• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

Punjab Congress: Party High Command ଙ୍କ ନିର୍ଦ୍ଦେଶ ମାନିବେ କି CM Amarinder?

ଗତ ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନ ପର ଠାରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରି ଆସୁଥିଲେ ସିଦ୍ଧୁ।

Punjab Congress: Party High Command ଙ୍କ ନିର୍ଦ୍ଦେଶ ମାନିବେ କି CM Amarinder?

ନୂଆଦିଲ୍ଲୀ: ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ପଦକୁ ନେଇ ପଞ୍ଜାବ କଂଗ୍ରେସ କମିଟିର ଚାଲିଥିବା ଦଳୀୟ କନ୍ଦଳ ଏପର୍ଯ୍ୟନ୍ତ ଥମିନାହିଁ। ରାଜ୍ୟ କଂଗ୍ରେସର ମଙ୍ଗୁଆଳ କିଏ ହେବ ତାହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଛକାପଞ୍ଝା ଜାର ରହିଛି।       

ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Elelction 2022) ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାକୁ ନଜରରେ ରଖି ଦଳୀୟ ସଙ୍ଗଠନକୁ ସଜାଡିବ ଲାଗି ପ୍ରୟାସ ଆରମ୍ଭ କରିଛନ୍ତି କଂଗ୍ରେସ ନେତୃବୃନ୍ଦ। ଏହି କ୍ରମରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (Punjab Pradesh Congress Committee) ଅଧ୍ୟକ୍ଷ (PPCC President) ଭାବେ ନବଜୋତ ସିଂହ ସିଦ୍ଧୁଙ୍କୁ (Navjot Singh Sidhu) ନିଯୁକ୍ତ କରାଯାଇପାରେ। ହେଲେ ଦଳୀୟ ନେତୃବୃନ୍ଦ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛନ୍ତି ଦଳର ବରିଷ୍ଠ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) କ୍ୟାପ୍ଟେନ ଅମରିନ୍ଦର ସିଂହ (CM Captain Amarinder Singh)।

Also Read: ଥମୁନି ବିବାଦ; Punjab Congress ଅଧ୍ୟକ୍ଷ ଆସନକୁ ନେଇ ଛକାପଞ୍ଝା ଜାରି

ଗତ ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନ ପର ଠାରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରି ଆସୁଥିଲେ ସିଦ୍ଧୁ। ଯାହାକୁ ନେଇ ଖପ୍ପା ହୋଇଉଠିଥିଲେ ମୁଖ୍ୟମନ୍ତ୍ରୀ। ଶାସକ ଦଳର ନେତା ହୋଇ ନିଜ ଦଳର ସରକାର ବିରୁଦ୍ଧରେ ଏପରି ବିଷୋଦଗାର କରିବା ପଞ୍ଜାବ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଏହାକୁ ନେଇ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସମମୟରେ ଅନେକ ସ୍ପଷ୍ଟୀକରଣ ଦେବାକୁ ପଡୁଥିଲା।  

ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କରାଯିବାକୁ ସହଜେ ଗ୍ରହଣ କରିପାରୁନାହାଁନ୍ତି କ୍ୟାପ୍ଟେନ ସାହେବ ଅର୍ଥାତ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଏ ମାମଲାରେ ସେ ଦଳୀୟ ନେତୃବୃନ୍ଦଙ୍କ ଆଗରେ ସର୍ତ୍ତ ରଖିଛନ୍ତି ସେ। ଏନେଇ କ୍ୟାପ୍ଟେନ କହିଛନ୍ତି ଯେଉଁ ପ୍ରସଙ୍ଗରେ ସିଦ୍ଧୁ ମୋତେ ଟାର୍ଗେଟ କରୁଥିଲେ ସେ ନେଇ ସେ କ୍ଷମା ମାଗନ୍ତୁ। କ୍ଷମା ମାଗିବା ପରେ ମୁଁ ସିଦ୍ଧୁକୁ ଭେଟିବି।  

