Karanataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଜାରିରହିଛି ଚର୍ଚ୍ଚା, ଜବାବ ରଖିଲେ Yediyurappa
Advertisement

Karanataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଜାରିରହିଛି ଚର୍ଚ୍ଚା, ଜବାବ ରଖିଲେ Yediyurappa

 ବର୍ତ୍ତମାନ ଚାଲିଥିବା ସଂକଟ ସମୟରେ ଲୋକଙ୍କ ନିକଟରେ କିପରି ସରକାରୀ ସହାୟତା ପହଞ୍ଚିବାରେ ସେ ନେଇ ଦଳର ପ୍ରତ୍ୟେକ ବିଧାୟକ ପ୍ରୟାସ କରିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Karanataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଜାରିରହିଛି ଚର୍ଚ୍ଚା, ଜବାବ ରଖିଲେ Yediyurappa

ନୂଆଦିଲ୍ଲୀ: ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକରେ କ୍ଷମତସୀନ ବିଜେପି ସରକାରର ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ ବେଶ କିଛି ଦିନ ଧରି ଚର୍ଚ୍ଚା ଜାରି ରହିଛି। ଏପରିକି ସରକାରର ନେଉଥିବା ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁୟୁରାପ୍ପାଙ୍କ ନେତୃତ୍ୱକୁ ବଦଳାଇବା ପାଇଁ ଦସ୍ତଖତ ଅଭିଯାନ ଚାଲିଥିବା କୁହାଯାଉଛି।  

ନେତୃତ୍ୱ ପରିବର୍ତ୍ତନ କରିବା ଲାଗି ଚାଲିଥିବା ଦସ୍ତଖତ ଅଭିଯାନ (Signature Campaign) ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (Karnataka Chief Minister) ବି.ଏସ ୟେଦ୍ଦୁୟୁରାପ୍ପା (CM B.S Yeddyurappa)। ଏନେଇ ସେ କହିଛନ୍ତି ଦଳର କୌଣସି ବିଧାୟକ ଏହି ଅଭିଯାନରେ ସାମିଲ ହୁଅନ୍ତୁ ନାହିଁ। କିମ୍ବା ଏହାକୁ ନେଇ କୌଣସି ପ୍ରକାର ରାଜନୈତିକ ବୟାନବାଜି କରନ୍ତୁ ନାହିଁ। 

ବର୍ତ୍ତମାନ ରାଜ୍ୟରେ କୋରୋନା ମହାମାରୀର ପ୍ରକୋପ ହ୍ରାସ ପାଇନାହିଁ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଦଳର ପ୍ରତ୍ୟେକ ବିଧାୟକ ସେମାନଙ୍କ ନିର୍ବାଚନମଣ୍ଡଳୀରେ କୋରୋନା ମହାମାରୀର ମୁକାବିଲା କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଆବଶ୍ୟକ। ବର୍ତ୍ତମାନ ଚାଲିଥିବା ସଂକଟ ସମୟରେ ଲୋକଙ୍କ ନିକଟରେ କିପରି ସରକାରୀ ସହାୟତା ପହଞ୍ଚିବାରେ ସେ ନେଇ ଦଳର ପ୍ରତ୍ୟେକ ବିଧାୟକ ପ୍ରୟାସ କରିବା ଆବଶ୍ୟକ। ଦଳୀୟ ବିଧାୟକଙ୍କ ଉଦ୍ଦେଶ୍ୟରେ ନିବେଦନ କରି ମୁଁ କହୁଛି ସେମାନେ କୌଣସି ପ୍ରକାର ଦସ୍ତଖତ ଅଭିଯାନରେ ନିଜକୁ ସାମିଲ କରନ୍ତୁ ନାହିଁ। 

Also Read: 'ଯେଉଁଦିନ ଦଳ କହିବି ସେହି ଦିନ ଛାଡିଦେବି ମୁଖ୍ୟମନ୍ତ୍ରୀ ଗାଦି'

ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ଦୁୟୁରାପ୍ପା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ତଥା ବରିଷ୍ଠ ବିଜେପି ବିଧାୟକ ଏମପି ରେଣୁକାଚାର୍ଯ୍ୟଙ୍କ ନିକଟରେ ତାଙ୍କ ସମର୍ଥନରେ ୬୫ ବିଧାୟକଙ୍କ ସମର୍ଥନ ସମ୍ପର୍କିତ ଏକ ଦସ୍ତଖତ ପତ୍ର ରହିଥିବା କୁହାଯାଉଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ରାଜସ୍ୱ ମନ୍ତ୍ରୀ (Karnataka Revenue Minsiter) ମନ୍ତ୍ରୀ ଆର.ଅଶୋକ (R.Ashok) କହିଛନ୍ତି ଦଳରେ ସୃଷ୍ଟି ହୋଇଥିବା ଦଳୀୟ ସଂକଟର ସମାଧାନ କରିବାକୁ ଯାଇ ରାଜ୍ୟ ବିଜେପି ଅଧ୍ୟକ୍ଷ (Karnataka BJP President) ନଳିନୀ କୁମାର କଟିଲ (Nalin Kumar Kateel) ଏକ କମିଟି ଗଠନ କରିଛି। ଯେଉଁଥିରେ ଦଳର ବିଧାୟକଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ରହିଛି ସେମାନେ ଦଳ ବାବଦରେ କୌଣସି ରାଜନୈତିକ ବୟାନବାଜି କରିବାରୁ ଦୂରେଇ ରୁହନ୍ତୁ। 

କୌଣସି ପ୍ରକାର ଦସ୍ତଖତ ଅଭିଯାନ ନଚଳାଇବାକୁ ଦଳୀୟ ନେତାଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ଦଳର ରାଜ୍ୟ ଶାଖା ସଭାପତି। ଯଦି କେହି ଏହାକୁ ଅମାନ୍ୟ କରନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜଣାଇ ଦିଆଯାଇଛି। ଦଳୀୟ ସଂକଟର ସମାଧାନ ଲାଗି ଗଠିତ ହୋଇଥିବା କମିଟିରେ ମୁଖ୍ୟମନ୍ତ୍ରୀ, ଦଳର ଅଧ୍ୟକ୍ଷଙ୍କ ସହ ୪ ଜଣ ମନ୍ତ୍ରୀ, ୪ ମହାସଚିବ ପ୍ରମୁଖ ସାମିଲ ଅଛନ୍ତି।

Also Read: କର୍ଣ୍ଣାଟକ ବିଜେପିରେ ଉଠିଲା ବିଦ୍ରୋହର ସ୍ୱର, ଗାଦି ହରାଇପାରନ୍ତି ୟେଦିୟୁରାପ୍ପା!

କମିଟି ଗଠନ ସମ୍ପର୍କରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଦଳରେ ସୃଷ୍ଟି ହୋଇଥିବା ସମସ୍ୟାର ସମଧାନ କରିବା, ଦଳ ସମ୍ପର୍କରେ ଗଣମାଧ୍ୟମରେ ରଖାଯାଉଥିବା ଅନାବଶ୍ୟକ ବୟାନବାଜିକୁ ରୋକିବା ଲାଗି ଦଳ ଏପରି ପଦକ୍ଷେପ ନେଇଛି। ଦଳର କୌଣସି କାର୍ଯ୍ୟ କିମ୍ବା ଦଳୀୟ ନେତୃତ୍ୱକୁ ନେଇ ଯଦି କାହାର କୌଣସି ଅଭିଯୋଗ ରହିଥାଏ ସେମାନେ ଦଳୀୟ କମିଟି ନିକଟରେ ନିଜର ଅଭିଯୋଗ ଦାଖଲ କରିପାରିବେ। ଦଳର କୌଣସି ନେତା କିମ୍ବା ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ କିମ୍ବା ବିରୁଦ୍ଧରେ କୌଣସି ପ୍ରକାର ବୟାନ ନଦେବା ପାଇଁ ଦଳର ରାଜ୍ୟ ସଭାପତି ଏବଂ କେନ୍ଦ୍ରୀୟ ନେତୃବୃନ୍ଦ ନିର୍ଦ୍ଦେଶ ଦେଇଛନ୍ତି। 

Also Read: ଟିପୁ ସୁଲତାନଙ୍କୁ ନେଇ କର୍ଣ୍ଣାଟକ ବିଜେପି ଦୁଇ ଫାଳ

ଦଳୀୟ ନେତୃତ୍ୱ ପରିବର୍ତ୍ତନ ସମ୍ପର୍କରେ ପ୍ରତିକ୍ରିୟା ରଖି ଗତ ରବିବାର ମୁଖ୍ୟମନ୍ତ୍ରୀ ୟେଦ୍ଦୁୟୁରାପ୍ପା କହିଥିଲେ ମୁଁ ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଯେ ପର୍ଯ୍ୟନ୍ତ ଦଳୀୟ ନେତୃବୃନ୍ଦ ମୋତେ ଭରସା କରୁଥିବେ। ଏହାକୁ ନେଇ କୌଣସି ସନ୍ଦେହ ନାହିଁ। ଅନ୍ୟପଟେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ମହାସଚିବ ଏମପି ରେଣୁକାଚାର୍ଯ୍ୟ କହିଛନ୍ତି ବି.ଏସ ୟେଦ୍ଦୁୟୁରାପ୍ପାଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଦଳର ୬୫ ବିଧାୟକଙ୍କ ଦସ୍ତଖତ ରହିଥିବା ଏକ ପତ୍ର ମୋ ନିକଟରେ ଉପଲବ୍ଧ ରହିଛି। ଦସ୍ତଖତ କରିଥିବା ଦଳୀୟ ବିଧାୟକ ୟେଦ୍ଦୁୟୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି।