Dhamnagar By-Election Date: ନଭେମ୍ବରରେ ଧାମନଗର ଉପ-ନିର୍ବାଚନ, ECI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
Advertisement
Article Detail0/zeeodisha/odisha1378199

Dhamnagar By-Election Date: ନଭେମ୍ବରରେ ଧାମନଗର ଉପ-ନିର୍ବାଚନ, ECI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

Dhamnagar By-Election Date: ଧାମନଗର ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନଭେମ୍ବରରେ ଧାମନଗରରେ ଭୋଟ ପଡିବ। ଏଥିପାଇଁ ସୋମବାର ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏକ କଳୀନ ଓଡିଶା ସମେତ ଛଅଟି ରାଜ୍ୟରେ ଉପନିର୍ବାଚନ ହେବ। ନଭେମ୍ବର ୬ ତାରିଖରେ ଭୋଟ ଗଣତି କରାଯିବ। 

Dhamnagar By-Election Date: ନଭେମ୍ବରରେ ଧାମନଗର ଉପ-ନିର୍ବାଚନ, ECI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

Dhamnagar By-Election Date, ଭୁବନେଶ୍ୱର: ଧାମନଗର ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନଭେମ୍ବରରେ ଧାମନଗରରେ ଭୋଟ ପଡିବ। ଏଥିପାଇଁ ସୋମବାର ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁସାରେ, ଏକ କାଳୀନ ଓଡିଶା ସମେତ ସାତଟି ରାଜ୍ୟରେ ଉପନିର୍ବାଚନ ହେବ। ନଭେମ୍ବର ୬ ତାରିଖରେ ଭୋଟ ଗଣତି କରାଯିବ। ଆଠ ତାରିଖ ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ବାଚନ ଆୟୋଗ ଲକ୍ଷ୍ୟ ରଖିଛି।

୭ ରାଜ୍ୟର ଉପ-ନିର୍ବାଚନ ନେଇ ସୋମବାର ନିର୍ବାଚନ ଆୟଗ ବିଜ୍ଞପ୍ତି ପ୍ରକାଶ କରିଛି। ନଭେମ୍ବର ତିନି ତାରିଖରେ ଓଡିଶା (ଧାମନଗର) ସମେତ ଛଅ ରାଜ୍ୟର ସାତଟି ସିଟରେ ଉପନର୍ବାଚନ ହେବ। ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଓ ଓଡିଶାର ଗୋଟିଏ ଲେଖାଏଁ ସିଟରେ ନିର୍ବାଚନ ହେବାକୁ ଥିବା ବେଳେ ବିହାରର ଦୁଇଟି ଆସନରେ ଉପନିର୍ବାଚନ ହେବ। ଆସନ୍ତା ସାତ ତାରିଖରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ଆଉ ନଭେମ୍ବର ୮ ସୁଦ୍ଧା ଶେଷ କରିବାକୁ ଯୋଜନା କରାଯାଇଛି। 

  • ୭ ଅକ୍ଟୋବର ୨୦୨୨ (ଶୁକ୍ରବାର)- ଗେଜେଟ୍ ନୋଟିଫିକେସନ୍ ପ୍ରକାଶ
  • ୧୪ ଅକ୍ଟୋବର ୨୦୨୨ (ଶୁକ୍ରବାର)- ନାମାଙ୍କନର ଶେଷ ତାରିଖ
  • ୧୫ ଅକ୍ଟୋବର ୨୦୨୨ (ଶନିବାର)- ନାମାଙ୍କନ ଯାଞ୍ଚ
  • ୧୭ ଅକ୍ଟୋବର ୨୦୨୨ (ସୋମବାର)- ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ
  • ୩ ନଭେମ୍ବର ୨୦୨୨ (ଗୁରୁବାର)- ମତଦାନ
  • ୬ ନଭେମ୍ବର ୨୦୨୨ (ରବିବାର)- ଭୋଟ ଗଣତି

fallback

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗରର ବିଜେପି ବିଧାୟକ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା। ଯାହାପରଠାରୁ ଧାମନଗରରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିଲା। ସୋମବାର ନିର୍ବାଚନ ଆୟୋଗ ପ୍ରତୀକ୍ଷାର ଅନ୍ତ କରିଛନ୍ତି। ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ସେପଟେ ସୋମବାର ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗ ହୋଇଛି। ବର୍ତ୍ତମାନ ରାଜ୍ୟର ଦୁଇଟି ବିଧାନସଭା ଆସନ ଫାଙ୍କା ପଡିଥିବବା ବେଳେ ନଭେମ୍ବରରେ ଗୋଟିଏ ପୁରଣ ହେବ।