ପୁଣି ବର୍ଷେ ପାଇଁ ଟଳିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ
ଜିଲ୍ଲା କମିଟି ପରେ ଜୁଲାଇ ୩୧ ତାରିଖରୁ ଅଗଷ୍ଟ ୨୦ ତାରିଖ ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି, ଉପସଭାପତି, କୋଷାଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
ନୂଆଦିଲ୍ଲୀ: ପୁଣି ବର୍ଷେ ପାଇଁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଦଳର ସ୍ଥାୟୀ ଅଧ୍ୟକ୍ଷ କିଏ ହେବ ସମ୍ପର୍କିତ ନିଷ୍ପତ୍ତି ଆସନ୍ତା ବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ନିଆଯିବ। ଗତ ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବହୁ ବାଦବିବାଦ ପରେ ଶେଷରେ ଗତ ଶନିବାର ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟ ଠାରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା କଂଗ୍ରେସ କାର୍ଯ୍ୟକାରୀ କମିଟି (Congress Working Committee Meeting) ସିଡବ୍ଲ୍ୟୁସି ବୈଠକ (CWC Meeting)।
ଏହି ବୈଠକ ପରେ କଂଗ୍ରେସ ସଙ୍ଗଠନ ମହାସଚିବ କେସି ଭେନୁଗୋପାଳ ଏବଂ ଦଳୀୟ ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟୱାଲା ସାାଙ୍ଗଠନିକ ନିର୍ବାଚନର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସାର୍ବଜନୀନ କରିଛନ୍ତି। ଏନେଇୃ ଭେନୁଗୋପାଲ କହିଛନ୍ତି ଯେ ଦଳ ଆସନ୍ତା ନଭେମ୍ବର ପହିଲାରୁ ସାରା ଦେଶରେ ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ।
Also Read: ପୁଣି ବର୍ଷେ ପାଇଁ ଟଳିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ
ଏହା ପରେ ଆସନ୍ତା ଏପ୍ରିଲ ୧୫ ତାରିଖ ସୁଦ୍ଧା ସମସ୍ତ ସଦସ୍ୟ ଏବଂ ଦଳୀୟ ସଙ୍ଗଠନ ନିର୍ବାଚନ ପାଇଁ ଆଗ୍ରହୀ ପ୍ରାର୍ଥଙ୍କ ତାଲିକା ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ପ୍ରକାଶ ପାଇବ। ଏହା ପରେ ୧୬ ଏପ୍ରିଲରୁ ମେ ୩୧ ମଧ୍ୟରେ ବ୍ଲକ କଂଗ୍ରେସ କମିଟି ଏବଂ ବୁଥ କମିଟି ସଭାପତି ନିର୍ବାଚିତ ହେବେ। ଏହା ପରେ ଆସନ୍ତା ଜୁନ୍ ପହିଲାରୁ ଜୁଲାଇ ୨୦ ତାରିଖ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି, କୋଷାଧ୍ୟକ୍ଷ, ଉପାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ କମିଟି ନିର୍ବାଚନ ଅନୁଷ୍ଠିତ ହେବ।
ଜିଲ୍ଲା କମିଟି ପରେ ଜୁଲାଇ ୩୧ ତାରିଖରୁ ଅଗଷ୍ଟ ୨୦ ତାରିଖ ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି, ଉପସଭାପତି, କୋଷାଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ପରେ ଅଗଷ୍ଟ ୨୧ ତାରିଖରୁ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହେବେ।
