Congress President Election: ଦିନକୁ ଦିନ ପାଖେଇ ଆସୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ପ୍ରତିଦ୍ୱଦ୍ୱିତା କରିବାକୁ ଯାଉଥିବା ପ୍ରାର୍ଥୀଙ୍କ ତାଲିକାରୁ ହଟି ଯାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ। ଅନ୍ୟପଟେ ଦଳର ଲୋକସଭା ସାଂସଦ ଶଶୀ ଥରୁର ଏବଂ ଦଳର ପୂର୍ବତନ ସାଂସଦ ପୱନ ବଂଶଲ ମଧ୍ୟ ନାମାଙ୍କନ ଫର୍ମ ନେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ହେଲେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚର୍ଚ୍ଚାରେ ରହିଛି ମଧ୍ୟ ପ୍ରଦେଶ ରାଜନୀତି (Madhya Pradesh Politics)।  କାରଣ ଏହି ନିର୍ବାଚନରେ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓହରି ଯାଇଥିବା ବେଳେ ଅନ୍ୟ ଜଣେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୨୨ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଦଳର ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Madhya Pradesh Chief Minister) ଦିଗବିଜୟ ସିଂହ (Digvijay Singh)। ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର ଦଳର ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲ କରିବେ ଏହି ବରିଷ୍ଠ କଂଗ୍ରେସ ନେତା। ଏନେଇ ତାଙ୍କର  ନିକଟତର ସୂତ୍ରରୁ କୁହାଯାଇଛି ଯେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ। ଗାନ୍ଧୀ ପରିବାରର କୌଣସି ସଦସ୍ୟ ତାଙ୍କୁ ନିର୍ବାଚନ ଲଢିବାକୁ କହି ନାହାଁନ୍ତି।


ସେପଟେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ସୋମବାର ଦଳର ବରିଷ୍ଠ ନେତା କମଲ ନାଥ (Kamal Nath)  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ (Congress President Sonia Gandhi) ଭେଟିଛନ୍ତି। ଏହି ଭେଟଘାଟ ପରେ ତାଙ୍କୁ ନେଇ ଆରମ୍ଭ ହୋଇ ଯାଇଥିଲା ଚର୍ଚ୍ଚ। ଏନେଇ କୁହା ଯାଇଥିଲା ଯେ ଦଳର ଅଧ୍ୟକ୍ଷ ଦୌଡରେ ସେ ସାମିଲ ହୋଇଛନ୍ତି। ହେଲେ ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା କଂଗ୍ରେସ ନେତା ଜଣଙ୍କ କହିଛନ୍ତି ସେ ଦଳର ମୁଖ୍ୟ ହେବାକୁ ଚାହୁଁନାହାଁନ୍ତି ଏବଂ ମଧ୍ୟ ପ୍ରଦେଶ କଂଗ୍ରେସ ପାଇଁ କାର୍ଯ୍ୟ ଜାରି ରଖିବାକୁ ଚାହୁଁଛନ୍ତି। 


Also Read: Congress President Election: ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଆସିଲା ବଡ଼ ଖବର


କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ଦଳର ଅନେକ ବଡ଼ ନେତାଙ୍କ ନାଁ ସାମ୍ନାକୁ ଆସିଛି। ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ  ଦଳର ଲୋକସଭା ସାଂସଦ ଶଶୀ ଥରୁର (Congress MP Shashi Tharoor) ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ଏକ  ପ୍ରକାର ସ୍ପଷ୍ଟ ହୋଇସାରିଛି। ଅନ୍ୟପଟେ ଦଳର  ଅନ୍ୟତମ ଲୋକସଭା ସାଂସଦ ଅବଦୁଲ ଖାଲିକ (Congress MP Abdul Khaleque)। ପୁଣି ଥରେ ସାଧାରଣ ସମ୍ପାଦକ (Congress General Secretary) ପ୍ରିୟଙ୍କା ଗାନ୍ଧୀଙ୍କୁ (Priyanka Gandhi) ଅଧ୍ୟକ୍ଷ କରିବାକୁ ଦାବି ଉଠାଇଛନ୍ତି। 


ସେହିପରି ଦଳର କୋଷାଧ୍ୟକ୍ଷ ପୱନ ବଂଶଲ (Congress Treasurer Pawan Bansal) ମଧ୍ୟ ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ନାମାଙ୍କନ ପତ୍ର ନେଇଛନ୍ତି। ହେଲେ ସେ ନିଜେ ନାମାଙ୍କନପତ୍ର ଦାଖଲ କରିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ନେତା କହିଛନ୍ତି ଯେ ସେ କେବଳ ଜଣେ ପ୍ରସ୍ତାବକ ଏବଂ ପ୍ରାର୍ଥୀ ନୁହଁନ୍ତି।  ଏହି ପ୍ରସଙ୍ଗରେ ମତ ରଖି ଅନ୍ୟପଟେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ (Congress Central Election Authority Chairman Madhusudan Mistry) କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳର ଲୋକସଭା ସାଂସଦ ଶଶୀ ଥରୁର ଏବଂ କୋଷାଧ୍ୟକ୍ଷ ପୱନ ବଂଶଲ ଦଳୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି। 


ଦଳର ରାଜ୍ୟସଭା ସାଂସଦ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ (Congress MP Mallikarjun Kharge) କଂଗ୍ରେସ ସଭାପତି ପଦ (Congress President Post) ପାଇଁ ଦଳୀୟ ହାଇକମାଣ୍ଡ (Congress High Command) ଙ୍କ ପ୍ରଥମ ପସନ୍ଦ ବୋଲି ବିବେଚନା କରାଯାଉଛି। ଯଦିଓ ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜାରି ରହିଛି। ତାଙ୍କ ବ୍ୟତୀତ କୁମାରୀ ସେଲଜା (Kumari Selja), ମୈରା କୁମାରଙ୍କ (Meira Kumar) ନାମ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବିଚାର କରାଯାଉଛି।  


Also Read: Congress President Election: ଦଳୀୟ ମଙ୍ଗୁଆଳ ନିର୍ବାଚନକୁ ନେଇ ଆସିଲା ବଡ଼ ଖବର


ହେଲେ କଂଗ୍ରେସ ଅଧ୍ୟକ୍ଷ ପଦ (Congress President Post) ରାହୁଲ ଗାନ୍ଧୀଙ୍କ (Rahul Gandhi) ପସନ୍ଦ ହେଉଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (All India Congress Committee) ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ (AICC General Secretary KC Venugopal)। ବହୁ ଛକାପଞ୍ଝା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot) କଂଗ୍ରେସ ଅଧ୍ୟକ୍ଷ ଦୌଡରୁ ଓହରି ଯାଇଛନ୍ତି।