Bihar Politics: ଶୁଣିଲି କେହିଜଣେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି ପ୍ରଧାନମନ୍ତ୍ରୀ ହେବା ପାଇଁ!
Advertisement
Article Detail0/zeeodisha/odisha1337224

Bihar Politics: ଶୁଣିଲି କେହିଜଣେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି ପ୍ରଧାନମନ୍ତ୍ରୀ ହେବା ପାଇଁ!

Chirag On Nitish Delhi Visit: ଲୋକ ଜନଶକ୍ତି ପାର୍ଟି (ରାମବିଳାଶ)ର ନେତା ଚିରାଗ ପାଶୱାନ (Chirag Paswan) ସିଏମ ନୀତିଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ଟାର୍ଗେଟ କରିଛନ୍ତି।

ପ୍ରତୀକାତ୍ମକ

Chirag On Nitish Delhi Visit: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar)ଙ୍କ ରାଜନୀତିକୁ ନେଇ ଦେଶରେ ଖୁବ ଚର୍ଚ୍ଚା ହେଉଛି। ତାଙ୍କ ଦ୍ବାରା ନଆଯାଉଥିବା ପଦକ୍ଷେପ ଗୁଡିକୁ ୨୦୨୪ ଲୋକସଭା ନିର୍ବାଚନ ଦୃଷ୍ଟିରୁ ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମିଶନ-୨୦୨୪ (Mission-2024) ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସେପଟେ ଲୋକ ଜନଶକ୍ତି ପାର୍ଟି (ରାମବିଳାଶ)ର ନେତା ଚିରାଗ ପାଶୱାନ (Chirag Paswan) ସିଏମ ନୀତିଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ଟାର୍ଗେଟ କରିଛନ୍ତି। ଚିରାଗ ପାଶୱାନ କୌଣସି ନାମ ନନେଇ ଟୁଇଟରେ ଲେଖିଛନ୍ତି, "ଶୁଣିଲି ଯେ ଜଣେ ମୁଖ୍ୟ ଯାହାଙ୍କୁ ଚାକିରି ମାଗିବାରୁ ଲାଠି ଚାର୍ଜ କରନ୍ତି ସେହି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ପଦ ପାଇଁ ତିନି ଦିବସୀୟ ଦିଲ୍ଲୀ ଗସ୍ତରେ ଅଛନ୍ତି। ବିହାରରେ ବିକାଶ ପରିବର୍ତ୍ତେ ବିରୋଧିଙ୍କୁ ଏକଜୁଟ କରିବାରେ ଲାଗିପଡିଛନ୍ତି।''

ଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ସିଏମ ନୀତିଶ କୁମାର ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ (Lalu Prasad Yadav)ଙ୍କୁ ଭେଟିଥିଲେ। ଏହି ବୈଠକ ପରେ ସିଏମ ନୀତିଶ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେମାନେ ନିଜନିଜ ମଧ୍ୟରେ ଆଲୋଚନା କରୁଥିଲୁ, ଆଲୋଚନା ହୋଇ ସାରିଛି ଏବେ ଆମେ ଦିଲ୍ଲୀ ଯିବୁ। ଜେଡିୟୁ ନେତାଙ୍କ କହିବା ମୁତାବକ, ନୀତିଶ କୁମାର ଦିଲ୍ଲୀରେ ବିରୋଧୀଦଳ ନେତାଙ୍କୁ ଭେଟି ସେମାନଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରିବେ। ଦିଲ୍ଲୀ ଗସ୍ତ ପୂର୍ବରୁ ନୀତିଶ କୁମାର କହିଛନ୍ତି ଯେ, ସମସ୍ତ ବିରୋଧୀ ଦଳ ଏକଜୁଟ ହେବେ, ଲୋକସଭା ନିର୍ବାଚନ ୨୦୨୪ରେ ବହୁତ ଭଲ ଫଳାଫଳ ଆସିବ।

ସେପଟେ ସିଏମ ନୀତିଶଙ୍କ ଦିଲ୍ଲୀ ଗସ୍ତ ସମ୍ପର୍କରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ କରୁଥିବା ବେଳେ ସେ ଅନେକ ନେତାଙ୍କୁ ଭେଟିବେ, ଯେଉଁମାନେ ଆମର ମହାଗଠବନ୍ଧନର ଅଂଶୀଦାର। ଦେଶର ବିରୋଧୀଙ୍କୁ ଏକଜୁଟ ହେବାକୁ ପଡିବ ବୋଲି ନୀତିଶ କୁମାର ସ୍ପଷ୍ଟ ଭାବେ କହିଛନ୍ତି।

ସେପଟେ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା ସ୍ପଷ୍ଟ କରିଛନ୍ତି ଯେ, ସିଏମ ନୀତିଶ କୁମାର ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ନାହାଁନ୍ତି। ଉପେନ୍ଦ୍ର କୁଶୱା କହିଛନ୍ତି ଯେ, ସମସ୍ତଙ୍କୁ ସ୍ପଷ୍ଟ କରିଦେଉଛୁ ଯେ, କେନ୍ଦ୍ରରେ ବର୍ତ୍ତମାନ ଚାଲିଥିବା ସରକାରକୁ ହଟାଇବା ଆମର ପ୍ରାଥମିକତା ହେବା ଉଚିତ।

ଅନ୍ୟପଟେ ଗତକାଲି ନୀତିଶ କୁମାର ଅତିତରେ ବିଜେପି ସହିତ ଥିବା ମେଣ୍ଟ ସମ୍ପର୍କକୁ ନେଇ ବିଜେପିକୁ କଟାକ୍ଷ କରିଥିଲେ। ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ଓ ଜେଡିୟୁର ନେତାମାନେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହାରି ମଧ୍ୟରେ ଜେଡିୟୁ ନ୍ୟାସନାଲ କାଉନସିଲର ବୈଠକରେ ସିଏମ ନୀତିଶ କୁମାର ବିଜେପି (୨୦୧୭) ସହିତ ସରକାର ଗଠନ କରିବାକୁ ଭୁଲ ନିଷ୍ପତ୍ତି ବୋଲି କହିବା ସହ ଏହା ଆମର ମୂର୍ଖାମୀ ବୋଲି ସ୍ବୀକାର କରିଥିଲେ।

ସିଏମ ନୀତିଶ କୁମାର କହିଥିଲେ, ''୨୦୧୯ ଲୋକସଭା ନିର୍ବାଚନ ପରେ କେନ୍ଦ୍ର ସରକାରରେ ମନ୍ତ୍ରୀ ହେବା ପାଇଁ ଦୁଇଟି ନାମ ଦେବାକୁ ଫୋନ୍ ଆସିଥିଲା। କିନ୍ତୁ, ଯେତେବେଳେ ଆମେ ଦିଲ୍ଲୀରେ ପହଞ୍ଚିଲୁ ସେତେବେଳେ କେବଳ ଗୋଟିଏ ନାମ ଆବଶ୍ୟକ ବୋଲି କୁହାଯାଇଥିଲା। ଆମେ ରାଜି ହୋଇନଥିଲୁ କାରଣ ଆମେ ଚାହୁଁଥିଲୁ ଯେ ଜେଡିୟୁ କୋଟାରୁ କେନ୍ଦ୍ରରେ ଚାରି ଜଣ ମନ୍ତ୍ରୀ ହୁଅନ୍ତୁ।'' ତଥାପି କିଛି କଥାରେ ବିଜେପି ସହମତି ଦେଖାଇବା ପରେ ମେଣ୍ଟ ସରକାର ଗଠନ କରିଥିଲା ଏନଡିଏ। ହେଲେ ତାହା ମଧ୍ୟ ବେଶି ଦିନ ତିଷ୍ଟିନଥିଲା।

ଏହା ବି ପଢନ୍ତୁ: Bihar Politics: ବିଜେପି ସହିତ ଦ୍ବିତୀୟ ଥର ଯିବା ମୁର୍ଖାମୀ ଥିଲା: ନୀତିଶ