ନୂଆଦିଲ୍ଲୀ: ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାରର ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ ଦାବି ଜୋର ଧରିଛି। ଏହି ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁୟୁରାପ୍ପାଙ୍କ ନେତୃତ୍ୱକୁ ବଦଳାଇବା ଲାଗି ଦଳୀୟ ମହଲରୁ ଦାବି ଉଠୁଛି। ଦଳରେ ସୃଷ୍ଟି ହୋଇଥିବା  ଏହି ସମସ୍ୟାର ସମାଧାନ ଲାଗି ଗତ ବୁଧବାର ଠାରୁ ୩ ଦିନିଆ ରାଜ୍ୟ ଗସ୍ତରେ ଆସିଥିଲେ କର୍ଣ୍ଣାଟକ ବିଜେପି ପ୍ରଭାରୀ ଅରୁଣ ସିଂହ।    


COMMERCIAL BREAK
SCROLL TO CONTINUE READING

ନେତୃତ୍ୱ ପରିବର୍ତ୍ତନ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ଅଧ୍ୟକ୍ଷ (Karnataka BJP President) ନଳିନୀ କୁମାର କଟିଲ (Nalin Kumar Kateel) କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (Karnataka Chief Minister) ବି.ଏସ ୟେଦ୍ଦୁୟୁରାପ୍ପା (CM B.S Yeddyurappa) ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ।  


Also Read: Karanataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଜାରିରହିଛି ଚର୍ଚ୍ଚା, ଜବାବ ରଖିଲେ Yediyurappa


ମୁଖ୍ୟମନ୍ତ୍ରୀ ୟେଦ୍ଦୁୟୁରାପ୍ପାଙ୍କ ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ତାଙ୍କ କ୍ୟାବିନେଟ ସହଯୋଗୀ ତଥା କର୍ଣ୍ଣାଟକ ଗ୍ରାମୀଣ ବିକାଶ ମନ୍ତ୍ରୀ (Karnataka Rural Development Minister) କେ.ଏସ୍ ଇଶ୍ୱରପ୍ପା (K.S Eshwarappa) କହିଛନ୍ତି ଆମ ଦଳରେ କେତେକ ନେତା ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ସପକ୍ଷରେ ରହିଥିବା ବେଳେ ଅନ୍ୟ କେତେକ ନେତା ୟେଦ୍ଦୁୟୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ନେତୃତ୍ୱ ପରିବର୍ତ୍ତନ ନେଇ ଦଳର ନେତା ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା କଥାକୁ ସ୍ୱୀକାର କରିଛନ୍ତି କର୍ଣ୍ଣାଟକ ମନ୍ତ୍ରୀ ଇଶ୍ୱରପ୍ପା। 


Also Read: 'ଯେଉଁଦିନ ଦଳ କହିବି ସେହି ଦିନ ଛାଡିଦେବି ମୁଖ୍ୟମନ୍ତ୍ରୀ ଗାଦି'


ରାଜ୍ୟ ବିଜେପି ପ୍ରଭାରୀ (Karnataka BJP Incharge) ଅରୁଣ ସିଂହଙ୍କ କର୍ଣ୍ଣାଟକ ଗସ୍ତକୁ ଆଶ୍ୱସ୍ତ ହୋଇଉଠିଛନ୍ତି ଦଳୀୟ ନେତା କର୍ମୀ। ଦଳୀୟ ପ୍ରଭାରୀ ଦଳରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବା ଲାଗି କିଛି ପଦକ୍ଷେପ ନେଇପାରନ୍ତି ବୋଲି ଆଶାବାଦୀ ଅଛନ୍ତି ଦଳୀୟ ନେତା କର୍ମୀ। ଗସ୍ତ ଅବସରରେ ପ୍ରଭାରୀ ସିଂହ କହିଥିଲେ ଦଳ ଏକଜୁଟ ରହିଛି। ମୁଖ୍ୟମନ୍ତ୍ରୀ ୟେଦ୍ଦୁୟୁରାପ୍ପାଙ୍କ ନେତୃତ୍ୱରେ ଆମ ଦଳର ସରକାର ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ କରୁଛି। ଯଦିଓ ତାଙ୍କର ଗସ୍ତ ଶେଷ ହୋଇଛି ହେଲେ ନେତୃତ୍ୱ ପରିବର୍ତ୍ତନ ପାଇଁ ହେଉଥିବା ଦାବି ଉପରେ କୌଣସି ବୟାନ ରଖିନାହାଁନ୍ତି କର୍ଣ୍ଣାଟକ ବିଜେପି ପ୍ରଭାରୀ।