Election 2024: କଂଗ୍ରେସ ସାଂସଦଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ, ପ୍ରଚାରରୁ ରହିବେ ବିରତ
Advertisement
Article Detail0/zeeodisha/odisha2207604

Election 2024: କଂଗ୍ରେସ ସାଂସଦଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ, ପ୍ରଚାରରୁ ରହିବେ ବିରତ

Election 2024(ଭୁବନେଶ୍ୱର): ବିଜେପି ସାଂସଦ ପ୍ରାର୍ଥୀ ତଥା ବରିଷ୍ଠ ଅଭିନେତ୍ରୀ ହେମା ମାଲିନୀଙ୍କ ବିରୁଦ୍ଧରେ ଅସାମ୍ବିଧାନିକ ଭାଷାରେ ଟିପ୍ପଣୀ ଦେବା ଅଭିଯୋଗରେ କଂଗ୍ରେସ ସାଂସଦ ରଣଦୀପ ସିଂହ ସୂର୍ଜେଓ୍ୱାଲାଙ୍କ(Congress Leader Randeep Surjewala ) ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ। ୨୦୨୪ ନିର୍ବାଚନ ସମୟରେ କୌଣସି ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଏହା ହେଉଛି ପ୍ରଥମ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସେ ପ୍ରଚାର କାର୍ଯ୍ୟ କରିପାରିବେ ନାହିଁ। 

ସୌଜନ୍ୟ-ସୋସିଆଲ୍ ମିଡିଆ

ଦୁଇଦିନ ଲାଗି ଏହି ଦଣ୍ଡାଦେଶ ବଳବତ୍ତର ରହିବ। ଏହି ସମୟରେ ସେ କୌଣସି ପ୍ରକାରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଉଦ୍ୟମ କରିପାରିବେ ନାହିଁ। ସୂର୍ଜେଓ୍ୱାଲା କଂଗ୍ରେସର ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ଭାବେ ଜଣାଶୁଣା। ହେଲେ ଏକ ଶୃଙ୍ଖଳିତ ପରିବେଶ ତଥା ବ୍ୟକ୍ତିଗତ ଟିପ୍ପଣୀ ଦେବା ଲାଗି ଆଦର୍ଶ ଆଚରଣବିଧିରେ ବାରଣ କରାଯାଇଥିବା ସତ୍ତ୍ୱେ ଏହାକୁ ଉଲ୍ଲଂଘନ କରିଛନ୍ତି ଶ୍ରୀ ସୂର୍ଜେଓ୍ୱାଲା। ଏଥିଲାଗି ନିର୍ବାଚନ କମିଶନ ଏପରି କଠୋର ନିଷ୍ପତ୍ତି ନେଇଛନ୍ତି। ସମ୍ବିଧାନର ଧାରେ ୩୨୪ ଅନୁସାରେ ସୂର୍ଜେଓ୍ୱାଲାଙ୍କୁ ୧୬ ତାରିଖ ସନ୍ଧ୍ୟା ୬ଟାରୁ ୧୮ ତାରିଖ ସନ୍ଧ୍ୟା ୬ଟା ଯାଏ ଆଦେଶ ପାଳନ କରିବାକୁ କୁହାଯାଇଛି। ଏହି ସମୟୟରେ ସେ କୌଣସି ସାଧାରଣ ସଭା, ଶୋଭାଯାତ୍ରା, ଇଣ୍ଟରଭ୍ୟୁ ବା ଗଣମାଧ୍ୟମକୁ ଆସିପାରିବେ ନାହିଁ। ହରିୟୟାଣାରେ ଏକ ନିର୍ବରଚନ ପ୍ରଚାର ସମୟରେ ହେମା ମାଳିନୀରଙ୍କ ବିରୁଦ୍ଧରେ ସେ ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିଥିବା ନେଇ ନିର୍ବାଚନ କମିଶନ ଙ୍କ ପାଖରେ ଅଭିଯୋଗ ହୋଇଥିଲା।