କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଏପ୍ରିଲ ୧ ତାରିଖ ଗୁରୁବାର ଶେଷ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ  ୮୦.୪୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି। ଏଥର ରାଜ୍ୟର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

ଏଥର ନନ୍ଦିଗ୍ରାମ ଆସନରେ ମୁହାମୁହିଁ ହୋଇଛନ୍ତି ମମତା ବାନାର୍ଜୀ ଏବଂ ତାଙ୍କର ପୂର୍ବତନ ସହଯୋଗୀ ଶଭେନ୍ଦୁ ଅଧିକାରୀ। ରାଜ୍ୟର ଏହି ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ଟିଏମସି ସୁପ୍ରିମୋ। ଅନ୍ୟପଟେ ତାଙ୍କ ବିପକ୍ଷରେ ତାଙ୍କର ପୂର୍ବତନ ସହକର୍ମୀ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଏହି ନିର୍ବାଚନମଣ୍ଡଳୀରେ ବିଜୟବାନ ଉଡାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟିଏମସି-ବିଜେପି।   


Also Read: West Bengal Assembly Election 2021: ହ୍ୱିଲ ଚେୟାରରେ ବସି ମତଦାନ କେନ୍ଦ୍ରରେ ପହଞ୍ଚିଲେ ଦିଦି


 


ନନ୍ଦିଗ୍ରାମ ସହ ରାଜ୍ୟର ଅନ୍ୟ ଏକ ବିଧାନସଭା ଆସନରୁ ଦଳୀୟ ସୁପ୍ରିମୋ ନିର୍ବାଚନ ଲଢିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି ଟିଏମସି। ଏନେଇ ଦଳ ପକ୍ଷରୁ କୁହାଯାଇଛି ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ବାଜିମାତ କରୁଛନ୍ତି। ତାଙ୍କର ଅନ୍ୟ ଆସନରୁ ନିର୍ବାଚନ ଲଢିବାର କୌଣସି ଆବଶ୍ୟକତା ନାହିଁ। ଅନ୍ୟପଟେ ଜନତାଙ୍କ ଆଶୀର୍ବାଦରୁ ମୁଁ ୯୦ ପ୍ରତିଶତ ଭୋଟ ପାଇବା ସହ ନନ୍ଦିଗ୍ରାମ ଆସନରୁ ବାଜିମାତ କରିବି ବୋଲି  କହିଛନ୍ତି ମମତା ବାନାର୍ଜୀ।


Also Read: West Bengal Election: ଧମକ ଦେଇ ଡରିଗଲେ ଦିଦି


ସର୍ବପ୍ରଥମେ ଏ ପ୍ରସଙ୍ଗ ଉଠାଇଥିଲେ ବିଜେପି ତାରକା ପ୍ରଚାରକ ପିଏମ ମୋଦି। ଏନେଇ ସେ ଟିଏମସିକୁ ଟାର୍ଗେଟ କରି କହିଥିଲେ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ଯେଉଁ ଘଟଣା ଘଟୁଛି ଆମେ ସବୁ ଦେଖୁଛୁ। ଆମକୁ ସ୍ପଷ୍ଟ ଭାବେ ଜଣାପଡୁଛି ଏଥର ମମତା ବାନାର୍ଜୀ ନିର୍ବାଚନ ହାରୁଛନ୍ତି।  


Also Read: Nandigram Seat: ମତଦାନ ପାଇଁ ପ୍ରସ୍ତୁତି ଶେଷ; ଆସନ୍ତାକାଲି ମୁକାବିଲା


 


ଟିଏମସି ସୁପ୍ରିମୋକୁ ଟାର୍ଗେଟ କରି ପିଏମ ମୋଦି ମୋଦି ଆହୁରି କହିଥିଲେ ନାମାଙ୍କନ ପତ୍ର ଦାଖଳ କରିବାର ଶେଷ ସମୟ ବାକି ରହିଛି। ଆପଣ ଅନ୍ୟ ଏକ ଆସନରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି। ଆପଣ ପ୍ରଥମେ ନନ୍ଦିଗ୍ରାମ। ହେଲେ ସେଠାକାର ମତଦାତା ଆପଣଙ୍କୁ ସେମାନଙ୍କ ମତାମତ ଜଣାଇଦେଲେ। ଆପଣ ପଶ୍ଚିମବଙ୍ଗର ଯେଉଁ ସ୍ଥାନକୁ ଯିବେ ସେଠାକାର ଜନତା ଆପଣଙ୍କୁ ଜବାବ ଦେବେ।