Also Read: ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder

ଗତ ଶୁକ୍ରବାର ନୂଆଦିଲ୍ଲୀ ଠାରେ ପଞ୍ଜାବ କଂଗ୍ରେସ ପ୍ରଭାରୀ (Punjab Congress Incharge) ହରିଶ ରାୱତଙ୍କ (Harish Rawat) ଉପସ୍ଥିତିରେ ସୋନିଆ ଗାନ୍ଧୀଙ୍କୁ (Sonia Gandhi) ଭେଟିଥିଲେ ସିଦ୍ଧୁ। ଶନିବାର ହରିୟାଣାର ପଞ୍ଜକୁଲା ଠାରେ ରାଜ୍ୟ କଂଗ୍ରେସ ମୁଖ୍ୟ (Punjab Congress President) ସୁନୀଲ ଜାଖଡଙ୍କୁ (Sunil Jakhar) ସାକ୍ଷାତ କରିଛନ୍ତି। ଏବେ ଅସନ୍ତୁଷ୍ଟ ଦଳୀୟ ନେତାଙ୍କୁ ମନାଇବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ।  

ପଞ୍ଜାବ କଂଗ୍ରେସ କମିଟି ଅଧ୍ୟକ୍ଷ ପଦକୁ ନେଇ ମୁଖ୍ୟମନ୍ତ୍ରୀ ଓ ସିନ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ କେବଳ ପଞ୍ଜାବ ରାଜନୀତି ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହା ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନିକଟରେ ପହଞ୍ଚି ସାରିଲାଣି। ଏ ପ୍ରସଙ୍ଗରେ ଦଳୀୟ ହାଇକମାଣ୍ଡଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ଚେତାବନୀ ତଥା ପରାମର୍ଶ ଦେବା ଭଳି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଥିଲେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ କିଏ ହେବ ସେ ପ୍ରସଙ୍ଗରେ ଦଳର କେନ୍ଦ୍ରୀୟ ହାଇକମାଣ୍ଡ ଯେଉଁ ହସ୍ତକ୍ଷେପ କରୁଛନ୍ତି ତାହାର ପରିଣାମ ଉଭୟ ସରକାର ତଥା ଦଳକୁ ଭୋଗିବାକୁ ପଡି଼ବ। କାରଣ ରାଜ୍ୟ ରାଜନୀତିରେ କେନ୍ଦ୍ରୀୟ ହସ୍ତକ୍ଷେପ ମହଙ୍ଗା ପଡ଼ିପାରେ। 

Also Read: Navjot Singh Sidhu ହେବେ Punjab Congress ମୁଖ୍ୟ!

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଏ ତାହେଲେ ରାଜ୍ୟରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥବା ନେତା ଅସନ୍ତୁଷ୍ଟ ହେବେ। ଯାହାର ପରିଣାମ ଦଳକୁ ଆଗାମୀ ବିଧାନସଭା ନିର୍ବାଚନରେ ଭୋଗିବାକୁ ପଡିପାରେ। କାରଣ ଜାଟ ଶିଖ ବର୍ଗରୁ (Jat Sikh Community) ନିଜେ ପ୍ରତିନିଧିତ୍ୱ କରୁଛନ୍ତି ସିଦ୍ଧୁ।  

