Election 2024: ଆଜି ଘୋଷଣା ହେବ ନିର୍ବାଚନ ତାରିଖ, ଅପରାହ୍ନ ୩ଟାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍
Advertisement
Article Detail0/zeeodisha/odisha2158992

Election 2024: ଆଜି ଘୋଷଣା ହେବ ନିର୍ବାଚନ ତାରିଖ, ଅପରାହ୍ନ ୩ଟାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍

Lok Sabha Election 2024: ଆଜି ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗକଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ କରାଯିବ। 

ସୌଜନ୍ୟ-ସୋସିଆଲ ମିଡିଆ

Lok Sabha Election 2024: ଆଜି ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ।  ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗକଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ କରାଯିବ। ଏବଂ ଏହାସହ ପୂରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଏକା ସାଙ୍ଗରେ ୪ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ସେହି ରାଜ୍ୟ ଗୁଡିକ ହେଲା  ଅରୁଣାଚଳ ପ୍ରଦେଶ,  ଓଡିଶା ,ଆନ୍ଧ୍ରପ୍ରଦେଶ, ଏବଂ ସିକ୍କିମ । ତେବେ, ଏହା ବ୍ୟତୀତ ମହାରାଷ୍ଟ୍ର, ଝାଡଖଣ୍ଡ,ହରିୟାଣାରେ ମଧ୍ୟ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି।

କୁହାଯାଉଛି ଯେ, ୫୪୩ ଲୋକସଭା ଆସନ ପାଇଁ ସାରା ଦେଶରେ ୭ରୁ ୮ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଗତ ୮ ଫେବ୍ରୁଆରୀରେ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ପ୍ରଦେଶର ଭୋଟରଙ୍କ ସୂଚୀ ଜାରି କରି ସାରିଛନ୍ତି ।  ଲୋକସଭା ନିର୍ବାଚନ ୭ ରୁ ୮ଟି ପର୍ଯ୍ୟାୟରେ ହୋଇପାରେ । ଶୁକ୍ରବାର, ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାର (Retired IAS officers Gyanesh Kumar) ଏବଂ ସୁଖବୀର ସାନ୍ଧୁ ( SS Sandhu) ଦାୟିତ୍ବ ଗ୍ରହଣ କରିବା ପରେ ଇସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ,  ଆଗାମୀ ନିର୍ବାଚନରେ ୮୫ ବର୍ଷରୁ ଊର୍ଦ୍ଦ୍ବ ମତଦାତାଙ୍କୁ ଘରୁ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି । ଗତ ୧ ତାରିଖରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ସୂଚନା ପ୍ରକାଶ ପାଇଛି।