Advertisement
Article Detail0/zeeodisha/odisha2278996
Zee OdishaOdisha Politicsରଘୁନାଥପାଲିରେ ଦୁର୍ଗା ତନ୍ତୀ, ଦଶପଲ୍ଲାରେ ରମେଶ ବେହେରା ବିଜୟୀ !

ରଘୁନାଥପାଲିରେ ଦୁର୍ଗା ତନ୍ତୀ, ଦଶପଲ୍ଲାରେ ରମେଶ ବେହେରା ବିଜୟୀ !

ରମେଶ ଚନ୍ଦ୍ର ବେହେରା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଘବ ମଲ୍ଲିକଙ୍କୁ ୬୩୫୨ ଭୋଟରେ ପରାସ୍ତ କରିଛନ୍ତି। ରମେଶ ୬୧ହଜାର ୮୬୬ ଭୋଟ ପାଇଥିବା ବେଳେ ରାଘବ ୫୫ ହଜାର ୫୧୪ ଭୋଟ ପାଇଛନ୍ତି। ସମୁଦାୟ ୧୮ଟି ରାଉଣ୍ଡରେ ଗଣତି ଶେଷ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ରଘୁନାଥପାଲିରେ ଦୁର୍ଗା ତନ୍ତୀ, ଦଶପଲ୍ଲାରେ ରମେଶ ବେହେରା ବିଜୟୀ !

ଭୁବନେଶ୍ୱର: ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ବିଜୟୀ ତାଲିକାରେ ପ୍ରଥମେ ସାମିଲ୍‍ ହୋଇଛନ୍ତି ରଘୁନାଥ ପାଲ୍ଲିରୁ ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ଏବଂ ଦଶପଲ୍ଲାରୁ ବିଜେଡି ପ୍ରାର୍ଥୀ ରମେଶଚନ୍ଦ୍ର ବେହେରା।

ରମେଶ ଚନ୍ଦ୍ର ବେହେରା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଘବ ମଲ୍ଲିକଙ୍କୁ ୬୩୫୨ ଭୋଟରେ ପରାସ୍ତ କରିଛନ୍ତି। ରମେଶ ୬୧ହଜାର ୮୬୬ ଭୋଟ ପାଇଥିବା ବେଳେ ରାଘବ ୫୫ ହଜାର ୫୧୪ ଭୋଟ ପାଇଛନ୍ତି। ସମୁଦାୟ ୧୮ଟି ରାଉଣ୍ଡରେ ଗଣତି ଶେଷ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ରଘୁନାଥପାଲ୍ଲୀର ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରର୍ଥୀ ଅର୍ଚ୍ଚନା ରେଖା ବେହେରାଙ୍କୁ ୫୭୦୯ ଭୋଟରେ ପରାସ୍ତ କରିଛନ୍ତି। ଶ୍ରୀ ତନ୍ତୀ ୫୦ହଜାର ୭୧୪ ଭୋଟ ପାଇଛନ୍ତି। ସମୁଦାୟ ୨୦ଟି ରାଉଣ୍ଡରେ ଗଣତି କରାଯାଇଥିଲା।

Add Zee News as a Preferred Source

Also Read- ମଇଦାନରେ ଓଲିଉଡ୍ ଷ୍ଟାର, ଜାଣନ୍ତୁ କିଏ କେଉଁଠି ଆଗରେ ଅଛନ୍ତି...

About the Author