ଯଦି କେନ୍ଦ୍ରୀୟ ହାଇକମାଣ୍ଡ ବଳପୂର୍ବକ ପଞ୍ଜାବ ସରକାର ଏବଂ ରାଜ୍ୟ କଂଗ୍ରେସ କମିଟି ମାମଲାରେ ହସ୍ତକ୍ଷେପ କରନ୍ତି ତାହେଲେ ଏହା ଦଳ ଲାଗି ଆଗାମୀ ନିର୍ବାଚନରେ ମହଙ୍ଗା ପଡ଼ିପାରେ। କାରଣ ରାଜ୍ୟରେ ଦଳର ସ୍ଥିତି ବର୍ତ୍ତମାନ କେଉଁ ଅବସ୍ଥାରେ ତାହାକୁ ବୁଝିବା ପାଇଁ ଦଳୀୟ ନେତୃବୃନ୍ଦ ଚେଷ୍ଟା କରନ୍ତୁ। ଏବେକାର ସମୟ ଦଳ ସପକ୍ଷରେ ଅନୁକୂଳ ନାହିଁ। ଯଦି ସିଦ୍ଧୁ ପଞ୍ଜାବ କଂଗ୍ରେସ କମିଟି ଅଧ୍ୟକ୍ଷ ହୁଅନ୍ତି ତାହେଲେ ଆଗାମୀ ନିର୍ବାଚନରେ ଦଳର ବିଜୟ ସମ୍ଭବନା ଉପରେ ପ୍ରତିକୂଳ ପ୍ରଭାବ ପଡି଼ବ। ଆଗାମୀ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ କିଏ ହେବେ ସେ ମାମଲାରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଯେଉଁ ନିଷ୍ପତ୍ତି ନେବେ ତାହା ସମସ୍ତଙ୍କୁ ମାନିବାକୁ ପଡିବ ବୋଲି କହିଛନ୍ତି ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର।  

କେବଳ ଯେ ସିଦ୍ଧୁଙ୍କୁ ନେଇ ପଞ୍ଜାବ କଂଗ୍ରେସ କମିଟିରେ ଦଳୀୟ ଅସନ୍ତୋଷ ତେଜିଛି ତାହା ନୁହେଁ ଏପରିକି ନିଜେ ମୁଖ୍ୟମନ୍ତ୍ରୀ ଏହି ଏହି ବିବାଦରୁ ବାଦ ପଡିନାହାଁନ୍ତି। ଚଳିତ ବର୍ଷ ମେ ମାସ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ  ହୋଇଉଠିଥିବା ପ୍ରାୟ ୨୫ ଜଣ ବିଧାୟକ ଦିଲ୍ଲୀ ଠାରେ କଂଗ୍ରେସ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିଥିଲେ। ଦଳରେ ସୃଷ୍ଟି ହୋଇଥିବା ଦଳୀୟ ଅସନ୍ତୋଷକୁ ଦୂର କରିବା ଲାଗି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତୃରେ ଗଠିତ ଏକ ୩ ଜଣିଆ କମିଟି ଗଠନ କରାଯାଇଥିଲା। ଦଳୀୟ ସଙ୍ଗଠନକୁ କିପରି ସୁଦୃଢ କରାଯିବ ସେ ନେଇ ଦଳର ୧୦୦ ଜଣ ନେତାଙ୍କ ମତାମତ ନେବା ପରେ କେନ୍ଦ୍ରୀୟ  ହାଇକମାଣ୍ଡଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। 

Also Read: ଆମେ ରାଜ୍ୟକୁ MP-Rajasthan ହେବାକୁ ଦେବୁ ନାହିଁ: Punjab Congress Chief

ରାଜ୍ୟରେ ବସବାସ କରୁଥିବା ବିଭିନ୍ନ ଜାତି, ଧର୍ମ, ସମ୍ପ୍ରଦାୟର ପ୍ରତିଶତ ମାତ୍ରାକୁ ନଜରରେ ରଖି ପଞ୍ଜାବ କଂଗ୍ରେସ କମିଟି ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଦଳୀୟ ମହଲରୁ ଦାବି ହୋଇଛି। ଏଥର ହିନ୍ଦୁ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବା ଦଳର କୌଣସି ନେତାଙ୍କୁ ସଭାପତି କରିବାକୁ ଦଳୀୟ ମହଲରୁ ଦାବି ଉଠୁଛି। ପଞ୍ଜାବର ମୋଟ ଜନସଂଖ୍ୟା ୫୭.୭୫ ପ୍ରତିଶତ ହେଉଛନ୍ତି ଶିଖ, ୩୮.୪୯ ପ୍ରତିଶତ ହିନ୍ଦୁ ଏବଂ ୩୧.୯୪ ପ୍ରତିଶତ ହେଉଛନ୍ତି ଦଳିତ ବର୍ଗର।