ସକାଳ ୮ଟାରୁ ଆରମ୍ଭ ହେବ ଗଣତି, ୮ ବିଧାନସଭାରେ ୩୦ରୁ ଅଧିକ ରାଉଣ୍ଡ
Advertisement
Article Detail0/zeeodisha/odisha2276679

ସକାଳ ୮ଟାରୁ ଆରମ୍ଭ ହେବ ଗଣତି, ୮ ବିଧାନସଭାରେ ୩୦ରୁ ଅଧିକ ରାଉଣ୍ଡ

ଗଣତି କେନ୍ଦ୍ର ଭିତରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ନିୟମ ଅନୁସାରେ ଗଣତି କର୍ମଚାରୀଙ୍କ ସହ ପ୍ରତିନିଧିଙ୍କ ଏଜେଣ୍ଟ, ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଆଉ ବାହାରେ ଭୋଟରଙ୍କ ଲାଗି ସୂଚନା ଦେବାକୁ ପ୍ରତି ଗଣତି କେନ୍ଦ୍ର ଆାଗରେ ମାଇକ୍‍ ଓ ଡିସ୍‍ପ୍ଲେ ବୋର୍ଡ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। 

ସକାଳ ୮ଟାରୁ ଆରମ୍ଭ ହେବ ଗଣତି, ୮ ବିଧାନସଭାରେ ୩୦ରୁ ଅଧିକ ରାଉଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଭୋଟ ଦେଇଥିବା ଅଢ଼େଇ କୋଟିରୁ ଅଧିକ ଭୋଟରଙ୍କ କିଏ ହେବେ ପ୍ରତିନିଧି। ଆସନ୍ତା କାଲି ତାହା ସ୍ପଷ୍ଟ ହେବ। ଭାରତୀୟ ଗଣତନ୍ତ୍ର ଇତିହାସରେ ଆଉ ଏକ ଅଧ୍ୟାୟ ଯୋଗ କରିବ ଏହି ଦିନ। ସକାଳ ୮ଟାରୁ ଗଣତି ଆାରମ୍ଭ ହେବ। ରାଜ୍ୟର ୭୦ଟି ଗଣତି କେନ୍ଦ୍ରରେ ଏଥିଲାଗି ସବୁ ବ୍ୟବସ୍ଥାକୁ ଆପଣା ଯାଇଛି। ଗଣତି କେନ୍ଦ୍ର ଭିତରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ନିୟମ ଅନୁସାରେ ଗଣତି କର୍ମଚାରୀଙ୍କ ସହ ପ୍ରତିନିଧିଙ୍କ ଏଜେଣ୍ଟ, ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଆଉ ବାହାରେ ଭୋଟରଙ୍କ ଲାଗି ସୂଚନା ଦେବାକୁ ପ୍ରତି ଗଣତି କେନ୍ଦ୍ର ଆାଗରେ ମାଇକ୍‍ ଓ ଡିସ୍‍ପ୍ଲେ ବୋର୍ଡ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। 

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ, ୧୪୭ଟି ବିଧାନ ସଭା ଆସନ ଭିତରୁ ୮ ବିଧାନସଭା ଆସନ ଲାଗି ଗଣତି ରାଉଣ୍ଡ ସଂଖ୍ୟା ୩୦ରୁ ଅଧି ହେବକ। ସେଗୁଡ଼ିକ ହେଲା, ରାଇରଙ୍ଗପୁର ସାରସକଣା, ଆଳି, ଚିତ୍ରକୋଣ୍ଡା, ପାଟକୁରା, ବିଷମ କଟକ, ଲୁଇସିଂହା ଏବଂ ଭୁବନେଶ୍ୱର।  ଏଠାରେ ଫଳାଫଳ ଆସିବା ଟିକେ ବିଳମ୍ବ ହେବା ସ୍ୱଭାବିକ। ଅନ୍ୟ ଗଣତି କେନ୍ଦ୍ରରେ ଗଣତି ରାଉଣ୍ଡ ସଂଖ୍ୟା ୩୦ରୁ କମ୍‍। 

ଆସନ୍ତା କାଲି ଇଭିଏମ୍‍  ପୋଷ୍ଟାଲ୍‍ ବ୍ୟାଲଟ ଏବଂ ଇଭିଏମ୍‍ ଉଭୟର ଗଣତି ହେବ। ସମୁଦାୟ ଗଣତି ହେବାକୁ ଥିବା ଇଭିଏମ୍‍ ସଂଖ୍ୟା  ୭୬ ହଜାରରୁ ଅଧିକ। ଏଥିଲାଗି ୭୦ଟି ଗଣତି କେନ୍ଦ୍ର କରାଯାଇଛି। ୬୯ରେ ଇଭିଏମ୍‍ ଓ ପୋଷ୍ଟାଲ୍‍ ବ୍ୟାଲଟ ଗଣତି ହେବ। ଛତ୍ରପୁରରେ ଆସ୍କା ଏବଂ ବ୍ରହ୍ମପୁରରେ ପୋଷ୍ଟାଲ୍  ବ୍ୟାଲଟ ଗଣତି ହେବ। ଏଯାଏ ୧ଲକ୍ଷ ୪୭ ହଜାର ପୋଷ୍ଟାଲ ବ୍ୟାଲଟ  ଗଣତି ପାଇଁ ହସ୍ତଗତ ହୋଇଛି। ପୋଷ୍ଟାଲ୍‍ ବ୍ୟାଲଟରେ ଜଣେ ଏଆର୍‍ଓ ରହିବେ। ପ୍ରତ୍ୟେକ ଟେବଲରେ ୫୦୦ ପୋଷ୍ଟାଲ୍ ବ୍ୟାଲଟ ଗଣତି ହେବ। ଗୋଟିଏ ରାଉଣ୍ଡରେ ଶେଷ ହେବ। 

