କର୍ଣ୍ଣାଟକ ବିଜେପିରେ ଉଠିଲା ବିଦ୍ରୋହର ସ୍ୱର, ଗାଦି ହରାଇପାରନ୍ତି ୟେଦିୟୁରାପ୍ପା!
Advertisement
Article Detail0/zeeodisha/odisha769764

କର୍ଣ୍ଣାଟକ ବିଜେପିରେ ଉଠିଲା ବିଦ୍ରୋହର ସ୍ୱର, ଗାଦି ହରାଇପାରନ୍ତି ୟେଦିୟୁରାପ୍ପା!

ବିଜେପି ଶାସିତ କର୍ଣ୍ଣାଟକରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ହେବା ନେଇ ଇସାରା ଦେଇଛନ୍ତି ଖୋଦ ଶାସକ ଦଳର ବିଧାୟକ ବସଂଗୌଡା ପି ୟାତନାଲ। 
 

କର୍ଣ୍ଣାଟକ ବିଜେପିରେ ଉଠିଲା ବିଦ୍ରୋହର ସ୍ୱର, ଗାଦି ହରାଇପାରନ୍ତି ୟେଦିୟୁରାପ୍ପା!

ବେଙ୍ଗାଲୁରୁ: ଦକ୍ଷିଣ ଭାରତ (South India) ର ଏକମାତ୍ର ବିଜେପି ଶାସିତ ରାଜ୍ୟ (BJP Rulled State) କର୍ଣ୍ଣାଟକ (Karnataka) ରେ ହୋଇପାରେ ରାଜନୈତିକ ପଟ୍ଟ ପରିବର୍ତ୍ତନ। ଏହାର ଇସାରା ଦେଇଛନ୍ତି ଖୋଦ ଶାସକ ବିଜେପି ବିଧାୟକ (BJP MLA) ବସଂଗୌଡା ପି ୟାତନାଲ (Basangouda P Yatnal)। 
 

ଏନେଇ ସେ କହିଛନ୍ତି, " ଦଳର ଅଧିକାଂଶ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ଉପରେ ଖୁସି ନୁହଁନ୍ତି। ଖୁବ ଶୀଘ୍ର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବଦଳାଯିବା ଉଚିତ। କାରଣ ରାଜ୍ୟର ଅଧିକାଂଶ ବରିଷ୍ଠ ନେତା ୟେଦୁରୁପ୍ପାଙ୍କ ପ୍ରତି ସନ୍ତୁଷ୍ଟ ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ମୁଖ୍ୟମନ୍ତ୍ରୀ ଉତ୍ତର କର୍ଣ୍ଣାଟକରୁ ହେବେ। ୟେଦିୟୁରପ୍ପା ଉତ୍ତର କର୍ଣ୍ଣାଟକର ଲୋକଙ୍କ କାରଣରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟର ଏହି କ୍ଷେତ୍ରରୁ ୧୦୦ ଜଣ ବିଜେପି ବିଧାୟକ ନିର୍ବାଚନ ହୋଇଥିଲେ। ଯାହା ଫଳରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। "

ବିଜେପି ବିଧାୟକଙ୍କ ପୂର୍ବରୁ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ (Ex Karnataka CM) ସିଦ୍ଧରମୈୟା (Siddaramaiah) କ୍ଷମତାସୀନ ବିଜେପିରେ ଅସ୍ଥିରତା ଥିବା ନେଇ ଦାବି କରିଥିଲେ। ସେ କହିଥିଲେ, 'ୟେଦୁରୁପ୍ପା ସରକାରରେ କିଛି ମତଭେଦ ଚାଲିଛି। ତାଙ୍କର କିଛି ବିଧାୟକ ମୋତେ ଭେଟିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ବିଜେପି ସରକାରଙ୍କ ସହ ସବୁ କିଛି ଠିକଠାକ ଚାଲିନାହିଁ। ବିଏସ୍ ୟେଦୁୟରୁପ୍ପା ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ ହେଲେ ବାସ୍ତବରେ ତାଙ୍କ ପୁଅ ବିଜୟେନ୍ଦ୍ର ସରକାର ଚଳାଉଛନ୍ତି। " 

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଦାବିକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି। ଏନେଇ ଦଳର ବରିଷ୍ଠ ନେତା ତଥା ୟେଦିୟୁରପ୍ପା ସରକାରରେ ମନ୍ତ୍ରୀ ଥିବା କେ.ଏସ୍ ଇଶ୍ୱରପ୍ପା କହିଛନ୍ତି, "କଂଗ୍ରେସ ନେତା ସ୍ୱପ୍ନ ଦେଖୁଛନ୍ତି। ତାଙ୍କୁ ଲାଗୁଛି କିଛି ବିଜେପି ବିଧାୟକ ତାଙ୍କୁ ସମର୍ଥନ କରିବେ ଏବଂ ବିଜେପି ସରକାରକୁ ଅସ୍ଥିର କରି ଗାଦିଚ୍ୟୁତ କରିଦେବେ। ହେଲେ ଏହା କେବେ ସମ୍ଭବ ନୁହେଁ। "