Congress President Election: ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଆସିଲା ବଡ଼ ଖବର
Advertisement
Article Detail0/zeeodisha/odisha1372233

Congress President Election: ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଆସିଲା ବଡ଼ ଖବର

Congress President Candidate: ଦଳର ଅଧ୍ୟକ୍ଷ ନିିର୍ବାଚନରେ ଅଂଶ ଗ୍ରହଣ କରିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି ଗାନ୍ଧୀ ପରିବାର। ହେଲେ ପୁଣି ଥରେ ଗାନ୍ଧୀ ପରିବାର ହାତରେ କଂଗ୍ରେସ ନେତୃତ୍ୱ ପ୍ରଦାନ କରିବାକୁ ହୋଇଛି ଦାବି। 

 

Congress President Election: ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଆସିଲା ବଡ଼ ଖବର

Congress President Election: ଦିନକୁ ଦିନ ପାଖେଇ ଆସିଲାଣି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ଏଥର ଜଣେ ଅଣ ଗାନ୍ଧୀ ପରିବାରର ନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ମିଳିପାରେ ବୋଲି ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ହେଲେ ବର୍ତ୍ତମାନ ସମୟରେ ପ୍ରଥମ ଥର ଲାଗି ଗାନ୍ଧୀ ପରିବାର ସମର୍ଥନରେ ଶୁଣିବାକୁ ମିଳିଛି ସ୍ୱର। ପୁଣି ଗାନ୍ଧୀ ପରିବାର ହାତରେ କଂଗ୍ରେସ ନେତୃତ୍ୱ ପ୍ରଦାନ କରିବାକୁ ହୋଇଛି ଦାବି। 

ଦଳର ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆସାମ (Assam) ବରପେଟା ଲୋକସଭା ଆସନର (Barpeta Lok Sabha Constituency) କଂଗ୍ରେସ ସାଂସଦ ଅବଦୁଲ ଖାଲିକ (Congress MP Abdul Khaleque)। ପୁଣି ଥରେ
ଗାନ୍ଧୀ ପରିବାର (Gandhi Family) ହାତରେ ଦଳର ନେତୃତ୍ୱ (Congress Leadership) ଦେବାକୁ ଦାବି କରିଛନ୍ତି କଂଗ୍ରେସ ସାଂସଦ।   

ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ ଅବଦୁଲ ଖାଲିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ (Priyanka Gandhi Vadra) ଦଳର ସଭାପତି ନିର୍ବାଚନରେ (Congress President Election) ​​ପ୍ରାର୍ଥୀ (Congress President Candidate) କରିବା ପାଇଁ ଦାବି ଉଠାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସେ ଶ୍ରେଷ୍ଠ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ଅବଦୁଲ ଖାଲିକ।

Also Read: Congress President Election: ଦଳୀୟ ମଙ୍ଗୁଆଳ ନିର୍ବାଚନକୁ ନେଇ ଆସିଲା ବଡ଼ ଖବର

ଟ୍ୱିଟ କରି ବରପେଟା ଲୋକସଭା ସାଂସଦ କହିଛନ୍ତି ଯେ, ରାହୁଲ ଗାନ୍ଧୀ (Rahul Gandhi) ପୁଣି ଥରେ କଂଗ୍ରେସ ସଭାପତି ହେବାକୁ ମନା କରିଛନ୍ତି। ମୁଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଶ୍ରେଷ୍ଠ ପ୍ରାର୍ଥୀ ଭାବେ ବିବେଚନା କରୁଛି। ଭାରତୀୟ ପରମ୍ପରା ଅନୁଯାୟୀ, ଭଦ୍ରା ପରିବାରର ସଦସ୍ୟ (Vadra Family Member) ହୋଇଥିବାରୁ ସେ ଆଉ ଗାନ୍ଧୀ ପରିବାରର ସଦସ୍ୟ (Gandhi Family Member) ନୁହଁନ୍ତି। 

ଜଣେ କଂଗ୍ରେସ କର୍ମକର୍ତ୍ତା (Congress Worker) ଭାବରେ ଏହା ହେଉଛି ମୋର ଅନୁଭବ। ଆମ ଦଳର ସଭାପତି କିଏ ହେବେ ତାହା ଦଳୀୟ କର୍ମକର୍ତ୍ତା ସ୍ଥିର କରିବେ। ଅନ୍ୟ କେହି ନିଷ୍ପତ୍ତି ନେଇ ପାରିବେ ନାହିଁ। ଦଳୀୟ କର୍ମକର୍ତ୍ତାଙ୍କ ଦଳ ପ୍ରତି ଏକ ଭାବନା ରହିଛି ଯେ ଯଦି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି ନାହିଁ, ତାହେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହେବା ଆବଶ୍ୟକ।

Also Read: Congress President Election: ଶୁକ୍ରବାର ନାମାଙ୍କନ ଦାଖଲ କରିବେ ଶଶୀ ଥରୁର

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ଦଳର ଅନେକ ବଡ଼ ନେତାଙ୍କ ନାଁ ସାମ୍ନାକୁ ଆସିଛି। ଏହି ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ (Congress General Secretary) ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଦାବି କରାଯାଇଛି। ଆଉ ଏହି ଦାବି ଉଠାଇଛନ୍ତି କଂଗ୍ରେସ ସାଂସଦ ଅବଦୁଲ ଖାଲିକ। ଏନେଇ ସେ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ଅଧ୍ୟକ୍ଷ ହେବା ଆବଶ୍ୟକ। ଅଧ୍ୟକ୍ଷ ପଦ ପାଇଁ ସେ ତାଙ୍କର ନାମାଙ୍କନ ଦାଖଲ କରନ୍ତୁ। ସେ ବର୍ତ୍ତମାନ ଆଉ ଗାନ୍ଧୀ ପରିବାରର ସଦସ୍ୟ ହୋଇନାହାଁନ୍ତି। ଦଳରେ ତାଙ୍କର ବହୁତ ଲୋକପ୍ରିୟ ରହିଛି। 

Also Read: Congress MP Shashi Tharoor: ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମୁଁ ନାମାଙ୍କନ ଦାଖଲ କରିବି, ହେଲେ..

ଗତ ୨୨ ତାରିଖ ଗୁରୁବାର କଂଗ୍ରେସ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ୨୪ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ। ନାମାଙ୍କନ ପତ୍ର ଯାଞ୍ଚ ଅକ୍ଟୋବର ତାରିଖରେ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୮ ଅକ୍ଟୋବର। ଯଦି ଆବଶ୍ୟକ ହୁଏ  ତାହେଲେ  ୧୭ ଅକ୍ଟୋବରରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୯ ଅକ୍ଟୋବରରେ ଭୋଟ୍ ଗଣତି କରାଯାଇ ନିର୍ବାଚନ ଫଳାଫଳ ସେହି ଦିନ ଘୋଷଣା କରାଯିବ। ଏହି ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟିର ୯ ହଜାରରୁ ଅଧିକ ପ୍ରତିନିଧି ନିର୍ବାଚନରେ ମତଦାନ କରିବେ।