ସମୁଦାୟ ୩୫୮୯ ଟି ଟେବଲରେ ଇଭିଏମ୍‍ ଗଣତି ହେବ। ବିଧାନସଭା ପାଇଁ ୧୭୯୯ ଗଣତି ଟେବଲ। ଲୋକସଭା ପାଇଁ ୧୭୯୦ ଟେବଲରେ ଗଣତି ହେବ। ଜିଲ୍ଲାପାଳମାନେ ଲୋକସଭା ଭୋଟ ଗଣତି ଲାଗି ରିଟର୍ଣ୍ଣିଂ ଅଧିକାରୀ ରହିବେ। ଉପ ଜିଲ୍ଲାପାଳ ବିଧାନସଭାପାଇଁ ଉଦ୍ଦିଷ୍ଟ ଟେବଲରେ ରିଟର୍ଣ୍ଣିଂ ଅଧିକାରୀ ରହିବେ। ପ୍ରତି ଟେବଲରେ ଏଆର୍‍ଓ ନିଯୁକ୍ତ ହୋଇଛନ୍ତି। ୫୧୭ ଅତିରିକ୍ତ ଏଆର୍‍ଓ ୭୧୨ ଏଆର୍‍ଓ ବିଧାନସଭା ଗଣତି ଲାଗି ବିଜ୍ଞପତି ହୋଇଛନ୍ତି। ସମୁଦାୟ ଗଣତିକୁ ନିରୀକ୍ଷଣ କରିବା ଲାଗି ମୁଖ୍ୟ ନିର୍ବାଚନ କମିାନରଙ୍କ ନିର୍ଦ୍ଦେଶରେ ୧୨୪ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବେ  ନିଯୁକ୍ତ କରାଯାଇଛି। ପ୍ରତି ଇଭିଏମ୍‍ ଟେବଲରେ ଜଣେ ମାଇକ୍ରୋ ପର୍ଯ୍ୟ ବେକ୍ଷକ, ଗଣତି ସହାୟକ ଏବଂ ଗଣତି ସୁପରଭାଇଜର ରହିବା ବ୍ୟବସ୍ଥା ହୋଇଛି। ଶ୍ରୀ ଧଳ କହିଛନ୍ତି, ଚାରୋଟି ପର୍ଯ୍ୟାୟରେ ଅଢେଇ କୋଟିରୁ ଅଧିକ ଭୋଟର ଭୋଟ ଦେଇଛନ୍ତି। ୨୦୧୯ ତୁଳନାରେ ୨୦୨୪ରେ ଭୋଟଦାନ ହାର ଅଧିକ ରହିଛି। ସେତେବେଳେ ୭୩.୦୯% ଏବଂ ୨୦୨୪ରେ ୭୪.୪୩୪ ପ୍ରତିଶତ ହୋଇଛି।  ଏହି ନିର୍ବାଚନରେ ପୁରୁଷ ଭୋଟରଙ୍କ ହାରାହାରି ମତଦାନ ହାର ରହିଛି ୭୩.୩୭% ଏବଂ ମହିଳାଙ୍କ କ୍ଷାତ୍ରରେ ମତଦାନ ହାର ହେଉଛି ୭୫.୫୫%। ୨୧ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତରୁ ୧୬ଟିରେ ପୂର୍ବ ତୁଳନାରେ ବୃଦ୍ଧି ହୋଇଥିବା ବେଳେ ୫ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ କମିଛି। ସେଗୁଡ଼ିକ ହେଲା; ବ୍ରହ୍ମପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଆସ୍କା ଲୋକସଭା ମଣ୍ଡଳୀ। ଆସ୍କାରେ  ୩ ପ୍ରତିଶତରୁ କମ୍‍ ଭୋଟ ହୋଇଥିବା ବେଳେ ଅନ୍ୟ୭ଟିରେ ୧ ପ୍ରତିଶତ ପାଖାପାଖି କମ୍‍ ଭୋଟିଂ ହୋଇଛି।

Also Read- Ice-Cream ଖାଉଥିଲେ ହୋଇପାରେ ୬ଟି ବଡ଼ କ୍ଷତି