ଭାରତ ଟିକା ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ କରୁଛି । ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ତଥ୍ୟ ଦର୍ଶାଉଛି ଯେ ଭାରତ ଏପର୍ଯ୍ୟନ୍ତ ତିନୋଟି ଗ୍ଲୋବଲ ଭ୍ୟାକ୍ସିନ ପ୍ରାର୍ଥୀର ଡିଲ କରିସାରିଛି । ୬-୬ଟି ଟିକା ଉତ୍ପାଦନକାରୀଙ୍କ ସହ ଆମେରିକା ଏବଂ ୟୁଏଇ କାରବାର କରି ରଖିଛି । ଅଧିକାଂଶ କମ୍ପାନୀ କାନାଡା ଏବଂ ୟୁନାଟେଡ୍ କିଙ୍ଗଡମ (UK) ଦ୍ୱାରା କାରବାର କରିଛନ୍ତି, ଯେଉଁମାନେ ସାତଜଣ ଡେଭଲପର୍ସଙ୍କ ଠାରୁ ୩୫୦ ମିଲିୟନରୁ ଅଧିକ ଡୋଜ ବୁକ୍ କରିଛନ୍ତି । ବିଶ୍ୱବିଦ୍ୟାଳୟର ବିଶ୍ଳେଷଣରେ ଚୀନ୍ ଏବଂ ଋଷ ଅନ୍ତର୍ଭୁକ୍ତ ନୁହଁନ୍ତି । ଏହି ଦୁଇ ଦେଶର ନାଗରିକଙ୍କ ପାଇଁ ଅଲଗା ଟିକା ଅଭିଯାନ ରହିଛି ।

ଆଷ୍ଟ୍ରା ଜେନେକା ଠାରୁ ଭାରତକୁ ଅକ୍ସଫୋର୍ଡ ୟୁନିଭର୍ସିଟିର ୫୦୦ ମିଲିୟନ ଡୋଜ ମିଳିବ । ଏହି ଟିକା ଦେଶରେ 'କୋଭିଶିଲ୍ଡ' (Covishield) ନାମରେ ଉପଲବ୍ଧ ହେବ । ଆଷ୍ଟ୍ରା ଜେନେଙ୍କା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସହିତ ୧ ବିଲିୟନ ଡୋଜ୍ ଚୁକ୍ତି ସ୍ୱାକ୍ଷର କରିଛି । SII ହେଉଛି ବିଶ୍ୱର ସର୍ବ ବୃହତ ଟିକା ଉତ୍ପାଦକ ।

ଅଧିକ ପଢ଼ନ୍ତୁ:-ଚାଷୀ ଆନ୍ଦୋଳନର ଏହି ୫ ବଡ଼ ଚେହେରା, ଯେଉଁମାନେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

ଭାରତ ଋଷର କୋଭିଡ ଟିକା ସ୍ପୁଟନିକ ଭି (Sputnik V) ଭ୍ୟାକ୍ସିନର ୧୦୦ ମିଲିୟନ ଡୋଜ ବୁକ୍ କରିଛି । ଭାରତରେ ଏହାର ପରୀକ୍ଷଣ ପାଇଁ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସହିତ ଚୁକ୍ତି ହୋଇଛି । ଏହି ଟିକା ଗମାଲାୟା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ, ଯାହା ଅଗଷ୍ଟରେ ଋଷରେ ଅନୁମୋଦିତ ହୋଇଥିଲା । ଏହାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଭାରତରେ ଚାଲିଛି ।