ଖୁବଶୀଘ୍ର ଅନୁଷ୍ଠିତ ହେବ ସିଡବ୍ଲ୍ୟୁସି ବୈଠକ।
Trending Photos
ନୂଆଦିଲ୍ଲୀ: ଯଥାଶୀଘ୍ର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ କରିବା ଲାଗି ଦଳର ବରିଷ୍ଠ ନେତା କପିଲ ଶିବଲ ଏବଂ ଗୁଲାମନବୀ ଆଜାଦ ରଖିଥିବା ଦାବିକୁ ଗ୍ରହଣ କରିଛନ୍ତି କଂଗ୍ରେସ ହାଇକମାଣ୍ଡ। ଖୁବଶୀଘ୍ର ସିଡବ୍ଲ୍ୟୁସି ବୈଠକ କରାଯିବ ବୋଲି କହିଛନ୍ତି କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା। ଏନେଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଙ୍କେତ ଦେଇଥିବା କହିଛନ୍ତି ସେ। ଦଳୀୟ ନିଷ୍ପତ୍ତି ନେବାରେ ସିଡବ୍ଲ୍ୟୁସି ହେଉଛି କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ସିମଲା ଗସ୍ତରେ ଯିବା ପୂର୍ବରୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress President Sonia Gandhi) କଂଗ୍ରେସ କାର୍ଯ୍ୟକାରୀ କମିଟି (Congress Working Committee) ବୈଠକ କରିବା ଲାଗି ଇସାରା ଦେଇଥିଲେ। ଆଗାମୀ କିଛି ଦିନ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ। ଦଳ ସହ ଜଡି଼ଡ ମାମଲାରେ ଚର୍ଚ୍ଚା କରିବା ଯଥାଶୀଘ୍ର ସିଡବ୍ଲ୍ୟୁସି ବୈଠକ (CWC Meeting) କରିବା ଲାଗି ଦଳର ଶୀର୍ଷ ନେତୃବୃନ୍ଦଙ୍କୁ ପତ୍ର ଲେଖିଥିଲେ ଗୁଲାମନବୀ ଆଜାଦ। ନେତାଙ୍କ ଦଳ ଛାଡିବା ଘଟଣାକୁ ଦଳୀୟ ମହଲରେ ଚର୍ଚ୍ଚା କରିବା ଲାଗି ଦାବି କରିଛନ୍ତି ସେ।
Also Read: Congress Crisis: ପୁଣି ଗର୍ଜିଉଠିଲେ G-23 ନେତା, ଦଳର ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ
ସଦ୍ୟ ପଞ୍ଜାବରେ ଦଳ ଏବଂ ଦଳୀୟ ସରକାରରେ ସୃଷ୍ଟି ହୋଇଥିବା ସଂକଟକୁ ନେଇ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ (Kapil Sibal)। ଏନେଇ ସେ କହିଥିଲେ ଯଦି ଦଳରେ କେହି ଅଧ୍ୟକ୍ଷ ନାହାଁନ୍ତି ତାହେଲେ ଦଳୀୟ ମାମଲାରେ ନିଷ୍ପତ୍ତି ନେଉଛି କିଏ। ଦଳୀୟ ସଙ୍ଗଠନରେ ନିର୍ବାଚନ କରିବାକୁ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନିକଟରେ ଦାବି କରିଥିଲେ ସେ। ଉଭୟ ଶିବଲ-ଆଜାଦ ଜି-୨୩ ଗୋଷ୍ଠୀର ନେତା (G-23 Congress Leader) ଯେଉଁମାନେ ଗତ ବର୍ଷ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପତ୍ର ଲେଖି ଦଳୀୟ ସଙ୍ଗଠନରେ ନିର୍ବାଚନ କରିବା ନେଇ ଦାବି କରିଛନ୍ତି।