ନୂଆଦିଲ୍ଲୀ: ୨୦୨୧ ସେପ୍ଟମ୍ବର ୨୮ ତାରିଖ। ଏହି ଗୋଟିଏ ଦିନରେ ଘଟିଯାଇଛି ଅନେକ ରାଜନୈତିକ ଘଟଣା। ଯାହା ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଅବିସ୍ମରଣୀୟ ହୋଇରହିବ। ଆଜିର ଦିନରେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଦଳୀୟ ନେତା ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଥିବା ବେଳେ ଆଜି ସଧ୍ୟାରେ ଦଳର ବରିଷ୍ଠ ନେତା ତଥା ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଚେନ ଅମରିନ୍ଦର ସିଂହ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଦଳରେ ଦୁଇ ଜଣ ଯୁବନେତାଙ୍କୁ ସାମିଲ କରିବାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛନ୍ତି ଦଳର ଜଣେ ବରିଷ୍ଠ ନେତା।  


COMMERCIAL BREAK
SCROLL TO CONTINUE READING

ବହୁ ଛକାପଞ୍ଝା ପରେ ଶେଷରେ ପଞ୍ଜାବ କଂଗ୍ରେସ (Punjab Congress) ସଭାପତି  ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ (Navjot Singh Sidhu)। ଗତ ଜୁଲାଇ ୨୩ ତାରିଖରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସେ। ପଦ ଛାଡିବା ଅବସରରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, " ମୁଁ ଦଳରେ ରହିବି। ଆପୋଷ ବୁଝାମଣା କରିବା ଦ୍ୱାରା କୌଣସି ବ୍ୟକ୍ତିର ପତ୍ତନ ଆରମ୍ଭ ହୋଇଥାଏ। ମୁଁ  କଂଗ୍ରେସର ଭବିଷ୍ୟତ ଏବଂ ପଞ୍ଜାବର ଉନ୍ନତି ପାଇଁ କରାଯାଉଥିବା ଏଜେଣ୍ଡା ସହ କେବେ ବୁଝାମଣା କରିପାରିବି ନାହିଁ। ଏଥିପାଇଁ ଦଳର ସଭାପତି ପଦରୁ ମୁଁ ଇସ୍ତଫା ଦେଉଛି। ହେଲେ ଦଳ ପାଇଁ କାର୍ଯ୍ୟ କରିବା ଜାରି ରଖିବି। " 


Also Read: ମଙ୍ଗଳବାର Congress ହାତ ଧରିବେ Kanhaiya Kumar-Jignesh Mewani


ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁ ଇସ୍ତଫା ଦେବା ପଛରେ ରହିଥିବା କାରଣ ଏବେ ସାମ୍ନାକୁ ଆସିଛି। ଗତ ଶନିବାର ହୋଇଥିବା କ୍ୟାବିନେଟ ସମ୍ପ୍ରସାରଣ ପରେ ସୋମବାର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) ଚରଣଜିତ ସିଂହ ଚନ୍ନୀ (Charanjit Singh Channi)। ହେଲେ ଏହାକୁ ନେଇ ଅସନ୍ତୁଷ୍ଟ ହୋଉଉଠିଥିଲେ ସିଦ୍ଧୁ। କାରଣ ଏ ପ୍ରସଙ୍ଗରେ ତାଙ୍କର କୌଣସି ମତାମତ ନେଇନଥିଲେ ମୁଖ୍ୟମନ୍ତ୍ରୀ ଚନ୍ନୀ। ଏନେଇ ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ସହ କରିଥିଲେ ଆଲୋଚନା। ଏପରିକି ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ, ଆଡଭୋକେଟ ଜେନେରାଲ, ମୁଖ୍ୟ ଶାସନ ସଚିବ ଭଳି ପଦ ପାଇଁ ହୋଇଥିବା ନିଯୁକ୍ତି ଥିଲା ସିଦ୍ଧୁଙ୍କ ଅସନ୍ତୋଷର ଅନ୍ୟତମ କାରଣ। 


ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ହୋଇଥିବା ଦୌଡରେ ସାମିଲ ହୋଇଥିଲେ ସିଦ୍ଧୁ। ହେଲେ ବାଜି ମାରିନେଇଥିଲେ ଚନ୍ନୀ। ତାଙ୍କ ନେତୃତ୍ୱରେ ଗଠିତ ହୋଇଥିବା ସରକାରେ ସିଦ୍ଧୁଙ୍କ ପ୍ରଭାବ ବଢିପାରେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏହାର ଫଳ ଓଲଟା ହୋଇଥିଲା। ଚନ୍ନୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପର ଠାରୁ ସିଦ୍ଧୁଙ୍କ ପ୍ରଭାବ ଦଳରେ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା।  


ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁ ଇସ୍ତଫା ଦେବା ପରେ ତାଙ୍କୁ କଟାକ୍ଷ କରି ରାଜ୍ୟର ବିଦାୟୀ ମୁଖ୍ୟମନ୍ତ୍ରୀ (Former Punjab CM) କ୍ୟାପ୍ଟେନ ଅମରିନ୍ଦର ସିଂହ (Captain Amarinder Singh) କହିଛନ୍ତି ସିଦ୍ଧୁ ଭଳି ଲୋକ କୌଣସି ଦଳରେ ସ୍ଥିର ହୋଇ ରହିପାରିବେ ନାହିଁ। ସିଦ୍ଧୁଙ୍କ ପରେ ରାଜ୍ୟ କଂଗ୍ରେସ କମିଟି ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖର (Sunil Jakhar) ପୁଣି ଥରେ ଦଳର ମଙ୍ଗୁଆଳ ପଦ ହାତେଇ ପାରନ୍ତି। ଜାଖରଙ୍କୁ ଏହି ପଦରୁ ହଟାଇ ସିଦ୍ଧୁଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ ଦଳର କେନ୍ଦ୍ରୀୟ ନେତୃବୃନ୍ଦ।


Also Read: ଏହି ଦିନ Congress ରେ ସାମିଲ ହେବେ Kanhaiya Kumar-Jignesh Mevani


ସେହିପରି ସେପ୍ଟମ୍ବର ୨୮ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଦଳୀୟ ମୁଖ୍ୟାଳୟ (Congress Party Office) ଠାରେ ରାହୁଲ ଗାନ୍ଧୀଙ୍କ (Rahul Gandhi) ଉପସ୍ଥିତିରେ ସିପିଆଇ ନେତା କହ୍ନେୟା କୁମାର (Kanhaiya Kumar) ଏବଂ ଗୁଜୁରାଟର (Gujarat) ବଡଗାମ ବିଧାନସଭା ଆସନର ବିଧାୟକ (Vadgam Assembly Constituency) ତଥା ଦଳିତ ସାମାଜିକ କାର୍ଯ୍ୟକର୍ତ୍ତା (Dalit Social Activist) ଜିଗ୍ନେଶ ମେୱାନୀ (Jignesh Mevani) ଆନୁଷ୍ଠାନିକ ଭାବେ କଂଗ୍ରେସ (Congress)  ହାତ ଧରିଛନ୍ତି। ମାତ୍ର ଏହାକୁ ନେଇ ଦଳରେ ସୃଷ୍ଟି ହୋଇଛି ହଟଚମଟ। 


ଏ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀ (Congress Leader Manish Tewari) ଇସାରା ଇସାରାରେ ଦଳକୁ ଟାର୍ଗେଟ କରିଛନ୍ତି। ଏନେଇ ସେ କମ୍ୟୁନିଷ୍ଟ ବିଚାରକ କୁମାର ମଙ୍ଗଲମଙ୍କ  (Communist Thinker Kumara Mangalam) ଦ୍ୱାରା ଲିଖିତ "କମ୍ୟୁନିଷ୍ଟ୍ସ ଇନ କଂଗ୍ରେସ" (Communists in Congress) ନାମକ ପୁସ୍ତକର ଉଦାହରଣ ଦେଇଛନ୍ତି।


Also Read: ବାମଦଳକୁ ଝଟକା! ବିହାର ବିଧାନସଭା ନିର୍ବାଚନ ଲଢିବେ ନାହିଁ ଦଳର ଚର୍ଚ୍ଚିତ ଚେହେରା କହ୍ନେୟା କୁମାର


ଏନେଇ ସେ ଟ୍ୱିଟ କରି କହିଛନ୍ତି କିଛି କମ୍ୟୁନିଷ୍ଟ ନେତା କଂଗ୍ରେସରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ବର୍ତ୍ତମାନ ବୋଧହୁଏ ୧୯୩୭ ମସିହାରେ ରଚିଚ "କମ୍ୟୁନିଷ୍ଟ୍ସ ଇନ କଂଗ୍ରେସ" ପୁସ୍ତକର ପୃଷ୍ଠା ପୁଣି ଥରେ ଓଲଟିଛି।  ମୁଁ ଆଜି ଏହାକୁ ପୁଣି ଥରେ ପଢୁଛି।