ଥମୁନି ବିବାଦ; କ୍ଷମା ପ୍ରର୍ଥନାକୁ ନେଇ ମୁହାଁମୁହିଁ Sidhu-Amarinder
ସିଦ୍ଧୁଙ୍କୁ ପକ୍ଷରୁ କରାଯାଉଥିବା ଟାର୍ଗେଟକୁ ନେଇ ଖପ୍ପା ହୋଇଉଠିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ।
ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। ହେଲେ ଏହାକୁ ସହଜେ ଗ୍ରହଣ କରି ପାରିନାହାଁନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଉଭୟଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଆଉ ଏବେ କ୍ଷମା ପ୍ରାର୍ଥନା କରିବା ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଛି ପଞ୍ଜାବ ରାଜନୀତି।
ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ (Punjab Congress President) ନିଯୁକ୍ତ ହେବା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ (CM Amarinder Singh) ଟାର୍ଗେଟ କରି ଆସୁଥିଲେ ନବଜୋତ ସିଂହ ସିଦ୍ଧୁ (Navjot Singh Sidhu)। ଏବେ ଦଳର ସଭାପତି ପଦ ନିଯୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସିଦ୍ଧୁଙ୍କୁ ମନୋଭାବରେ କୌଣସି ପରବର୍ତ୍ତନ ଆସିନାହିଁ। ପୂର୍ବ ଭଳି ସିଦ୍ଧୁ ଗୋଷ୍ଠୀର ନେତା ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି।
Also Read: ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?
ସିଦ୍ଧୁଙ୍କୁ ପକ୍ଷରୁ କରାଯାଉଥିବା ଟାର୍ଗେଟକୁ ନେଇ ଖପ୍ପା ହୋଇଉଠିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। କାରଣ ଏହା ଦ୍ୱାରା ଉଭୟ ଦଳ ଓ ସରକାରର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଥିଲା। ଏହି କାରଣରୁ ସିଦ୍ଧୁ ତାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଯାଇ ସେ ତାଙ୍କୁ ଭେଟିବେ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ ରାଜ୍ୟ ରାଜନୀତିରେ କ୍ୟାପ୍ଟେନ ସାହେବ ଭାବେ ଜଣାଶୁଣା ଅମରିନ୍ଦର ସିଂହ।
Also Read: Punjab Congress: Party High Command ଙ୍କ ନିର୍ଦ୍ଦେଶ ମାନିବେ କି CM Amarinder?
ହେଲେ ଏବେ ଏ ପ୍ରସଙ୍ଗରେ ସିଦ୍ଧୁଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ପାଲଟା ଆକ୍ରମଣ କରି କହିଛି ସେ କ୍ଷମା ପ୍ରାର୍ଥନା କରିବା ଉଚିତ। କାରଣ ନିର୍ବାଚନ ବେଳେ ଜନତାଙ୍କୁ ଦେଇଥିବା ପ୍ରତିଶୃତି ନିଜେ ମୁଖ୍ୟମନ୍ତ୍ରୀ ରଖିନାହାଁନ୍ତି।
Also Read: PPCC ଅଧ୍ୟକ୍ଷ ହେଲେ Sidhu; ଗ୍ରହଣ କରିବେ ତ CM Amarinder?
ଏନେଇ ପ୍ରତିକ୍ରିୟା ରଖି ସିଦ୍ଧୁଙ୍କ ସହଯୋଗୀ ତଥା ଜଳନ୍ଧର କ୍ୟାଣ୍ଟ ବିଧାୟକ ପରଗଟ ସିଂହ କହିଛନ୍ତି ଅମରିନ୍ଦର ସିଂହ କ୍ଷମା ମାଗିବା କଥା କହୁଛନ୍ତି। ଯଦି କାହାକୁ କ୍ଷମା ମାଗିବାର ଥାଏ ତାହାଲେ ସେ ନିଜେ ହେଉଛନ୍ତି ମୁ୍ଖ୍ୟମନ୍ତ୍ରୀ। କାରଣ ଜନତାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବାରେ ସେ ବିଫଳ ହୋଇଛନ୍ତି।
Also Read: ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder
ରାଜ୍ୟ କଂଗ୍ରେସ କମିଟିର ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ଆସନ୍ତକାଲି ଦଳର ସମସ୍ତ ବିଧାୟକ ସାଂସଦଙ୍କ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ବୁଧବାର ଚଣ୍ଡିଗଡ଼ ଠାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଯୋଗ ଦେବା ଲାଗି ସିଦ୍ଧୁଙ୍କୁ ନିମନ୍ତ୍ରଣ ମିଳିନାହିଁ। ଆସନ୍ତା ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସଦ୍ୟ ଦଳରେ ହୋଇଥିବା ସାଙ୍ଗଠନିକ ପରିବର୍ତ୍ତନକୁ ନେଇ ନାରାଜ ହୋଇ ଉଠିଛନ୍ତି ଦଳର ନେତା କର୍ମୀ।