ସିଡବ୍ଲ୍ୟୁସି ବୈଠକରେ ଯୋଗ ଦେଇଥିବା ଅନେକ ଦଳୀୟ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଦଳୀୟ ନେତାଙ୍କ ଅନୁରୋଧ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ସେ ଏହା ଉପରେ ବିଚାର କରିବେ। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ G23 ଗୋଷ୍ଠୀର ନେତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ଦଳର ସ୍ଥାୟୀ ସଭାପତି ଏବଂ ତାଙ୍କ ସହ କଥାବାର୍ତ୍ତା କରିବାକୁ ଗଣମାଧ୍ୟମର ସହୟତା ନେବାର କୌଣସି ଆବଶ୍ୟକତା ନାହିଁ।
Also Read: ଦଳୀୟ ନେତାଙ୍କ ଦାବି ମାନିଲେ Congress High Command,ଖୁବଶୀଘ୍ର ହେବ CWC ବୈଠକ
ଶନିବାର ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ (Congress Working Committee Meeting) ଯୋଗ ଦେବା ଅବସରରେ ବିନା ନାଁ ନେଇ କଂଗ୍ରେସ ଅନ୍ତଃରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) G-23 ଗୋଷ୍ଠୀ ନେତାଙ୍କୁ (G-23 Congress Leader) ଟାର୍ଗେଟ କରିବା ସହ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ମୁଁ ସର୍ବଦା ସ୍ୱଚ୍ଛତାକୁ ପ୍ରଶଂସା କରିଛି। ଗଣମାଧ୍ୟମ ଜରିଆରେ ମୋ ସହିତ କଥାବାର୍ତ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆସନ୍ତୁ ସମସ୍ତେ ମିଳିମିଶି ଏକ ମୁକ୍ତ ଏବଂ ସଚ୍ଚୋଟ ଆଲୋଚନା କରିବା। ବାହାରେ ଦଳ କେଉଁ ପ୍ରସଙ୍ଗରେ ଆଲୋଚନା କରିବ ତାହା ସିଡବ୍ଲ୍ୟୁସି ବୈଠକରେ (CWC Meeting) ନିଆଯାଇଥିବା ସାମୂହିକ ନିଷ୍ପତ୍ତି ଅନୁସାରେ ହେବ। ଦଳର କୌଣସି ନେତା ମୋ ସହିତ ସିଧାସଳଖ ନିଜେ କଥା ହେବା ଭଲ ହେବ। ଆମେ ପାରସ୍ପରିକ ବିଭେଦକୁ ଦୂରେଇବା ପରେ ହିଁ ଆମେ ଆଗାମୀ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିବ।
ସିଡବ୍ଲ୍ୟୁସି ବୈଠକରେ ଯୋଗ ଦେଇଥିବା G23 ଗୋଷ୍ଠୀର ନେତା କହିଛନ୍ତି ଯେ ତୃଣମୂଳ ସ୍ତର ଠାରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଗତ କିଛି ଦିନ ଧରି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲ ଦଳର କାର୍ଯ୍ୟକାରୀ କମିଟି ବୈଠକ ଡାକିବାକୁ ଦାବି କରିଥିଲେ।
Also Read: Congress Crisis: ପୁଣି ଗର୍ଜିଉଠିଲେ G-23 ନେତା, ଦଳର ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ
ଆଜାଦ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ତୁରନ୍ତ କଂଗ୍ରେସ କାର୍ଯ୍ୟ କମିଟି ବୈଠକ ଡକାଇ ଦଳ ସହ ଜଡିତ ବିଷୟ ଉପରେ ଆଲୋଚନା କରିବାକୁ କହିଥିଲେ। ଦଳର ବିଦ୍ରୋହୀ ସ୍ୱର ତେଜିବା ପରେ ଗତ ଶନିବାର ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ସିଡବ୍ଲ୍ୟୁସି ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ସମସ୍ତ ବରିଷ୍ଠ ନେତା ଏଥିରେ ଭାଗ ନେଇଥିଲେ। ଏହି ବୈଠକରେ ରାଜନୈତିକ ପରିସ୍ଥିତି, କୃଷି ସଙ୍କଟ ଏବଂ କୃଷକଙ୍କ ଉପରେ ଆକ୍ରମଣ, ମୁଦ୍ରାସ୍ଫୀତି, ଅର୍ଥନୀତିର ସ୍ଥିତି ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି।