ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ଚାବୁକ ମାଡ, ଦେଖନ୍ତୁ ଭିଡିଓ
Advertisement

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ଚାବୁକ ମାଡ, ଦେଖନ୍ତୁ ଭିଡିଓ

ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପଶ ବଘେଲଙ୍କ ଉପରେ ପଡିଛି ଚାବୁକ ପ୍ରହାର। ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ସେ ଏହି କଷ୍ଟକୁ ସହିଯାଇଛନ୍ତି।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ

ରାୟପୁର: ଦୀପାବଳି ପରେ ଗୋବର୍ଦ୍ଧନ ପୂଜା ଅବସରରେ ନିଜ ଗୃହଜିଲ୍ଲା ଦୁର୍ଗ ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। ସେ ଜଜଙ୍ଗିରିରେ ଆୟୋଜିତ ଗୋବର୍ଦ୍ଧନ ପୂଜାରେ ସାମିଲ ହୋଇଛନ୍ତି। ସେଠାରେ ତାଙ୍କୁ ପରମ୍ପରା ମୁତାବାକ ଚାବୁକ ପ୍ରହାର ଖାଇଛନ୍ତି। ତେବେ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଗୋବର୍ଦ୍ଧନ ପୂଜା ପାଇଁ ଏଠାକୁ ଆସନ୍ତି ଏବଂ ଏହି ପରମ୍ପରା ରକ୍ଷା କରନ୍ତି।

ସମସ୍ତଙ୍କ ଶୁଭ ମନାସୀ ମୁଖ୍ୟମନ୍ତ୍ରୀ ମାନେ ଗୋବର୍ଦ୍ଧନ ପୂଜା ଅବସରରେ ସର୍ବସାଧାରଣରେ ଚାବୁକମାଡ ଖାଆନ୍ତି। ପୂର୍ବରୁ ଗ୍ରାମର ବରିଷ୍ଠ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଭରୋସା ଠାକୁର ଚାବୁକ ପ୍ରହାର କରୁଥିଲେ। ତେବେ ଚଳିତବର୍ଷ ତାଙ୍କର ଦେହାନ୍ତ ହୋଇଛି। ତେଣୁ ତାଙ୍କ ପୁଅ ବିରେନ୍ଦ୍ର ଠାକୁର  ପରମ୍ପରା ଅନୁଯାୟୀ ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ଚାବୁକରେ ୬ଥର ପ୍ରହାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି ଯେ, "ମୁଁ ଦୁଃଖିତ ଯେ ଭରୋସା ଠାକୁର ଏଥର ଆମ ଗହଣରେ ନାହାଁନ୍ତି। କିନ୍ତୁ ଏହା ହୃଦୟସ୍ପର୍ଶୀ ଯେ ତାଙ୍କ ପୁଅ ବିରେନ୍ଦ୍ର, ତାଙ୍କ ପରିବାର ଏବଂ ଜାଜାଙ୍ଗିରି ବାସିନ୍ଦା ଏହି ପରମ୍ପରାକୁ ଜୀବନ୍ତ ରଖିଛନ୍ତି। ଏଥର କରୋନା ସଙ୍କଟ ମଧ୍ୟରେ ଦୀପାବଳି ପାଳିତ ହୋଇଛି। ତେଣୁ ଆମ ସମସ୍ତଙ୍କୁ ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ହେବ।" ଏହା ସହିତ ଭୁପେଶ ବଘେଲ କୁମାରୀ ଠାରେ ଗୌରା ଗୌରୀଙ୍କୁ ପୂଜା କରି ଲୋକଙ୍କ ସୁଖ ଓ ସମୃଦ୍ଧତା କାମନା କରିଛନ୍ତି।