ଲକ୍ ଡାଉନ୍ ଆଇନ ଉଲ୍ଲଂଘନ କରିବାରୁ ୨୩ ଜଣଙ୍କ ନାଁରେ ମାମଲା ରୁଜୁ
Advertisement

ଲକ୍ ଡାଉନ୍ ଆଇନ ଉଲ୍ଲଂଘନ କରିବାରୁ ୨୩ ଜଣଙ୍କ ନାଁରେ ମାମଲା ରୁଜୁ

କ୍ଷେତରାଜପୁର ମାରବାଡି ଧର୍ମଶାଳା, ଚେରୁଆ ପଡା, ବଡ଼ ବଜାର ଛକ, ରେଲୱେ ଫାଟକ ଇତ୍ୟାଦି ସ୍ଥାନରେ ଲକ୍ ଡାଉନ୍ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । 

ଲକ୍ ଡାଉନ୍ ଆଇନ ଉଲ୍ଲଂଘନ କରିବାରୁ ୨୩ ଜଣଙ୍କ ନାଁରେ ମାମଲା ରୁଜୁ

ସମ୍ୱଲପୁର: ଲକ୍ ଡାଉନ୍ ଆଇନ ଉଲ୍ଲଂଘନ କରିବାରୁ ୨୩ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ମଙ୍ଗଳବାର ମଧ୍ୟ ରାତ୍ରିରୁ ୨୧ ଦିନ ପର୍ଯ୍ୟନ୍ତ ସାରା ଭାରତରେ ଲକ୍ ଡାଉନ୍ ପରିସ୍ଥିତି ଜାରି ରହିବ । ବିନା କରଣରେ କେହି ଘରୁ ବାହାରିବାକୁ  ସରକାର ବାରଣ କରିଛନ୍ତି । ଏବେ ନିୟମକୁ କଡାକଡି କରାଯାଉଛି । ଅନ୍ୟପକ୍ଷେ କିଛି ଯୁବକ ସମ୍ବଲପୁର ରିଂ ରୋଡ଼ ରେ ବସି ଗତକାଲି ସନ୍ଧ୍ୟା ସମୟରେ ଗୁଲିଖଟି  କରୁଥିବାରୁ କ୍ଷେତରାଜପୁର ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଛି । 

ସୂଚନା ମୁତାବକ, କ୍ଷେତରାଜପୁର ମାରବାଡି ଧର୍ମଶାଳା, ଚେରୁଆ ପଡା, ବଡ଼ ବଜାର ଛକ, ରେଲୱେ ଫାଟକ ଇତ୍ୟାଦି ସ୍ଥାନରେ ଲକ୍ ଡାଉନ୍ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ସେମାନଙ୍କ ନିକଟରୁ ୭ଟି ମଟର ସାଇକେଲ ମଧ୍ୟ ଜବତ କରାଯାଇଛି । କୋରୋନା ପାଇଁ ସମସ୍ତ ଅଞ୍ଚଳରେ ଲୋକେ ସଚେତନତାକୁ ଆପଣାଉ ଥିବା ବେଳେ ସମ୍ବଲପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।